E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ସେଦିନ ଓ ଆଜିର ଲେଖା
7:06 amJune 21, 2021

ମୀରା ବେଉରା

ଗୋଟିଏ ରାଜ୍ୟରେ ଦୁଇଜଣ କବି ଥିଲେ। ପ୍ରଥମ କବିଜଣକ ପ୍ରେମ, ଆନନ୍ଦ, ବିଷାଦ, ପ୍ରକୃତି, ସୌନ୍ଦର୍ଯ୍ୟ, ସମାଜ ତଥା ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ ନେଇ କବିତା ରଚନା କରୁଥିଲେ। ତାଙ୍କ କବିତାରେ ଥିଲା ବନ୍ୟା, ବାତ୍ୟା, ମହାମାରୀ, ମରୁଡ଼ି ଆଦି ତତ୍କାଳୀନ ସମାଜର ତଥା ଦେଶର ଚିତ୍ର। କିନ୍ତୁ ଦ୍ୱିତୀୟ କବିଜଣକ ସବୁବେଳେ ଭାଟ ହୋଇ ରାଜାଙ୍କର ପ୍ରଶସ୍ତି ଗାନକରି ତାହାକୁ କବିତା ଆକାରରେ ଲେଖି ରାଜାଙ୍କୁ ଶୁଣାଉଥିଲେ। ରାଜା ମଧ୍ୟ ତାଙ୍କୁ ଖୁବ୍‌ ଭଲପାଉଥିଲେ ଏବଂ ଅନେକ ସମ୍ମାନ ଓ ଉପଢୌକନ ଦେଉଥିଲେ। ରାଜାଙ୍କ ଅନୁଗ୍ରହରୁ ସେ ଦାମୀ ଘରେ ରହୁଥିଲେ, ଘୋଡ଼ାରେ ଯିବାଆସିବା କରୁଥିଲେ ଏବଂ ପାକାନ୍ନ ଖାଉଥିଲେ। ଦିନେ ଦରବାରୀ କବି ପ୍ରକୃତ କବିଙ୍କ ଘରକୁ ଯାଇ ଦେଖିଲେ ସେ କେବଳ ସଜନାଶାଗର ତରକାରି ସହିତ ଭାତ ଖାଉଥିଲେ। ସେହି ସମୟରେ ସେ କହିଲେ, ଯଦି ରାଜାଙ୍କୁ ପ୍ରଶଂସା କରି କବିତାଟିଏ ଲେଖନ୍ତ ତେବେ ସଜନାଶାଗ ତରକାରିଠାରୁ ଢେର ଉତ୍କୃଷ୍ଟ ଖାଦ୍ୟ ତୁମେ ଖାଇପାରନ୍ତ। ପ୍ରକୃତ କବି କିନ୍ତୁ ହସିହସି କହିଲେ, ତୁମେ ଯଦି ସଜନାଶାଗ ପରି ଖାଦ୍ୟ ଖାଇ ବଞ୍ଚତ୍ବାକୁ ଶିଖିବ ତେବେ ଆଉ ରାଜାଙ୍କୁ ବୃଥା ପ୍ରଶଂସା କରିବା ଦରକାର ପଡ଼ିବ ନାହିଁ। ତୁମର ଜାଣିବା ଉଚିତ ଯେ, ତୁମେ ତୁମ ବିବେକର ବାଣୀ ନ ଶୁଣି ବିବେକକୁ ଜାଳିଦେଇ ବୃଥାରେ ରାଜାଙ୍କୁ ପ୍ରଶଂସା କରୁଛ।
