ନୂଆଦିଲ୍ଲୀ,୧୫।୬: ‘ଜୟଶ୍ରୀ ରାମ’ ନ କହିବାରୁ ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଓ ଦାଢ଼ି କାଟି ଦେବା ଘଟଣାକୁ ନେଇ ଏବେ ରାଜ୍ୟ ସରକାର ଓ ବିରୋଧୀ ମୁହଁାମୁହିଁ ପରିସ୍ଥିତିରେ।
ଗାଜିଆବାଦର ଲୋନି ଅଞ୍ଚଳରେ ଗତ ୫ ତାରିଖରେ ଅବଦୁଲ ସାମଦ ନାମକ ଜଣେ ମୁସଲିମ ବୃଦ୍ଧଙ୍କୁ ଛୁରି ଦେଖାଇ କିଛି ଦୁର୍ବୃତ୍ତ ‘ଜୟଶ୍ରୀ ରାମ’ କହିବାକୁ ବାଧ୍ୟ କରିଥିଲେ। ଏପରି ନ କରିବାରୁ ମାଡ଼ ମାରିବା ସହ ତାଙ୍କ ଦାଢ଼ି କାଟି ଦେଇଥିବା ଅଭିଯୋଗ ହୋଇଥିଲା। ଭାଇରାଲ ହୋଇଥିବା ଘଟଣାର ଭିଡିଓରେ ଅବଦୁଲ ଆକ୍ରମଣକାରୀଙ୍କ ଆଗରେ ଛାଡ଼ିବା ପାଇଁ ନେହୁରା ହେଉଥିବା ଦେଖିବାକୁ ମିଳିଥିଲା।
ଏହି ଘଟଣାର ଏକ ନ୍ୟୁଜ ରିପୋର୍ଟ ସୋସିଆଲ ମିଡିଆରେ ଶେୟାର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲେଖିଥିଲେ, ” ପ୍ରଭୁ ଶ୍ରୀରାମଙ୍କ ଭକ୍ତମାନେ ଏଭଳି କରିପାରିବେ, ମୁଁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ। ଏପରି ନିଷ୍ଠୁରତା ମାନବିକତାଠାରୁ ଦୂରରେ। ଏହା ଉଭୟ ଧର୍ମ ଓ ସମାଜ ପାଇଁ ଲଜ୍ଜାଜନକ “। କିଛି ଘଣ୍ଟା ପରେ ଏହାର ଉତ୍ତର ଦେଇଥିଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ”ପ୍ରଭୁ ଶ୍ରୀରାମଙ୍କ ପ୍ରଥମ ଶିକ୍ଷା- ‘ସତ କୁହ’। ଏହା ତୁମ ଜୀବନରେ କେବେ କରି ନାହଁ। ପୋଲିସ ସତ ପ୍ରକାଶ କରିବା ପରେ ମଧ୍ୟ ତୁମେ ସମାଜରେ ବିଷ ଓଗାଳୁଛ। ଏଥି ନେଇ ତୁମେ ଲଜ୍ଜିତ ହେବା ଉଚିତ। ଉତ୍ତର ପ୍ରଦେଶର ଲୋକଙ୍କୁ ଅପମାନିତ କରିବା ବନ୍ଦ କର“ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି।
ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋଲିସ ସାମ୍ପ୍ରଦାୟିକତା ଅଭିଯୋଗକୁ ଖଣ୍ଡନ କରିଛି। ପୀଡ଼ିତ ଦେଇଥିବା ଆମଲେଟରେ ଅସନ୍ତୋଷ ଥିବା ୬ ଜଣ ଗ୍ରାହକ ଆକ୍ରମଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.