ଆଇଜୋଲ୍,୧୫।୬: ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ମିଜୋରାମର ଜିଓନା ଚାନା ଶେଷନିଃଶ୍ୱାସ ତ୍ୟାଗ କରିବାର ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ତାଙ୍କ ପ୍ରିୟଜନମାନେ ତାଙ୍କ ଅନ୍ତିମ ସଂସ୍କାର କରୁନାହାନ୍ତି। କାରଣ ସେମାନେ ଦାବି କରିଛନ୍ତି ଜିଓନା ଏବେ ବି ବଞ୍ଚିଛନ୍ତି।
ଜିଓନା ଚାନାଙ୍କର ଦେହାନ୍ତ ଗତ ରବିବାର ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଚାନାଙ୍କର ୩୮ ସ୍ତ୍ରୀ ଏବଂ ୮୯ ସନ୍ତାନ ଅଛନ୍ତି। ଏତେ ବଡ ପରିବାର ଯୋଗୁ ସେ ମିଜୋରାମରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଟୁଇଟ୍ କରି ତାଙ୍କ ମୃତ୍ୟୁ ଖବର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍ରେ ଲେଖିଥିଲେି ଯେ, ମିଜୋରାମରେ ଥିବା ଜିଓନାଙ୍କ ଗାଁ ଏବଂ ବକଟାୱାଙ୍ଗ ତାଲଙ୍ଗନାମ ତାଙ୍କ ବଡ ପରିବାର ହେତୁ ରାଜ୍ୟରେ ଏକ ପ୍ରମୁଖ ପର୍ଯ୍ୟଟକ କେନ୍ଦ୍ର ହୋଇପାରିଥିଲା। ତାଙ୍କ ଘର ବିଷୟରେ କହିବାକୁ ଗଲେ, ଚାନାଙ୍କ ପରିବାର ୧୦୦ ରୁମ ଏବଂ ଚାରି ମହଲା ବିଶିଷ୍ଟ ଘରେ ରୁହନ୍ତି। ସମଗ୍ର ପରିବାର ଆତ୍ମନିର୍ଭରଶୀଳ ଏବଂ ଅଧିକାଂଶ ସଦସ୍ୟ କିଛି କାମ କିମ୍ବା ଚାକିରି କରିଛନ୍ତି। ଜିଓନା ଥରେ କହିଥିଲେ ଯେ ସେ ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ହୋଇଥିବାରୁ ଗର୍ବିତ। ସେ ନିଜ ପରିବାରକୁ ସମ୍ପୂର୍ଣ୍ଣ ଅନୁଶାସନ ସହିତ ଚଳାଉଥିଲେ।
ଚାନାଙ୍କ ପରିବାରର ଅଧିକାଂଶ ମହିଳା ଚାଷ କରନ୍ତି ଏବଂ ଘରର କାମର ଯତ୍ନ ନିଅନ୍ତି। ଜିଓନାଙ୍କ ବଡ ସ୍ତ୍ରୀ ପୁରା ପରିବାରର ନେତୃତ୍ୱ ନେଉଛନ୍ତି । ସେ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ କରନ୍ତି। ଚାନାଙ୍କ ବିୟୋଗରେ ପୁରା ପରିବାର ଗଭୀର ଦୁଃଖିତ। ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଚାନା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ତାଙ୍କର ବଡ଼ ପରିବାର ହେତୁ ଆକର୍ଷଣର କେନ୍ଦ୍ର ପାଲଟିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.