ଭୁବନେଶ୍ୱର,୨୨।୬(ବ୍ୟୁରୋ): ନିଜ ପ୍ରେମକୁ ପାଇବା ପାଇଁ ଉତ୍ତରପ୍ରଦେଶରୁ ଓଡ଼ିଶା ଚାଲି ଆସିଥିଲେ। ଏବେ ଭୁବନେଶ୍ୱର କୋର୍ଟରେ ଲଢି ଜିତିଲେ ୟୁପି ଗୋରଖପୁରର ଝିଅ ଆକାଂକ୍ଷା ସିଂ। ପରିବାର ଲୋକଙ୍କ ହାତ ଛାଡି ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳରେ ରହୁଥିବା ଓଡ଼ିଆ ପୁଅ ପୃଥ୍ବୀରାଜ ପଣ୍ଡାଙ୍କ ହାତ ଧରିଛନ୍ତି। ପ୍ରେମକୁ ପାଇ ସେ ନିରାପଦରେ ଓଡିଶାରେ ରହିବେ ବୋଲି ଆକାଂକ୍ଷା କହିଛନ୍ତି।
ପୃଥ୍ବୀରାଜ ଗୋରଖପୁରରେ ଚାକିରି କରୁଥିବାବେଳେ ଅକାଂକ୍ଷାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। କିନ୍ତୁ ଆକାଂକ୍ଷାଙ୍କ ପରିବାର ଲୋକେ ପୃଥ୍ବୀରାଜଙ୍କ ସହ ଝିଅର ବିବାହକୁ ବାରଣ କରୁଥିଲେ। ଫଳରେ ଗତ ୧୫ ତାରିଖରେ ପୃଥ୍ବୀରାଜଙ୍କ ସହ ଆକାଂକ୍ଷା ଭୁବନେଶ୍ୱର ଚାଲିଆସିଥିଲେ। ପରିବାର ଲୋକେ ଝିଅକୁ ନାବାଳିକା ଦର୍ଶାଇବା ସହ ଥାନାରେ ଅପହରଣ ଅଭିଯୋଗ କରିଥିଲେ। ଏହାପରେ ପରିବାର ଲୋକେ ଗୋରଖପୁର ପୋଲିସ ସହ ଓଡିଶାରେ ପହଞ୍ଚଥିଲେ। ଅପହରଣ ମାମଲାରେ ପୃଥ୍ବୀରାଜଙ୍କୁ ଗିରଫ କରିବା ସହ ଝିଅକୁ ନେବା ପାଇଁ କମିଶନରେଟ ପୋଲିସ ଉପରେ ଚାପ ପକାଇଥିଲେ। ମାତ୍ର ଝିଅ ସାବାଳିକା ଓ ୟୁପିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ। ଫଳରେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଥିଲେ। ଏୟାରଫିଲ୍ଡ ଥାନା ପୋଲିସ ୟୁପି ପୋଲିସକୁ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ବାରଣ କରିଥିଲା। ସୋମବାର ସିଆର୍ପିସିର ଧାରା ୧୬୪ ଅନୁଯାୟୀ ସିଜେଏମ୍ଙ୍କ କୋର୍ଟରେ ଆକାଂକ୍ଷାଙ୍କ ବୟାନ ରେକର୍ଡ କରାଯାଇଥିଲା। ଆକାଂକ୍ଷା କୋର୍ଟରେ ନିଜ ମାଟ୍ରିକ ସାର୍ଟିଫିକେଟ ଦେଖାଇବା ପରେ ସେ ସାବାଳିକା ଥିବା ସ୍ପଷ୍ଟ ହୋଇଥିଲା। ଏଥିସହ ସେ ନିଜ ଇଛାରେ ଘରୁ ଆସିଥିବା ଓ ପୃଥ୍ବୀରାଜଙ୍କୁ କୋର୍ଟରେ ବିବାହ କରି ଖୁସିରେ ଥିବା କହିଥିଲେ। ଏପରିକି ସେ ପରିବାର ଲୋକଙ୍କ ସହ ୟୁପି ଫେରିଯିବାକୁ ମନା କରିଦେଇଥିଲେ। କୋର୍ଟ ସମସ୍ତ କାଗଜପତ୍ର ଦେଖିବା ସହ ଆକାଂକ୍ଷାଙ୍କ ବୟାନ ଶୁଣିବା ପରେ ତାଙ୍କୁ ଓଡ଼ିଶାର ବୋହୂ ରୂପେ ରହିବାକୁ ଅନୁମତି ଦେଇଥିଲେ। ଫଳରେ ୟୁପି ପୋଲିସ ଓ ଆକାଂକ୍ଷାଙ୍କ ପରିବାର ଲୋକେ ନିରାଶରେ ଫେରିଥିବା ଜଣାପଡିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.