ସାଉଥାମ୍ପଟନ, ୧୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରଥମ ଦିନକୁ ବର୍ଷା ଧୋଇ ଦେବା ପରେ ପର୍ଯ୍ୟାପ୍ତ ଆଲୋକ ଅଭାବରୁ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ଦ୍ୱିତୀୟ ଦିନ। ଶେଷରେ ୩୩.୨ ଓଭର ପୂର୍ବରୁ ଦ୍ୱିତୀୟ ଦିନର ଖେଳକୁ ରୋକି ଦିଆଯାଇଥିଲା। ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ୩ ଉଇକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲା। ଅଧିନାୟକ ବିରାଟ କୋହଲି ୪୪ ଏବଂ ଅଜିଙ୍କ୍ୟ ରାହାନେ ୨୯ ରନରେ ଅପରାଜିତ ଅଛନ୍ତି। ଦୁହେଁ ଅସମାପ୍ତ ୪ର୍ଥ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ିଛନ୍ତି ୫୮ ରନ।
ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ଭାରତକୁ ଭଲ ଆରମ୍ଭ ଦେଇଥିଲା ରୋହିତ ଶର୍ମା (୩୪) ଓ ଶୁବମନ ଗିଲ୍(୨୮)ଙ୍କ ଓପନିଂ ଯୋଡ଼ି। ଦଳୀୟ ସ୍କୋର ୬୦ ରନ୍ ଡେଇଁବା ପରେ ଦୁହେଁ ପ୍ୟାଭିଲିଅନ ଫେରିଥିଲେ। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ଉପରେ ଏତେ ଚାପ ପଡ଼ିଥିଲା ଯେ, ତାଙ୍କୁ ଖାତା ଖୋଲିବା ପାଇଁ ୩୬ଟି ବଲ ଖେଳିବାକୁ ପଡ଼ିଥିଲା। ଶେଷରେ ୫୪ ବଲ ଖେଳି ୮ ରନରେ ଆଉଟ ହୋଇଥିଲେ ପୂଜାରା। ନ୍ୟୁଜିଲାଣ୍ଡ ପକ୍ଷରୁ କାଏଲ ଜେମିସନ, ନେଲ୍ ଓ୍ବାଗନର ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.