Categories: ଖେଳ

ପଡିଆରେ ଟାଓ୍ବେଲ୍‌ ପିନ୍ଧି ଫିଲ୍ଡିଂ କଲେ ସାମି: ଦେଖନ୍ତୁ ଭିଡିଓ

ସାଉଥାମ୍ପଟନ୍‌,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌(ଡବ୍ଲୁଟିସି) ଫାଇନାଲ୍‌ରେ ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ସାମି ଜବରଦସ୍ତ ବୋଲିଂ କରିଛନ୍ତି। ସେ ୪ଟି ଉଇକେଟ୍‌ ନେଇ ଭାରତୀୟ ଦଳକୁ ମ୍ୟାଚ୍‌କୁ ଫେରିବାରେ ସୁଯୋଗ ଦେଇଥିଲେ। ସାମି ନ୍ୟୁଜିଲାଣ୍ଡର ବିଜେ ଓ୍ବାଟଲିଂଙ୍କ ଉଇକେଟ୍‌ ନେବା ପରେୁ ବାଉଣ୍ଡ୍ରି ଲାଇନ୍‌କୁ ଫିଲ୍ଡିଂ କରିବାକୁ ଯାଇଥିଲେ। ସେଠାରେ ସେ ତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ସେ ସାଥୀ ଖେଲାଳିଙ୍କଠାରୁ ଟାଓ୍ବେଲ୍‌ ଆଣି ପିନ୍ଧିଥିଲେ। ଏହି ସମୟରେ ଅମ୍ପାୟାର୍‌ ଲଞ୍ଚ୍‌ ବ୍ରେକ୍‌ ଘୋଷଣା କରିଥିଲେ। ଫଳରେ ସାମି ଟାଓ୍ବେଲ୍‌ ପିନ୍ଧି ଡ୍ରେସିଂ ରୁମ୍‌କୁ ଯାଇଥିଲେ। ସାମିଙ୍କ ଟାଓ୍ବୋଲ୍‌ ପିନ୍ଧା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ଏହି ମ୍ୟାଚ୍‌ରେ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୨୧୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଡେଭନ କନୱେ (୫୪ ରନ) ଏବଂ କେନ ୱିଲିୟମସନ (୪୯ ରନ)ଙ୍କ ଉପଯୋଗୀ ରନ ସହାୟତାରେ ୨୪୯ ରନ ସଂଗ୍ରହ କରିଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.