ଏହି କଥା କହିବାର ପ୍ରାସଙ୍ଗିକତା ହେଉଛି, ଆଜି ସବୁଠି ଏହିଭଳି ତୋଷାମଦିଆ କବିଙ୍କର ଆବିର୍ଭାବ ଘଟିଛି। ବୃଥାରେ ପ୍ରଶଂସା କରି ପୁରସ୍କାର, ସମ୍ବର୍ଦ୍ଧନା ଗୋଟାଇବା ପାଇଁ ଆଜିର ଲେଖକମାନେ ଶାସକ ଗୋଷ୍ଠୀଙ୍କର ଭାଟ ସାଜିଛନ୍ତି। ନିଜର ଅନ୍ତରର ଭାଷାକୁ ନ ପଢ଼ି ନିଜ ବିବେକକୁ ଧ୍ୱଂସ କରି ପ୍ରତିଯୋଗିତା ଭିତ୍ତିରେ ପ୍ରଶଂସା କରିବାରେ ନିଜର ଲେଖନୀକୁ ସମ୍ପୂର୍ଣ୍ଣ ଉପଯୋଗ କରୁଛନ୍ତି କହିଲେ ଆଦୌ ଭୁଲ୍‌ ହେବନାହିଁ। ପ୍ରତିବାଦର ସ୍ବର ଓ ବିପ୍ଳବର ସ୍ବର ତଥା ଗଣତନ୍ତ୍ରର ସ୍ବର ତାଙ୍କ ଲେଖାରେ କମ୍‌ ବାରି ହେଉଛି। ସେଦିନ ରୁଷୋ, ଭୋଲଟେୟାର ଓ ମଣ୍ଟେସ୍କୁ ପ୍ରମୁଖ ପ୍ରବୀଣ ଫରାସୀ ଲେଖକଙ୍କର ଶାଣିତ ଲେଖନୀର ସ୍ବରରେ ଫରାସୀ ବିପ୍ଳବ ସମ୍ଭବ ହୋଇଥିଲା। ଜାର୍‌ମାନଙ୍କ ବିରୋଧରେ ଯେଉଁ ରୁଷ ବିପ୍ଳବ ହୋଇଥିଲା ସେହି ଲେଖନୀରେ ଯେଉଁ ତୀକ୍ଷ୍‌ଣ ଅସ୍ତ୍ର ଥିଲା ତାହା ହିଁ ଥିଲା ବିପ୍ଳବର ଅସ୍ତ୍ର। ଦୁଇଶହ ବର୍ଷର ଅତ୍ୟାଚାରୀ ଇଂରେଜ ସରକାରକୁ ଭାରତବର୍ଷରୁ ବିତାଡ଼ିତ କରିବାପାଇଁ ଯେଉଁ ସଂଗ୍ରାମ ହୋଇଥିଲା, କ୍ରାନ୍ତିକାରୀଙ୍କ କଲମ ମୁନରେ ତାହା ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ଛାତିରେ ଜାତୀୟ ଚେତନାର ଝଙ୍କୃତ ସ୍ବର ଉପତ୍ନ୍ନ କରେ। ଶ୍ରୀଅରବିନ୍ଦ, ବିପିନ୍‌ ଚନ୍ଦ୍ର ପାଲ୍‌ଙ୍କ ଦ୍ୱାରା ପ୍ରକାଶିତ ବନ୍ଦେମାତରମ୍‌ର ସଂପାଦକୀୟ ଲେଖକ ହିସାବରେ ଯୋଗଦେଇ ଇଂରେଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀଅରବିନ୍ଦଙ୍କ ବୈପ୍ଳବିକ ଚିନ୍ତାଧାରାରୁ ସୃଷ୍ଟି ହୋଇଥିଲା ଏକ ଇଂରେଜୀ ପତ୍ରିକା କର୍ମଯୋଗୀ। ଭାରତବର୍ଷରେ ମଧ୍ୟ କ୍ରାନ୍ତିକାରୀ ଲେଖକ ଲେଖିକା ରବୀନ୍ଦ୍ରନାଥ ଟାଗୋର, ମହାତ୍ମା ଗାନ୍ଧୀ, ଶ୍ରୀଅରବିନ୍ଦ, ଗୋପାଳକୃଷ୍ଣ ଗୋଖଲେ, ସରୋଜିନୀ ନାଇଡୁ, ଲାଲା ଲଜପତ୍‌ ରୟ, ବାଲ୍‌ଗଙ୍ଗାଧର ତିଲକ, ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ପ୍ରମୁଖଙ୍କ କ୍ରାନ୍ତିକାରୀ ଲେଖନୀରୁ ଭାରତର ସ୍ବାଧୀନତା ସଂଗ୍ରାମ ସଫଳ ରୂପାୟନ ହୋଇଥିଲା। ଇତିହାସରେ ଏମିତି ଅନେକ ଲେଖକ ଅଛନ୍ତି; ଯେଉଁମାନେ ଶାସକ ଗୋଷ୍ଠୀଙ୍କ ଆଖିରୁ ନିଦ ହଜାଇ ତାଙ୍କର ସ୍ଥିତିକୁ ଅସମ୍ଭାଳ କରିଦେଇଛନ୍ତି। ପଣ୍ଡିତ ଗୋପବନ୍ଧୁ ମଧ୍ୟ ସେଦିନ ଲେଖିଥିଲେ ତାଙ୍କ କାରାକବିତାରେ ‘ବନ୍ଦୀର ଆତ୍ମକଥା’ରେ। ଏହି ଲେଖନୀ ବେଳେବେଳେ ଶାସକର ସିଂହାସନ ଗାଦିକୁ ମଧ୍ୟ ଥରାଇ ଦେଇଛି। କବି ରବି ସିଂ ‘ଚରମପତ୍ର’ କବିତାରେ ସେଭଳି ଲେଖି ଶାସକ ଗୋଷ୍ଠୀକୁ ସଚେତନ କରିଦେଉଥିଲେ। କେବଳ ରବି ସିଂ ନୁହନ୍ତି ଓଡ଼ିଆ ସାହିତ୍ୟର କବି ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ, ଗୋଦାବରୀଶ ମହାପାତ୍ର, ରାଧାମୋହନ ଗଡ଼ନାୟକ, ଗାଳ୍ପିକ ଗୋପାଳ ଛୋଟରାୟ, ହରେକୃଷ୍ଣ ମହତାବ, ପଦ୍ମଭୂଷଣ ରାଧାନାଥ ରଥ ପ୍ରମୁଖଙ୍କ ଲେଖନୀ ଥିଲା ଖୁବ୍‌ ଶାଣିତ, ଯାହା ତତ୍କାଳୀନ ଶାସକ ଗୋଷ୍ଠୀକୁ ସଚେତନ କରିଦେଉଥିଲା।
ସେଦିନ ବ୍ୟାସ କବି ଫକୀରମୋହନ ସେନାପତି ଲେଖିଥିଲେ ତାଙ୍କ ଆମତ୍ଜୀବନୀରେ ”ଭୋଳାନାଥ ଖମାରିଆ ପାଶକୁ ମହାରାଣୀ ପୁତ୍ରଙ୍କ ସକାଶେ ଅତିଶୀଘ୍ର ଶହେ ପାନ ଓ ଦୁଇଶହ ଗୁଆ ପଠାଇବୁ। ଉତ୍ତର ପଟରୁ ମାହାରା କରି ଆଖୁ ବାଡ଼ିକୁ ଶୀଘ୍ର ପାଣି ବୁହାଇବୁ, ନ ହେଲେ ଆଖୁବାଡ଼ି ବିନାଶ ଯିବ।“ଏହା ଲେଖିଥିଲେ ଯେତେବେଳେ ଫକୀରମୋହନ ସେନାପତି ଦେୱାନ ଥିଲେ ଆଉ ବ୍ରିଟିଶମାନେ ଗଡ଼ଜାତ ଅଞ୍ଚଳକୁ ଆକ୍ରମଣ କରିଥିଲେ। ପାଇକମାନଙ୍କ ହାତରେ ସେ ଏ ଚିଠି ପଠାଇଲେ। ଏହି ଚିଠିର ଅର୍ଥ ଥିଲା ପାନର ଅର୍ଥ ସିପାହି ଗୁଆର ଅର୍ଥ ବନ୍ଧୁକର ଗୁଳି। ଆଖୁବାଡ଼ି ଅର୍ଥ ଗଡ଼। ଉତ୍ତର ଦିଗରୁ ଅର୍ଥାତ୍‌ ଚାଇଁବାସା ତରଫରୁ ସିପାହି ଶୀଘ୍ର ନ ଗଲେ ଗଡ଼ ଲୁଟ୍‌ପାଟ ବା ନଷ୍ଟ ହୋଇଯିବ। କେନ୍ଦୁଝର ପ୍ରଜାଆନ୍ଦୋଳନ ବେଳେ ଏହା ଫକୀରମୋହନ ଲେଖିଥିଲେ ତାଙ୍କ ଲେଖନୀରେ। କି ଚମକତ୍ାର ଲେଖା ଥିଲା।
