Categories: ଖେଳ

ଅଶ୍ୱିନ୍‌ ଆଉଟ୍‌ ହେବାପରେ ଏମିତି କହିଦେଲେ ସ୍ତ୍ରୀ

ସାଉଥାମ୍ପଟନ୍‌,୨୩।୬:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ସାଉଥାମ୍ପଟନ୍‌ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। କିନ୍ତୁ ସାଉଥାମ୍ପଟନରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍‌ରେ ବାଧାପ୍ରାପ୍ତ ହୋଇଛି। ଡବ୍ଲୁଟିସି ଫାଇନାଲ ହେବାର ଚାରି ଦିନ ବିତିଗଲାଣି। ଏଥିରୁ ପ୍ରଥମ ଏବଂ ଚତୁର୍ଥ ଦିନର ଖେଳ ସମ୍ପୂର୍ଣ୍ଣ ବର୍ଷାରେ ଧୋଇ ହୋଇଯାଇଛି। ଦ୍ୱିତୀୟ ଦିନରେ ଖରାପ ଆଲୋକ କାରଣରୁ ଖେଳ ଅଧାରୁ ବନ୍ଦ ହୋଇଯାଇଛି। ଏପର୍ଯ୍ୟନ୍ତ କେବଳ ତୃତୀୟ ଦିନ ଖେଳ ସମ୍ପୂର୍ଣ୍ଣ ହୋଇଛି। ଭାରତ ପ୍ରଥମ ଇନିଂଶରେ ୨୧୭ ରନ୍‌ କରି ଅଲଆଉଟ୍‌ ହୋଇଥିଲା।
ଅଜିଙ୍କେ ରାହାନେ ୪୯ ଏବଂ ଅଧିନାୟକ ବିରାଟ କୋହଲି ୪୪ ରନ୍‌ ଛଡା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ଅଶ୍ୱିନ ଭାରତ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ରନ ସ୍କୋର କରିବାରେ ସଫଳ ହୋଇଥିଲେ। ଏହି ସମୟରେ ତାଙ୍କ ପ୍ରୀତି ନାରାୟଣନ ହୋଟେଲରେ ଥିବା ତାଙ୍କ କୋଠରୀର ବାଲକୋନିରୁ ସ୍ବାମୀଙ୍କ ବ୍ୟାଟିଂ ଦେଖୁଥିଲେ। କିନ୍ତୁ ଅଶ୍ୱିନ ମାତ୍ର ୨୨ ରନ୍‌ କରି ସାଉଥିଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଏଥିରେ ପ୍ରୀତି ନିରାଶ ହୋଇଯାଇଥିଲେ। ସେ ଟୁଇଟ୍‌ କରି କହିଛନ୍ତି ‘ଆୟୋ …’। ଆୟୋ ଏକ ଦକ୍ଷିଣ ଭାରତୀୟ ଅଭିବ୍ୟକ୍ତି, ଯାହା ହେ ଭଗବାନଙ୍କ ସହିତ ସମାନ। ପ୍ରୀତି ଷ୍ଟାଡିୟମ ଭିତରେ ଥିବା ହୋଟେଲରେ ଭାରତୀୟ କ୍ରିକେଟରଙ୍କ ପରିବାର ସଦସ୍ୟଙ୍କ ସହିତ ରହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.