Categories: ଖେଳ

ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। ଦଳର ସଫ୍ଟ କ୍ୱାରେଣ୍ଟିନ ଶେଷ ହେବା ପର୍ଯ୍ୟନ୍ତ ଖେଳାଳିଙ୍କ ଭାଗ ଭାଗ ହୋଇ ଟ୍ରେନିଂ କରିବାକୁ ପଡ଼ିବ। ୩ରୁ ୪ ଖେଳାଳିଙ୍କୁ ଏକା ସଙ୍ଗେ ଟ୍ରେନିଂ କରିବାକୁ ଅନୁମତି ଦିଆଯାଇଛି।

ତେବେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଏକାଦଶରେ ମହମ୍ମଦ ସିରାଜଙ୍କୁ ସାମିଲ କରିବାକୁ ଚାହୁଁଛି। କିନ୍ତୁ ୨୦୧୯ ପରେ ପ୍ରଥମ ଥର ପାଇଁ ଇଶାନ୍ତ ଶର୍ମା, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା ଏକାସାଙ୍ଗେ ଖେଳିବା ପାଇଁ ଉପଲବ୍ଧ ଅଛନ୍ତି। ୩ ପେସରଙ୍କ ଯୋଗୁ ଗତ ୩ ବର୍ଷରେ ବିଦେଶରେ ଅନେକ ସଫଳତା ପାଇଛି ଭାରତୀୟ ଦଳ। ଏମାନଙ୍କ ମଧ୍ୟରୁ ସବୁଠୁ ସିନିୟର ପେସର ଇଶାନ୍ତଙ୍କୁ ବିଶ୍ରାମ ଦିଆଯାଇପାରେ। ପ୍ରାୟ ଦଶନ୍ଧି ହେଲା ଖେଳୁଥିବା ୩୩ ବର୍ଷୀୟ ଇଶାନ୍ତଙ୍କ ନିକଟରେ ବାଉନ୍ସର ପରେ ବାଉନ୍ସର ମାରିବାର ଦକ୍ଷତା ରହିଛି। ମାତ୍ର ସେ ଲମ୍ବା ସ୍ପେଲ ପକାଇ ନ ପାରନ୍ତି। ଏହାର କାରଣ ତାଙ୍କ ଶରୀର। ଚଳିତ ବର୍ଷ ଜାନୁୟାରୀ ଗୋଇଠି ଜନିତ ଆଘାତ ସମସ୍ୟାରୁ ମୁକୁଳିଥିଲେ ଇଶାନ୍ତ। କିନ୍ତୁ ଇଂଲଣ୍ଡରେ ୧୨ ମ୍ୟାଚ୍‌ ସମେତ ୧୦୧ ଟେଷ୍ଟର ଅଭିଜ୍ଞତା ରହିଛି ତାଙ୍କ ପାଖରେ। ଏହା ତାଙ୍କ ସପକ୍ଷରେ ରହିଛି। ତେବେ ସିରାଜ କିମ୍ବା ଇଶାନ୍ତଙ୍କ ମଧ୍ୟରୁ କାହାକୁ ବଛାଯିବ ଟ୍ରେନିଂ ସେସନରୁ ହିଁ ଜଣାପଡ଼ିବ।

୩ ପେସରଙ୍କ ସହ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ଏକପ୍ରକାର ନିଶ୍ଚିତ। ଏଣୁ ଦଳରେ ଅତରିକ୍ତ ପେସରଙ୍କ ଯାଗା ନାହିଁ। ଅନ୍ୟପକ୍ଷରେ ସାଉଥାମ୍ପଟନରେ ଥଣ୍ଡା ପାଗ ଯୋଗୁ ୪ ପେସରଙ୍କ ସହ ଓହ୍ଲାଇବ ନ୍ୟୁଜିଲାଣ୍ଡ। କିନ୍ତୁ ଏହି ଭେନ୍ୟୁରେ ମୋଇନ ଅଲିଙ୍କ ଅଫ୍‌ ସ୍ପିନର ସମ୍ମୁଖୀନ ହେବା ଭାରତୀୟ ଦଳ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼େ, ଯାହା ନଜର ରହିଛି। ଏଣୁ ଟିମ୍‌ ଇଣ୍ଡିଆ ୩ ପେସର ଓ ୨ ସ୍ପିନରଙ୍କ ସହ ମ୍ୟାଚ୍‌କୁ ଓହ୍ଲାଇବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.