ପ୍ରକୃତରେ ସ୍ବୀକୃତି ବା ସୁଖ ସମ୍ପଦ ଓ କଳାସାଧନା ଦୁଇଟିଯାକ ବିପରୀତମୁଖୀ ଧାରା। କଳାସାଧନ ହୋଇଥାଏ ସ୍ବାର୍ଥ ଏବଂ ଅହଂକାରର ବିଲୟରେ। ଆଜିର ଲେଖକ, କବି ଭୁଲି ଯାଉଛନ୍ତି ଯେ ସାହିତ୍ୟ ଏକ ସାଧନା ଏବଂ କଳା। ଆଜି କିନ୍ତୁ ସାଧନା ଅପେକ୍ଷା ପୁରସ୍କାର ଆଶାରେ ଅଧିକ ଲେଖନୀ ନିୟୋଜିତ।
ବିନା ପୁରସ୍କାରରେ ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ଓଡ଼ିଆ ସାହିତ୍ୟ ଆକାଶରେ ସେମିତି ତାରାଭଳି ଝଟକୁଥିବେ। ଅନେକ ନେତାଙ୍କୁ ବ୍ୟଙ୍ଗକରି ଲେଖିଥିବା ଲେଖକ ପୁରସ୍କାରରୁ ବଞ୍ଚତ୍ତ ହୋଇଛନ୍ତି। ଏହାର ଅର୍ଥ ନୁହେଁ ଯେ ସେମାନଙ୍କର ସାହିତ୍ୟ ସାଧନା ନାହିଁ। ପ୍ରକୃତରେ ପାଠକର ଶ୍ରଦ୍ଧା ଓ ସ୍ବୀକୃତି ହିଁ ହେଉଛି ଲେଖକର ଶ୍ରେଷ୍ଠ ସମ୍ପତ୍ତି ଏବଂ ଜୟମାଲ୍ୟ। ପାଠକୀୟ ଶ୍ରଦ୍ଧା ଭଲପାଇବା ସ୍ବୀକୃତି ହିଁ ଲେଖକର ପ୍ରକୃତ ପରିଚୟ ଏବଂ ପ୍ରକୃତ ପୁରସ୍କାର, ଯାହା କୌଣସି ଉଚ୍ଚସମ୍ମାନପ୍ରଦ ପୁରସ୍କାରରେ ନ ଥାଏ। ଆଜିର କବି ଓ ଲେଖକମାନେ ଯଦି ନିଜର ବିବେକର ସ୍ବରକୁ ହୃଦୟଙ୍ଗମ କରି ସମାଜ ତଥା ଦେଶର ବିକାଶ ପାଇଁ ଗଣତନ୍ତ୍ରର ସ୍ବର ହୋଇ ନିଜ ଲେଖନୀକୁ ଶାଣିତ କରି ବିପ୍ଳବର ଅସ୍ତ୍ର ସ୍ବରୂପ ଉପଯୋଗ କରିବେ ତେବେ ଲେଖନୀ ହେବ ସମାଜ ପରିବର୍ତ୍ତନର ଅସ୍ତ୍ର। ସେମାନେ ଯଦି ତୋଷାମଦ କରି ନିଜର ଲେଖନୀ ଚାଳନା କରିବେ ତେବେ ଦେଶ ତଥା ସମାଜର ବିକାଶ ବାଟବଣା ହେବ। ତେଣୁ କୁହାଯାଇଛି ଲେଖନୀ ଖଣ୍ଡାଠାରୁ ମଧ୍ୟ ଶକ୍ତିଶାଳୀ।
ରଘୁନାଥଜିଉ ମହାବିଦ୍ୟାଳୟ, ଦେଉଳସାହି, କଟକ
ମୋ-୯୮୫୩୩୫୦୩୮୪


