ନୂଆଦିଲ୍ଲୀ,୧୨।୬: କରୋନା ସଂକମ୍ରଣର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଛି। ବର୍ତ୍ତମାନ ଦୈନିକ ସଂକ୍ରମଣରେ ହ୍ରାସ ଘଟୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା ନେଉନି। ଏହି ଦ୍ୱିତୀୟ ଲହରରେ ଏଯାଏ ୭୧୯ଡାକ୍ତରଙ୍କ ଜୀବନ ନେଇଛି କରୋନା। ଏନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମ୍ଏ) ପକ୍ଷରୁ ସୂଚନା ଦିଆଯାଇଛି। କରୋନାଯୋଗୁ ସବୁଠାରୁ ଅଧିକ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବିହାରରେ। ବିହାରେ ୧୧୧ଜଣଙ୍କ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୧୦୯, ଉତ୍ତରପ୍ରଦେଶ ୭୯ ଓ ପଶ୍ଚିମବଙ୍ଗରେ ୬୩ ଓ ରାଜସ୍ଥାନରେ ୪୩ଜଣ ଡାଙ୍କରଙ୍କ ମୃତ୍ୟୁ ଘଟିଛି। ସେହିପରି ଆନ୍ଧ୍ରପ୍ରଦେଶରେ ୩୫, ତେଲେଙ୍ଗାନା ୩୬, ତାମିଲନାଡ଼ୁ ୩୨ କର୍ନାଟକ ୯ ଓ କେରଳରେ ୨୪ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଗତବର୍ଷ ପ୍ରଥମ ଲହରରେ କରୋନାଜନିତ ୭୪୮ଜଣ ଡାକ୍ତରଙ୍କ ପ୍ରାଣହାନୀ ଘଟିଥିଲା। ତେବେ କରୋନାରେ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ବଳିଦାନ ପାଇଁ ତାଙ୍କୁ କରୋନା ଶହୀଦର ମାନ୍ୟତା ଦିଆଯିବା ଉଚିତ୍ ବୋଲି ଦାବି କରିଛି ଆଇଏମ୍ଏ। ଏଥିସହ ସରକାରଙ୍କ ପକ୍ଷରୁ ସେମାନଙ୍କ ପରିବାରଙ୍କୁ ଉଚିତ୍ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.