ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ମେ’ ମାସରେ ଦେଶର ବିଭିନ୍ନ ହସ୍ପିଟାଲକୁ ୭.୪ କୋଟି ଭାକ୍ସିନ୍ ଯୋଗାଇ ଦିଆଯାଇଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରୁ ୧.୮୫ କୋଟି ଡୋଜ୍ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ରଖାଯାଇଥିଲା। ରଖାଯାଇଥିବା ଷ୍ଟକ୍ ମଧ୍ୟରୁ ଦେଶର ବିଭିନ୍ନ ଘରୋଇ ହସ୍ପିଟାଲ ୧.୨୯ କୋଟି ଭାକ୍ସିନ୍ କିଣିଛନ୍ତି। ତେବେ କିଣାଯାଇଥିବା ଭାକ୍ସିନ୍ରୁ ମାତ୍ର ୨୨ ଲକ୍ଷ ଡୋଜ୍ ଘରୋଇ ହସ୍ପିଟାଲରେ ବ୍ୟବହୃତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। କିଣାଯାଇଥିବା ଡୋଜ୍ରୁ ମାତ୍ର ୧୭ ପ୍ରତିଶତ ଘରୋଇ ହସ୍ପିଟାଲରେ ବ୍ୟବହାର କରାଯାଇଛି। ମେ’ରେ ମୋଟ ଭାକ୍ସିନ୍ର ୨୫ ପ୍ରତିଶତ ଡୋଜ୍ ଘରୋଇ ହସ୍ପିଟାଲକୁ ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ, ଘରୋଇ ହସ୍ପିଟାଲରେ କୋଭିଶିଲ୍ଡ୍ର ଗୋଟିଏ ଡୋଜ୍ ଦାମ୍ ୭୮୦ ଟଙ୍କା, ରୁଷିଆ ଭାକ୍ସିନ୍ ସ୍ପୁଟନିକ୍-ଭିର ଗୋଟିଏ ଡୋଜ୍ ଦାମ୍ ୧,୧୪୫ ଟଙ୍କା ଏବଂ କୋଭାକ୍ସିନ୍ ଡୋଜ୍ ଦାମ୍ ୧,୪୧୦ ଟଙ୍କା ସ୍ଥିରିକୃତ ହୋଇଛି। ଏହି ଦାମ୍ରେ ୧୫୦ ଟଙ୍କାର ସର୍ଭିସ୍ ଚାର୍ଜ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.