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଅସହାୟ ଜି ୭

ବ୍ରିଟେନ୍‌ କର୍ନଓ୍ବାଲ୍‌ର କାର୍ବିସ୍‌ ବେ’ଠାରେ ୧୧ରୁ ୧୩ ଜୁନ୍‌ ଯାଏ ୩ ଦିନ ଧରି ୪୭ତମ ଜି ୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ...

ବାପା ହେବା ପରେ, ବାପା ଯିବା ପରେ

ବିପିନ୍‌ ବିହାରୀ ମହାନ୍ତି ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ...

ବହୁପତ୍ନୀ ପରମ୍ପରାରେ ନାରୀ ନିଷ୍ପେଷିତ କି

ସାରଦା ପ୍ରସାଦ କର ‘ବୀରଭୋଗ୍ୟା ବସୁନ୍ଧରା’ ଉକ୍ତିଟି ଭାରତ ଭୂଖଣ୍ଡର ମୂଳଭାଷା ହେଲେ ମଧ୍ୟ ସାରା ବିଶ୍ୱ ବୀର ପ୍ରସବିନୀମାନଙ୍କୁ ନେଇ ଗର୍ବିତ। ଦେଶ ଦେଶ...

ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ

ଡ.ମୌସୁମୀ ପରିଡ଼ା ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ ବା ହେବା ଉଚିତ ନୁହେଁ। କାରଣ ଆମେ ଜୀବନର ପ୍ରତିଟି କ୍ଷେତ୍ରରେ ମାନସିକ ଓ ଶାରୀରିକ ଭାବେ...

ମାଙ୍ଗାଲୋର ନ ଯାଇ ମଙ୍ଗଳ

ଜୁଲାଇ ୨୦ରେ ଆମାଜନ ପ୍ରତିଷ୍ଠାତା ତଥା ‘ବ୍ଲୁ ଅରିଜନ’ର ମାଲିକ ଜେଫ୍‌ ବେଜୋସ୍‌ଙ୍କ ସହ ତାଙ୍କ ଭାଇ ମାର୍କ ମହାକାଶକୁ ଯିବେ। ବିଶ୍ୱର ଅତିଧନୀ ବ୍ୟକ୍ତିବିଶେଷଙ୍କ...

ଅମ୍ଳଜାନ ଅଭାବଜନିତ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଗଣମାଧ୍ୟମରେ ପ୍ରକାଶିତ ଗୋଟିଏ ଚର୍ଚ୍ଚିତ ଘଟଣା। ରାଞ୍ଚତ୍ରେ ଦେବେନ୍ଦ୍ର ଶର୍ମା ରହନ୍ତି। ୨୪ ଏପ୍ରିଲ ୨୦୨୧ରେ ସେ ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ...

ତଥ୍ୟରେ ନିିବେଶ ଲୋଡ଼ା

ରାଜ୍‌ ଶାହା, ମାର୍କ ଲୋକୋକ୍‌ ମାର୍ଚ୍ଚ ୨୦୨୦ରେ କୋଭିଡ୍‌-୧୯ ମହାମାରୀ କାୟା ବିସ୍ତାର କରିବା ସମୟରେ ଆଫଗାନିସ୍ତାନରେ କେବଳ ୩୦୦ ଭେଣ୍ଟିଲେଟର ଏବଂ ଦୁଇଟି ଇଣ୍ଟେନ୍‌ସିଭ...

ଜି-୭ରେ ଜଳବାୟୁ ପ୍ରସଙ୍ଗ

ଡ. ଜୟକୃଷ୍ଣ ପାଣିଗ୍ରାହୀ ବ୍ରିଟେନ୍ କର୍ନଓ୍ବାଲ ପ୍ରଦେଶର କାର୍ବିସ ଉପକୂଳରେ ଜୁନ ୧୧ରେ ଯେତେବେଳେ ବିଶ୍ୱର ଜି-୭ ବା ସପ୍ତ-ରାଷ୍ଟ୍ର ଗୋଷ୍ଠୀର ରାଷ୍ଟ୍ରମୁଖ୍ୟମାନେ ୪୭ତମ ଶିଖର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଏଇ ଭାରତରେ
Next Post Next post:
ଅଫିମ ହୋଇଛି ଧର୍ମ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts