Categories: ଖେଳ

ବ୍ୟାଟିଂ କୋଚ୍‌ ପଦବୀ ଛାଡ଼ିଲେ ୟୁନିସ ଖାଁ

କରାଚୀ, ୨୩ା୬(ପି.ଟି.)-ପୂର୍ବତନ ଅଧିନାୟକ ୟୁନିସ ଖାଁ ମଙ୍ଗଳବାର ପାକିସ୍ତାନ କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ପଦବୀରୁ ଆକସ୍ମିକ ଓହରିଯାଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିର କାରଣ ଯଦିଓ ସ୍ପଷ୍ଟ ହୋଇ ନାହିଁ, ବୋର୍ଡ କିନ୍ତୁ ଆପୋସ ବୁଝାମଣା ଭିତ୍ତିରେ ଏହା ହୋଇଥିବା ସଫେଇ ଦେଇଛି। ପାକିସ୍ତାନ ଟିମ୍‌ ଜୁନ୍‌ ୨୫ରୁ ଜୁଲାଇ ୨୦ ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ) ଟୁର୍‌ରେ ଯିବ। ଦଳ ସେଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୫ ସମାନ ସଂଖ୍ୟକ ଟି୨୦ ଖେଳିବ। ପାକିସ୍ତାନ କ୍ରିକେଟ ଦଳ ବ୍ୟାଟିଂ କୋଚ୍‌ ବିନା ୟୁକେ ଗସ୍ତ କରିବ। ପରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ୟୁନିସ ଖାଁଙ୍କ ଉତ୍ତରାଧିକାରୀ ଠିକଣା ସମୟରେ ଚୟନ କରାଯିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି। ଖବର ଅନୁସାରେ ୟୁନିସ ତାଙ୍କର ଭୂମିକାକୁ ନେଇ ସନ୍ତୁଷ୍ଟ ନ ଥିଲେ। ଦଳର ଖେଳାଳି ଚୟନ କ୍ଷେତ୍ରରେ ତାଙ୍କର ବିଶେଷ କ୍ଷମତା ରହୁ ବୋଲି ସେ ଚାହୁଁଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.