କଟକ ଅଫିସ,୨୮।୬: କଟକ କମିଶନରେଟ ପୋଲିସର ପଦୋନ୍ନତି ଓ ବଦଳିରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। କମିଶନରେଟ ପୋଲିସରେ କାର୍ଯ୍ୟରତ ଅଧିକାରୀଙ୍କ କଟକ ପ୍ରୀତି ଛାଡୁ ନାହିଁ। ଇତିମଧ୍ୟରେ କେତେଜଣ ଥାନା ଅଧିକାରୀଙ୍କ ଅଦଳବଦଳ ପ୍ରକ୍ରିୟା ସରିଥିବାବେଳେ ଆଉ କେତେଜଣ ପଦୋନ୍ନତି ପାଇ ମଧ୍ୟ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି। ସୂଚନାନୁଯାୟୀ, ଟ୍ରାଫିକ୍ ଏସିପି ପଦ ଗତ ୩ମାସ ହେଲା ଖାଲି ପଡ଼ିଛି। ସମ୍ପ୍ରତି ଜୋନ୍ ୩ ଏସିପିଙ୍କ ବଦଳି ପରେ ସେହି ସ୍ଥାନ ମଧ୍ୟ ଖାଲି ରହିଛି। ତେବେ ଜୋନ-୬ ଏସିପି ଶୁଭନାରାୟଣ ମୁଦୁଲିଙ୍କୁ ଜୋନ୍ ୩ର ଅତିରିକ୍ତ ଦୟିତ୍ୱ ଦିଆଯାଇଛି। ସେହିପରି ଚାଉଳିଆଗଞ୍ଜ ଥାନା ଅଧିକାରୀ ତାପସ ପ୍ରଧାନ ଏସିପି ପଦକୁ ପଦୋନ୍ନତି ପାଇ ମଧ୍ୟ ସେଠାରେ କାର୍ଯ୍ୟରତ ଅଛନ୍ତି। ପୁରୀ ଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ପଦୋନ୍ନତି ହୋଇ ଜଗତ୍ସିଂହପୁରକୁ ଡିଏସପି ଭାବେ ବଦଳି ହୋଇଛି। ତେବେ ଉଭୟ ଅଧିକାରୀ ନିଜର ବରିଷ୍ଠତା ବଜାୟ ରଖିବା ପାଇଁ ପଦୋନ୍ନତିକୁ ଗ୍ରହଣ କରିଥିବାବେଳେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ସିଡିଏ ଫେଜ୍-୨ ଥାନାରେ ସନ୍ଧ୍ୟାରାଣୀ ସିଂ ଓ କନ୍ଦରପୁର ଥାନାରେ ମାସାଧିକ କାଳ ଜଣେ ଏସ୍ଆଇଙ୍କୁ ଥାନା ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ତେବେ କନ୍ଦରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ଏସ୍ଆଇଙ୍କର ଇତିମଧ୍ୟରେ ପଦୋନ୍ନତି ସହ ସୁନ୍ଦରଗଡ଼କୁ ବଦଳି ହୋଇଯାଇଛି। ଏଣୁ ଏହି ଥାନା ଅଧିକାରୀ ପଦ ମଧ୍ୟ ଖାଲି ରହିଛି। ଅପରପକ୍ଷେ ଚୌଦ୍ୱାର ଥାନାରେ ଅତିରିକ୍ତ ଥାନା ଅଧିକାରୀ ଭାବେ ବିପିନି ବିହାରୀ ଓତା ରହିଥିବାବେଳେ ସଦର ଥାନାରେ ଅତିରିକ୍ତ ଆଇଆଇସି ଭାବେ ଅନିତା ସାହୁ ଏବଂ ଡିଆଇବିରେ ଗଙ୍ଗାଧର ଶାସିନ କାର୍ଯ୍ୟରତ ଅଛନ୍ତି। ଏସବୁ ଥାନାରେ ଆଇଆଇସି ଥିବାବେଳେ ଅତିରିକ୍ତ ଆଇଆଇସିଙ୍କୁ ଅବସ୍ଥାପିତ କରାଯାଇଛି। ତାପସ ପ୍ରଧାନଙ୍କୁ ଏସିପି ଭାବେ ପଦୋନ୍ନତି ଦିଆଯାଇଥିବାବେଳେ କମିଶନରେଟ ପୋଲିସରେ ଖାଲିଥିବା ଦୁଇଟି ଏସିପି ପଦ ମଧ୍ୟରୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇନାହିଁ। କଟକ କମିଶନରେଟ ପୋଲିସରେ ଏଭଳି ଅବ୍ୟବସ୍ଥା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ପୁରୀଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି, ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବାକୁ ଏପର୍ଯ୍ୟନ୍ତ କେହି ଆସି ନ ଥିବାରୁ ସେ ଏଠାରେ ରହିଛନ୍ତି। ରିଲିଭର ଆସିଲେ ସେ ନିଜ ବଦଳି ସ୍ଥାନକୁ ଚାଲିଯିବେ।
ଡିସିପି ପ୍ରତୀକ୍ ସିଂ କହିଛନ୍ତି, ପଦୋନ୍ନତି ଓ ବଦଳି ହେଉଛି ପୋଲିସ ବିଭାଗର ଏକ ନିୟମିତ ପ୍ରକ୍ରିୟା। ପଦୋନ୍ନତି ପାଇଥିବା କେତେଜଣ ଅଧିକାରୀଙ୍କର ବଦଳି ପ୍ରକ୍ରିୟା ସରିଥିବାବେଳେ ଅନ୍ୟମାନଙ୍କର ମଧ୍ୟ ଯଥାଶୀଘ୍ର ଶେଷ ହେବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.