ଭୁବନେଶ୍ୱର, ୧ା୬(ବ୍ୟୁରୋ): ଓଡ଼ିଶା ପୋଲିସର ୪ଜଣ ଅତିରିକ୍ତ ଏସ୍ପି ପାହ୍ୟାର ଅଫିସରଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ଗତ ୭ ତାରିଖରେ ଗୃହ ବିଭାଗ ପକ୍ଷରୁ ସେମାନଙ୍କୁ ଡିଏସ୍ପି ପାହ୍ୟାରୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ସୋମବାର ସେମାନଙ୍କୁ ନୂଆ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଦିଲୀପ କୁମାର ତ୍ରିପାଠୀଙ୍କୁ ଅତିରିକ୍ତ ଏସ୍ପି ସିଏଡବ୍ଲ୍ୟୁ ଓ ସିଡବ୍ଲ୍ୟୁ ସମେତ ଇଓଡବ୍ଲ୍ୟୁ ଏବଂ ଶ୍ରୀହର୍ଷ ମିଶ୍ରଙ୍କୁ ଅତିରିକ୍ତ ଏସ୍ପି ଇଣ୍ଟେଲିଜେଣ୍ଟ୍ସ ଓ ଏଥିସହିତ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟ କରିବେ। ସେହିପରି ଉମେଶ କୁମାର ପଣ୍ଡାଙ୍କୁ ଆଇୟୁସିଏଡବ୍ଲ୍ୟୁ ଜଗତ୍ସିଂପୁର ଏବଂ ସୁବୋଧ କୁମାର ମଲ୍ଲିକଙ୍କୁ ଅତିରିକ୍ତ ଏସ୍ପି ଏସ୍ଓଜି ଓ ଏଥିସହିତ ରାଜ୍ୟ ପୋଲିସକୁ ବଦଳି କରାଯାଇଛି। ସେହିପରି ୪ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। କଟକ ସିଆଇଡି(ସିବି)ରେ କାର୍ଯ୍ୟ କରୁଥିବା ରୀନା ବେହେରାଙ୍କୁ ଇଓଡବ୍ଲ୍ୟୁ, କମିଶନରେଟ୍ ପୋଲିସରେ କାର୍ଯ୍ୟ କରୁଥିବା ଅର୍ପିତା ଖଟୁଆଙ୍କୁ ସୁନ୍ଦରଗଡ଼, ଅଞ୍ଜଳି ଛୋଟରାୟଙ୍କୁ ରାଉରକେଲା ଓ ବାଲେଶ୍ୱରରେ କାର୍ଯ୍ୟ କରୁଥିବା ଅନୁପ କୁମାର କାନୁନ୍ଗୋଙ୍କୁ ସ୍ପେଶାଲ ବ୍ରାଞ୍ଚ ଭୁବନେଶ୍ୱରକୁ ବଦଳି କରାଯାଇଛି।
ଆଜି ରାଜ୍ୟରୁ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ କମିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୭,୦୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ...
ଦୁଗ୍ଧଚାଷୀଙ୍କୁ ୧୧ କୋଟିର ସହାୟତା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓମ୍ଫେଡ ଦୁଗ୍ଧଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୧୧ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ...
ଏକ୍ମୋ ସପୋର୍ଟରେ ୧୦ରୁ ପ୍ରାୟ ୪ ଜଣ ବଞ୍ଚିଯାଇପାରନ୍ତି
ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ...
ରଥରେ ଲାଗିଲା ଅଖ
ପୁରୀ ଅଫିସ,୩ା୬: ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଉଭଁରୀ ଯାତ୍ରା। ଏହି ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ...
କରୋନା ଲଦିଲା ୭ ବର୍ଷର ଝିଅ ମୁଣ୍ଡରେ ଦାୟିତ୍ୱର ପାହାଡ଼
ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର...
ତୈଳ, ଗ୍ୟାସ ବିତରଣକାରୀଙ୍କୁ ଟିକା
ଭୁବନେଶ୍ୱର,୩।୬(ବ୍ୟୁରୋ): ଭୁବନେଶ୍ୱରଠାରେ ଇଣ୍ଡିଆନ ଅଏଲ ଏବଂ ଆପୋଲୋ ହସ୍ପିଟାଲ ସହଯୋଗରେ ଆୟୋଜିତ ୭ଦିନିଆ ‘କୋଭିଡ୍-୧୯ ଟିକାକରଣ ଶିବିର’କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଉଦ୍ଘାଟନ କରିଛନ୍ତି...
ଗ୍ଲୋବାଲ ଇ-ଟେଣ୍ଡର ବାତିଲ
ଭୁବନେଶ୍ୱର,୨୪।୬(ବ୍ୟୁରୋ): କୋଭିଡ ଟିକା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରାଯାଇଛି। ବୁଧବାର ଏ ନେଇ ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ...
ବୟସ୍କ, ଦିବ୍ୟାଙ୍ଗଙ୍କ ପାଇଁ ‘ନିଅର ଟୁ ହୋମ୍ ଟିକାକରଣ କେନ୍ଦ୍ର’
ଭୁବନେଶ୍ୱର, ୩୧।୫(ବ୍ୟୁରୋ): ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଘର ନିକଟରେ ଟିକାକରଣ କେନ୍ଦ୍ର ବା ନିଅର ଟୁ ହୋମ୍ ଟିକାକରଣ କେନ୍ଦ୍ର (ଏନ୍ଏଚ୍ସିଭିସି) କରିବାକୁ କେନ୍ଦ୍ର...


