ନୂଆଦିଲ୍ଲୀ, ୫ା୬ (ପି.ଟି.): ଟୋକିଓ ଅଲିମ୍ପିକ୍ସ ହେବାକୁ ଆଉ କିଛି ସପ୍ତାହ ବାକି ରହିଥିବାବେଳେ ଏଥିରେ ଭାଗ ନେବାକୁଥିବା ଭାରତୀୟ ରେସ୍ଲର ସୁମିତ୍ ମଲିକ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। ଦେଶପାଇଁ ଏହା ଲଜ୍ଜାଜନକ ବିଷୟ। ବୁଲ୍ଗେରିଆରେ ନିକଟରେ ଅନୁଷ୍ଠିତ କ୍ୱାଲିଫାୟର୍ସରେ ତାଙ୍କର ଡୋପ୍ ଟେଷ୍ଟ ହୋଇଥିଲା। ଅଲିମ୍ପିକ୍ସ ପୂର୍ବରୁ ଜଣେ ରେସ୍ଲର ଡୋପ୍ ଜାଲରେ ଧରାପଡ଼ିବା ଏହା ଦ୍ୱିତୀୟ ଦୃଷ୍ଟାନ୍ତ। ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ନରସିଂହ ପଞ୍ଚମ ଯାଦବ ଡୋପ୍ ଟେଷ୍ଟରେ ଧରାପଡ଼ି ୪ ବର୍ଷ ବାସନ୍ଦ ହୋଇଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ବୁଲଗେରିଆର ସୋଫିଆଠାରେ ଅନୁଷ୍ଠିତ ବିଶ୍ୱ ଅଲିମ୍ପିକ କ୍ୱାଲିଫାୟର ଇଭେଣ୍ଟର ୧୨୫ କେଜି କାଟେଗୋରିରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ୨୮ ବର୍ଷୀୟ ରେସ୍ଲର ଜୁଲାଇ ୨୩ରୁ ଆରମ୍ଭ ହେବାକୁଥିବା ମୁଖ୍ୟ ଇଭେଣ୍ଟରେ ଅଂଶଗ୍ରହଣ ଅନିଶ୍ଚିତ ମଧ୍ୟକୁ ଠେଲି ହୋଇଯାଇଛି। ରେସ୍ଲିଂ ଫେଡେରେଶନ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଏଫ୍ଆଇ) ସମ୍ପାଦକ ବିନୋଦ ତୋମାର କହିଛନ୍ତି, ସୁମିତ୍ ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ବିଷୟ ସେମାନେ ୟୁନାଇଟେଡ୍ ଓ୍ବାଲର୍ଡ ରେସ୍ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ଠାରୁ ଆସିଥିବା ଏକ ଇ-ମେଲ୍ରୁ ଜାଣିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ସାମୟିକ ସସ୍ପେଣ୍ଡ କରାଯାଇଛି।
ତାଙ୍କ ନିକଟରୁ ସଂଗୃହୀତ ସାମ୍ପଲରୁ ଯେଉଁ ଉପାଦାନ ଠାବ କରାଯାଇଛି ତାହା ହେଉଛି ୫-ମେଥିଲହେକ୍ସାନ-୨-ଆମିନେ (୧,୪-ଡେମିଥିଲପେଣ୍ଟିଲାମିନେ)। ଫଳାଫଳକୁ ନେଇ ଡବ୍ଲ୍ୟୁଏଫ୍ଆଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। କାରଣ ସୁମିତ୍ଙ୍କ ଟ୍ରାକ୍ ରେକର୍ଡ ଖୁବ୍ ଭଲ ରହିଛି। ତାଙ୍କ ‘ବି’ ସାମ୍ପଲକୁ ଅପେକ୍ଷା କରାଯାଇଛି। ସାଧାରଣତଃ ଅଣ ନିର୍ଦ୍ଦିଷ୍ଟ ପଦାର୍ଥଗୁଡ଼ିକ ହେଉଛି ଆନାବୋଲିକ୍ ଷ୍ଟେରଏ୍ଡ ଏବଂ ନିର୍ଦ୍ଦିଷ୍ଟ ପଦାର୍ଥଗୁଡ଼ିକ ହେଉଛି ଷ୍ଟିମୁଲାଣ୍ଡ। ଦିଲ୍ଲୀର ଜଣେ କ୍ରୀଡ଼ା ଆଇନଜୀବୀ ପାର୍ଥ ଗୋସ୍ବାମୀ କହିଛନ୍ତି ଏହା ଏକ ନିର୍ଦ୍ଦିଷ୍ଟ ପଦାର୍ଥ ହୋଇଥିବାରୁ ସୁମିତଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇପାରିବ ନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.