Categories: ଖେଳ

ସାଉଥାମ୍ପଟନରେ ବର୍ଷା: ଚତୁର୍ଥ ଦିନ ଖେଳ ବାଧାପ୍ରାପ୍ତ ଆଶଙ୍କା

ସାଉଥାମ୍ପଟନ,୨୧।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍‌ର ଚତୁର୍ଥ ଦିନରେ ସାଉଥମ୍ପଟନରେ ବର୍ଷା ଲାଗି ରହିଛି। ପ୍ରଥମ ଦିନ ଭଳି ଚତୁର୍ଥ ଦିନ ଖେଳ ମଧ୍ୟ ବର୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ପ୍ରବଳ ବର୍ଷା ହେତୁ ପ୍ରଥମ ଦିନରେ ଟସ୍‌ ମଧ୍ୟ କରାଯାଇ ନ ଥିଲା। ଖେଳ ଦ୍ୱିତୀୟ ଏବଂ ତୃତୀୟ ଦିନରେ ହୋଇଥିଲା, କିନ୍ତୁ ଖରାପ ଆଲୋକ ହେତୁ ଦିନର ଖେଳକୁ ବନ୍ଦ କରିବାକୁ ପଡିଲା। ତୃତୀୟ ଦିନର ଖେଳ ଶେଷ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ୨ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲା। ପୂର୍ବରୁ କିୱି ବୋଲରମାନେ ୨୧୭ ରନରେ ଭାରତୀୟ ଇନିଂସକୁ ସୀମିତ ରଖିଥିଲେ।
ଭାରତ ପାଇଁ ଉପ-ଅଧିନାୟକ ଅଜିଙ୍କେ ରାହାନେ ସର୍ବାଧିକ ୪୯ ରନ ସଂଗ୍ରହ କରିଥିବାବେଳେ ଅଧିନାୟକ ବିରାଟ କୋହଲି ୪୪ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ରୋହିତ ଶର୍ମା ୩୪ ଏବଂ ଶୁଭମନ ଗିଲ ୨୮ ରନ ସ୍କୋର କରିଥିଲେ। ଅଶ୍ୱିନ ୨୨ ରନ କରିଥିଲେ ଏବଂ ଶେଷ ଉଇକେଟ ଭାବରେ ପାଭିଲିୟନକୁ ଫେରିଥିବା ରବିନ୍ଦ୍ର ଜାଡେଜା ୧୫ ରନ ସଂଗ୍ରହ କରିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.