ସାଉଥାମ୍ପଟନ୍,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଫଳରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଥରେ ନରାଶ ହେବାକୁ ପଡିଛି। ଅଧିନାୟକ ଭାବରେ ବିରାଟଙ୍କୁ ଇତିହାସ ସୃଷ୍ଟି କରିବାର ସୁଯୋଗ ମିଳିଥିଲା କିନ୍ତୁ ତାହା ହୋଇପାରିଲା ନାହିଁ। କେବଳ ଏତିକି ନୁହେଁ, ବିରାଟ କୋହଲି ପୁଣି ଥରେ ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। କୋହଲି ଆଇସିସି ଟ୍ରଫି ହରାଇ ହ୍ୟାଟ୍ରିକ କରିଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ ଆଇସିସି ଟ୍ରଫିରେ ପହଞ୍ଚିବା ପରେ ବିରାଟଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ହାରିଛି।
ଚାମ୍ପିଅନ୍ସ ଟ୍ରଫି ୨୦୧୭ : ୨୦୧୭ ମସିହାରୁ ଅଧିନାୟକ ଭାବରେ ଆଇସିସି ଟ୍ରଫିରେ ବିରାଟଙ୍କ ହାରିବା ଧାରା ଆରମ୍ଭ ହୋଇଥିଲା। ଏହି ବର୍ଷ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପହଞ୍ଚି ଥିଲା। କିନ୍ତୁ ଫାଇନାଲ୍ରେ ପାକିସ୍ତାନଠାରୁ ହାରିଯାଇଥିଲା। ଫାଇନାଲ୍ରେ ପାକିସ୍ତାନ ୪ ଉଇକେଟ୍ ହରାଇ ୩୩୮ ରନ ସଂଗ୍ରହ କରିଥିଲା, ଏହାର ଜବାବରେ ଟିମ ଇଣ୍ଡିଆ ୧୫୮ରନରେ ଅଲଆଉଟ୍ ହୋଇଯାଇଥିଲା।
ବିଶ୍ୱକପ ୨୦୧୯: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ପୁଣି ଥରେ ୨୦୧୯ ଦିନିକିଆ ବିଶ୍ୱକପ୍ର ସେମିଫାଇନାଲରେ ପହଞ୍ଚିଥିଲା। ଗୋଟିଏ ମ୍ୟାଚ ନ ହରାଇ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲା। ଦଳ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଥିଲା କିନ୍ତୁ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ମଞ୍ଚେଷ୍ଟରରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ମାତ୍ର ୨୩୯ ରନ ସ୍କୋର କରିଥିଲା, କିନ୍ତୁ ବିରାଟ, ରୋହିତ, ଧୋନୀଙ୍କ ଭଳି କିମ୍ବଦନ୍ତୀ ବିଶିଷ୍ଟ ଟିମ୍ ଇଣ୍ଡିଆ ୨୨୧ ରନ୍ରେ ଅଲଆଉଟ୍ ହୋଇଥିଲା। ଫଳରେ ପୁଣି ଥରେ ଆଇସିସି ଟ୍ରଫି ଜିତିବାର ସୁଯୋଗ ହାତଛଡ଼ା କରିଥିଲା।
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ: ୨୦୧୯ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ କ୍ରମାଗତ ଭଲ ପ୍ରଦର୍ଶନ କରିଥିଲା। ଏହି ଦଳ ଅଷ୍ଟ୍ରେଲିଆକୁ ନିଜ ଘରେ ପରାସ୍ତ କରିବାର କୀର୍ତ୍ତିମାନ କରିଥିଲା, କିନ୍ତୁ ଫାଇନାଲରେ ନ୍ୟୁଜିଲାଣ୍ଡ ପୁଣି ଥରେ ଜିତିବା ବାଟରେ ବାଧା ସୃଷ୍ଟି କରିଥିଲା। ସାଉଥାମ୍ପଟନ୍ରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠାରୁ ଅଧିକ ଶକ୍ତିଶାଳୀ ଭାରତୀୟ ଦଳ ବିଜୟରୁ ବଞ୍ଚିତ ହୋଇଥିଲେ।
ଭାରତ କ୍ରମାଗତ ପଞ୍ଚମ ଥର ପାଇଁ ଆଇସିସି ଟ୍ରଫି ହାତଛଡା କରିଛି। ଭାରତ ଟି -୨୦ ବିଶ୍ୱକପ ୨୦୧୪ର ଫାଇନାଲରେ ହାରିଥିଲା, ୨୦୧୬ ଟି-୨୦ ବିଶ୍ୱକପର ସେମିଫାଇନାଲରେ ହାରଥିଲା। ଏବଂ ପରେ ଚାମ୍ପିଅନ୍ସ ଟ୍ରଫି ୨୦୧୭, ଆଇସିସି ବିଶ୍ୱକପ ୨୦୧୯ ଏବଂ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ହାରିଗଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.