ଲଣ୍ଡନ,୧୯ା୬(ଏପି)-ଚାରିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଓମି ଓସାକା ଓ୍ବିମ୍ବେଲଡନରୁ ଓହରିଯିବେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ମହିଳା ଟେନିସ ଖେଳାଳିଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡଗୁଇଡ୍ ଏହି ସୂଚନା ଦେଇଛନ୍ତି। ଓସାକା ବର୍ତ୍ତମାନ କିଛି ସମୟ ତାଙ୍କ ବନ୍ଧୁ ଓ ପରିବାର ସହ ବିତାଇବାକୁ ଚାହୁଁଛନ୍ତି। ହେଲେ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଅଲିମ୍ପିକ୍ସରେ ଖେଳିବା ଲାଗି ସେ ଉତ୍ସାହିତ ଅଛନ୍ତି। ସୂଚନାଯୋଗ୍ୟ, ମାନସିକ ଅବସାଦ ପାଇଁ ୨୩ ବର୍ଷୀୟା ଓସାକା ଫ୍ରେଞ୍ଚ ଓପନ ପ୍ରଥମ ରାଉଣ୍ଡ ପରେ ପ୍ରତିଯୋଗିତାରୁ ଓହରିଯାଇଥିଲେ। ପୂର୍ବତନ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗପ୍ରାପ୍ତ ଓସାକା ବର୍ତ୍ତମାନ ର଼୍ୟାଙ୍କିଙ୍ଗ ତାଲିକାର ଦୁଇ ନମ୍ବର ସ୍ଥାନରେ ରହିଛନ୍ତି। ସେ ସବୁଠାରୁ ଅଧିକ ଉପାର୍ଜନକାରୀ ମହିଳା ଆଥ୍ଲେଟ। ସେ ୨୦୨୦ ଏପି ଫିମେଲ୍ ଆଥ୍ଲେଟ ଅଫ୍ ଦି ଇୟର ମଧ୍ୟ। ଗତ ମାସରେ ଫ୍ରେଞ୍ଚ ଓପନ ପ୍ରଥମ ରାଉଣ୍ଡ ବିଜୟ ପରେ ସେ ଖବରଦାତା ସମ୍ମିଳନୀର ସାମ୍ନା ନ କରିବାରୁ ତାଙ୍କୁ ୧୫,୦୦୦ ଡଲାର ଜରିମାନା ହୋଇଥିଲା। ପରଦିନ ଓସାକା ଟୁର୍ନାମେଣ୍ଟରୁ ଓହରିଯାଇଥିଲେ। ଖବରଦାତା ସମ୍ମିଳନୀ ପୂର୍ବରୁ ତାଙ୍କର ମାନସିକ ଅବସ୍ଥା ଠିକ୍ ନ ଥିଲା ବୋଲି ସଫେଇ ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.