ପାଟଣା,୧୧ା୬: ବିହାରର ସୁଲତାନଗଞ୍ଜରୁ ଏମିତି ଏକ ବିବାହ ଖବର ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ ଘଟଣା। ଜଣେ ବିବାହିତା ମହିଳା ଟ୍ରେନ୍ର ଟଏଲେଟ୍ ସାମ୍ନାରେ ପ୍ରେମିକଙ୍କୁ ବିବାହ କରିଛନ୍ତି। ଏହି ଘଟଣା ଭୀରଖୁର୍ଦର ଉଧାଡିହ ଗାଁର।
ସୂଚନାନୁଯାୟୀ, ୨ ମାସ ପୂର୍ବେ ଏହି ମହିଳା ଜଣକ କିରଣପୁର ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ। ଏହା ପରେ ସେ ଶାଶୁଘରୁ ପ୍ରେମିକ ଆଶୁ କୁମାରଙ୍କ ସହ ଫେରାର ହୋଇଯାଇଥିଲେ। ଆଶୁ ଚଳନ୍ତା ଟ୍ରେନ୍ର ଟଏଲେଟ୍ ସାମ୍ନାରେ ତାଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୁହିଁଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଆଶୁ କୁହନ୍ତି, ଗାଁର ଯୁବତୀ ଅନୁ କୁମାରଙ୍କ ସହ ତାଙ୍କର କିଛି ବର୍ଷ ଧରି ପ୍ରେମସମ୍ପର୍କ ଥିଲା। ଏହା ଜାଣି ତାଙ୍କ ପରିବାର ଲୋକେ ଅନୁଙ୍କ ଅଲଗା ଜାଗାରେ ବିବାହ କରିଦେଇଥିଲେ। ମାତ୍ର ଆମେ ଦୁଇଜଣ ସାରା ଜୀବନ ଏକାଠି ରହିବୁ ବୋଲି ଚାହୁଁଥିଲୁ। ବୁଧବାର ତାଙ୍କୁ ଏହି ସୁଯୋଗ ମିଳିଥିଲା। ଅନୁ ଶାଶୁଘର ଛାଡ଼ି ସୁଲତାନଗଞ୍ଜ ଷ୍ଟେଶନରେ ପହଞ୍ଚି ଟ୍ରେନ୍ରେ ବାଙ୍ଗାଲୁରୁ ଯିବା ପାଇଁ ଛିଡ଼ା ହୋଇଥିଲେ। ଏହି ସମୟରେ ଆଶୁ ଅନୁଙ୍କ ମୁଣ୍ଡରେ ସିନ୍ଦୁର ଦେଇ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.