ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ ନିର୍ଣ୍ଣାୟକ ଦିନରେ ପ୍ରବେଶ କରିଛି। କିନ୍ତୁ ମ୍ୟାଚ୍ର ଫଳାଫଳ ତଥା ବିଜେତା ମିଳିବାର ସମ୍ଭାବନା ଖୁବ୍ କମ୍। କେବଳ ବ୍ୟାଟିଂ ବିପର୍ଯ୍ୟୟ ହିଁ ଫଳାଫଳ ଦେଇପାରିବ। ୫ମ ଦିନ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୨ ଉଇକେଟ ହରାଇ ୬୪ ରନ୍ କରିଛି। ହାତରେ ଆହୁରି ୮ ଉଇକେଟ ଥିବାବେଳେ ମାତ୍ର ୩୨ ରନ୍ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ।
ପ୍ରଥମ ଇନିଂସରେ ଭାରତ ୨୧୭ ରନ୍ କରିଥିବାବେଳେ ନ୍ୟୁଜିଲାଣ୍ଡ ୧୦୧/୨ରୁ ଅସମାପ୍ତ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ କେନ ଓ୍ବିଲିୟମସନ ଖୁଣ୍ଟ ଭଳି କ୍ରିଜରେ ଜମି ରହିଖିଲେ। କିନ୍ତୁ ଅନ୍ୟ ପଟେ ଉଇକେଟ ପତନ ଘଟାଇ ଚାଲିଥିଲେ ଭାରତୀୟ ପେସର। ଫଳରେ ୨୪୯ ରନ୍ରେ ସୀମିତ ରହିଥିଲା ନ୍ୟୁଜିଲାଣ୍ଡ। ଦଳ ପାଇଁ ଡେଭନ କନଓ୍ବେ ୫୪ ଓ ଅଧିନାୟକ ଓ୍ବିଲିୟମସନ ୪୯ ରନ୍ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ୪, ଇଶାନ୍ତ ଶର୍ମା ୩ ଓ ରବିଚନ୍ଦ୍ରଶନ ଅଶ୍ୱିନ ୨ ଉଇକେଟ ହାତେଇଥିଲେ। ୩୨ ରନ୍ରେ ପଛୁଆ ଥିବା ଭାରତ ପାଇଁ ଧୈର୍ଯ୍ୟର ସହ ବ୍ୟାଟିଂ ଆରମ୍ଭ କରିଥିଲେ ରୋହିତ ଶର୍ମା (୩୦) ଓ ଶୁବମାନ ଗିଲ (୮)ଙ୍କ ଓପନିଂ ଯୋଡ଼ି। ଦୁଇ ଓପନରଙ୍କୁ ଅତି ଚତୁରତାର ସହ ଏଲ୍ବିଡବ୍ଲ୍ୟୁ ଆଉଟ୍ କରିଥିଲେ ଟିମ୍ ସୌଦି। ଫଳରେ ୫ମ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୨ ଉଇକେଟ ହରାଇ ୬୪ ରନ୍ କରିଛି। ଚେତେଶ୍ୱର ପୂଜାରା ୧୨ ଓ ଅଧିନାୟକ ବିରାଟ କୋହଲି ୮ ରନ୍ କରି କ୍ରିଜରେ ଅଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.