ସାଉଥାମ୍ପଟନ, ୨୨ା୬ (ପି.ଟି.)- ବର୍ଷାଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ବିଶେଷ ପ୍ରଭାବିତ ହୋଇଛି। ରିଜର୍ଭ ରଖାଯାଇଥିବା ୬ଷ୍ଠ ଦିବସ ଖେଳର ଟିକେଟ ମୂଲ୍ୟ ହ୍ରାସ କରାଯାଇଛି। ପ୍ରଥମ ଦିବସ ଖେଳ ସମ୍ପୂର୍ଣ୍ଣ ଧୋଇଯିବା ପରେ ଦ୍ୱିତୀୟ ଦିବସରେ ୬୬.୪ ଓଭର ଖେଳ ସମ୍ଭବ ହୋଇ ପାରିଛି। ରବିବାର ତୃତୀୟ ଦିବସରେ ୭୬. ୩ ଓଭର ଖେଳାଯାଇପାରିଛି। ଚତୁର୍ଥ ଦିବସ ଖେଳ ମଧ୍ୟ ପ୍ରଭାବିତ ହୋଇଛି। ପ୍ରଥମ ସେସନ ଖେଳ ସମ୍ଭବ ହୋଇପାରି ନାହିଁ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୬ଷ୍ଠ ଦିବସକୁ ରିଜର୍ଭ ଡେ’ ରଖିଛି। ବର୍ଷା ଯୋଗୁ ସେଦିନର ଖେଳ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। କେବଳ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ) ବାସିନ୍ଦାଙ୍କୁ ଏହି ଟେଷ୍ଟ ମ୍ୟାଚ ଦେଖିବା ଲାଗି ଅନୁମତି ରହିଛି। ଡବ୍ଲ୍ୟୁଟିସି ଫାଇନାଲ ପାଇଁ ୩ଟି ମୂଲ୍ୟର ଟିକେଟ ରହିଛି। ତାହା ହେଲା ୧୫୦ ବ୍ରିଟିଶ ପାଉଣ୍ଡ ( ଭାରତୀୟ ମୁଦ୍ରାରେ ୧୫,୪୪୪ ଟଙ୍କା), ୧୦୦ ପାଉଣ୍ଡ (୧୦,୨୯୬ ଟଙ୍କା) ଏବଂ ୭୫ ପାଉଣ୍ଡ (୭,୭୨୨ ଟଙ୍କା)। ଟିକେଟର ମୂଲ୍ୟ ହ୍ରାସ କରାଯାଇ ବର୍ତ୍ତମାନ ୧୦୦ ପାଉଣ୍ଡ, ୭୫ ପାଉଣ୍ଡ ଓ ୫୦ ପାଉଣ୍ଡ ରଖାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.