ସାଉଥାମ୍ପଟନ,୧୯।୬: ଏଜେସ ବାଉଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ବିରାଟ କୋହଲି ଟସ୍ ପକାଇଥିଲେ। ଅବଶ୍ୟ ଟସ୍ ଜିତିବା ତାଙ୍କ ଭାଗ୍ୟ ନ ଥିଲା। କିନ୍ତୁ କ୍ରିକେଟର ଲମ୍ବା ଫର୍ମାଟରେ ଭାରତୀୟ ଦଳର ନେତୃତ୍ୱ ନେବାରେ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।
ଡବ୍ଲ୍ୟୁଟିସି ଫାଇନାଲ ଅଧିନାୟକ ଭାବେ କୋହଲିଙ୍କ ୬୧ତମ ମ୍ୟାଚ୍। ଯେକୌଣସି ଭାରତୀୟ ଅଧିନାୟକଙ୍କ କ୍ଷେତ୍ରରେ ଏହା ସର୍ବାଧିକ। ଧୋନୀ ଅଧିନାୟକ ଭାବେ ୬୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ୨୦୧୪ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ମଧ୍ୟରେ ଟେଷ୍ଟ ଫର୍ମାଟରୁ ଅବସର ନେଇଥିଲେ ଧୋନୀ। ଏସିଆର ଯେକୌଣସି ଦେଶ ପାଇଁ ଅଧିନାୟକ ଭାବେ ସବୁଠୁ ଅଧିକ ଟେଷ୍ଟ ଖେଳିବାର ରେକର୍ଡ ମଧ୍ୟ କୋହଲିଙ୍କ ନାମରେ ରହିଛି। ଶ୍ରୀଲଙ୍କାର ଅର୍ଜୁନ ରାଣାତୁଙ୍ଗା ଓ ପାକିସ୍ତାନର ମିଶବା ଉଲ-ହକ୍ ୫୬ ଲେଖାଏ ଟେଷ୍ଟରେ ଦଳର ନେତୃତ୍ୱ ନେଇଥିଲେ।
ତେବେ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ ବିଶ୍ୱରେ ସବୁଠୁ ଅଧିକ ମ୍ୟାଚ୍ ଖେଳିଛନ୍ତି। ସେ ୧୦୯ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ଭାର ସମ୍ଭାଳିଥିଲେ। ଅଧିନାୟକ ଭାବେ ୧୦୦ ଟେଷ୍ଟ ଖେଳିବାରେ ସେ ବିଶ୍ୱର ଏକମାତ୍ର କ୍ରିକେଟର। ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଆଲାନ ବର୍ଡର (୯୩ ଟେଷ୍ଟ)।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.