ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ଶିପ୍ର ଫଶଇନାଲ୍ ଖେଳାଯାଉଛି। ଡବ୍ଲୁଟିଏସି ଫାଇନାଲ୍ ପଞ୍ଚମ ଦିନରେ ଦ୍ରୁତ ବୋଲରମାନେ ଟିମ ଇଣ୍ଡିଆକୁ ମ୍ୟାଚକୁ ଫେରାଇ ଆଣିଥିଲେ। ଭାରତର ପ୍ରଥମ ଇନିଂସରେ ୨୧୭ ରନ୍ ଜବାବରେ ନ୍ୟୁଜିଲାଣ୍ଡର ସମସ୍ତ ଦଳ ୨୪୯ ରନରେ ଆଉଟ ହୋଇଥିଲେ। ତେବେ କିୱି ଅଧିନାୟକ କେନ ୱିଲିୟମସନଙ୍କୁ ଆଉଟ୍ କରିବାରେ ଭାରତୀୟ ବୋଲରମାନେ ଝାଳ ବୁହାଇଥିଲେ। ଗୋଟିଏ ପଟେ ନ୍ୟୁଜିଲାଣ୍ଡର ଉଇକେଟ ପଡିଚାଲିଥିଲା। କିନ୍ତୁ ୱିଲିୟମସନ ଅନ୍ୟ ପଟେ ଛାଡା ହୋଇଥିଲେ। ଏକଦା ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପ୍ରଶଂସକମାନେ ମଧ୍ୟ ଟିକେ ବିରକ୍ତ ହୋଇଥିଲେ। ୱିଲିୟମସନଙ୍କ ବ୍ୟାଟିଂ ଦେଖି ଲାଗୁଥିଲା ଯେ ସେ ନ୍ୟୁଜିଲାଣ୍ଡର ସ୍କୋରକୁ ୩୦୦ରୁ ଅଧିକ ନେବେ। ଏପରି ପରିସ୍ଥିତିରେ ପ୍ରଶଂସକମାନେ ଚିନ୍ତା କରିବାକୁ ଲାଗିଲେ ଯେ ଟିମ ଇଣ୍ଡିଆ କିପରି ୱିଲିୟମସନଙ୍କୁ ପାଭିଲିୟନ୍କୁ ପଠାଇବ। ଏହି ସମୟରେ ଜଣେ ପ୍ରଶଂସକ ଟୁଇଟ୍ କରି ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। ପ୍ରଶଂସକ ଲେଖିଛନ୍ତି ଯେ, ସୋନୁ ସୁଦ୍ ସାର୍ ଦୟାକରି ୱିଲିୟମସନ୍ଙ୍କୁ ପ୍ୟାଭିଲିୟନକୁ ପଠାନ୍ତୁ। ସୋନୁ ଟୁଇଟରରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ଉତ୍ତର ଦେଇଥିଲେ।
ସୋନୁ ଲେଖିଛନ୍ତି ଯେ ଆମ ଦଳରେ ଏପରି ଭେଟେରାନ ଅଛନ୍ତି, ଯେଉଁମାନେ ତାଙ୍କୁ ପଠାଇଦେବେ; ଦେଖିଲ, ଗଲା ନା। ପଞ୍ଚମ ଦିନରେ ବିରାଟ କୋହଲି ଇଶାନ୍ତ ଶର୍ମାଙ୍କ ଏକ ବଲରେ ତୃତୀୟ ସ୍ଲିପରେ ୱିଲିୟମସନଙ୍କ ଚମତ୍କାର କ୍ୟାଚ ନେଇଥିଲେ। ୱିଲିୟମସନ୍ ୧୭୭ ବଲ୍ ଖେଳି ୪୯ ରନ କରି ଆଉଟ୍ ହୋଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.