ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ ୧,୬୧୩ ଟିକାକେନ୍ଦ୍ରରେ ୩,୩୨,୭୧୭ ଡୋଜ୍ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଟିକାକରଣ ୧ କୋଟି ଟପିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ସୋମବାର ସୁଦ୍ଧା ସମସ୍ତ ବର୍ଗର ହିତାଧିକାରୀଙ୍କୁ ୧,୦୦,୨୫,୧୦୫ ଡୋଜ୍ ଟିକାକରଣ ହୋଇଛି। ୧୮,୯୫,୦୫୬ଜଣ ହିତାଧିକାରୀ ଦୁଇଟି ଡୋଜ୍ ଟିକା ନେଇସାରିଛନ୍ତି। ୪୫ରୁ ଉର୍ଦ୍ଧ୍ୱ ବୟସର ହିତାଧିକାରୀ ସର୍ବାଧିକ ୭୧,୬୩,୩୫୬ ଡୋଜ୍ ନେଇଥିବାବେଳେ ୧୮ରୁ ୪୪ବର୍ଷ ବୟସ ବର୍ଗରେ ୧୭,୫୮,୭୯୧ ଡୋଜ୍ ଟିକାକରଣ ହୋଇଛି। ସେହିପରି ସ୍ବାସ୍ଥ୍ୟକର୍ମୀଙ୍କୁ ୬,୧୩,୮୯୩ ଡୋଜ୍ ଓ ସମ୍ମୁଖ ଯୋଦ୍ଧାଙ୍କୁ ୪,୮୯,୫୮୯ ଡୋଜ୍ ଦିଆଯାଇଛି। ତେବେ ଟିକା ନେବା ପରେ ମାତ୍ର ୦.୦୦୪%ଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିବା ସୂଚନା ରହିଛି। ରାଜ୍ୟରେ ମୋଟ ଟିକାକରଣରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୪,୦୦,୬୫୮ ଡୋଜ୍ ଟିକାକରଣ ହୋଇଛି। ଏହା ପରେ ଗଞ୍ଜାମରେ ୯,୨୮,୪୮୪, କଟକ ୭,୪୮,୮୫୯, ବାଲେଶ୍ୱର ୫,୪୭,୬୫୩, ସୁନ୍ଦରଗଡ଼ ୫,୩୦,୦୬୬, ପୁରୀ ୪,୫୮,୨୨୩, ମୟୂରଭଞ୍ଜ ୩,୯୧,୧୩୧, ସମ୍ବଲପୁର ୩,୭୯,୪୭୧, କୋରାପୁଟ ୩,୪୨,୦୭୩, କେନ୍ଦୁଝରରେ ୩,୨୬,୨୨୬, ଯାଜପୁର ୩,୧୩,୬୯୭, ଭଦ୍ରକ ୩,୦୩,୩୫୪, କେନ୍ଦ୍ରାପଡ଼ା ୩,୦୨,୪୪୦ ଓ କଳାହାଣ୍ଡିରେ ୩,୧୦,୦୨୬ ଡୋଜ୍ ଟିକାକରଣ ହୋଇଛି। ତେବେ ଦେବଗଡ଼ ଜିଲାରେ ସର୍ବନିମ୍ନ ୬୦,୪୯୨ଡୋଜ୍ ଟିକାକରଣ ହୋଇଥିବା ଜଣାପଡ଼ିଛି।
ରାଜ୍ୟ ଟିକାକରଣରେ ଏହି ସଫଳତା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ଟୁଇଟ୍ କରି ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛି। ଟିକାକରଣ ସୁପରିଚାଳନା ଯୋଗୁ ରାଜ୍ୟରେ ମାତ୍ର ୩% ଟିକା ନଷ୍ଟ ହୋଇଛି, ଯାହା ଦେଶରେ ସବୁଠାରୁ କମ୍। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଓଡ଼ିଶା ୧ କୋଟି ଟିକାକରଣ କରି କୋଭିଡ୍-୧୯ ଲଢ଼େଇରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅନେକ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ତ୍ୱରିତ ଟିକାକରଣକୁ ସୁନିଶ୍ଚିତ କରିଥିବା ଆମର ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେପଟେ ମଙ୍ଗଳବାର ରାଜ୍ୟର ୧,୨୨୨ ଟିକାକେନ୍ଦ୍ରରେ ଟିକାକରଣ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା
ଲଣ୍ଡନ,୪।୬: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହି ସଙ୍କଟରୁ ଶୀଘ୍ର ମୁକୁଳିବା ପାଇଁ ସମଗ୍ର ଦେଶ ଟିକାକରଣକୁ ଗୁରୁତ୍ୱ ଦେଇ ଏହି ଅଭିଯାନକୁ...
ହତାଶାରେ ବିତୁଛି ଶିଳ୍ପୀ, ବୁଣାକାରଙ୍କ ଜୀବନ
ଭୁବନେଶ୍ୱର, ୫।୬ (ବ୍ୟୁରୋ): ଯେଉଁମାନଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପାଇଛି, ସେମାନେ ଆଜି ଦୁର୍ଦ୍ଦଶା ଓ ହତାଶାରେ ଜୀବନ ବିତାଉଛନ୍ତି। କୋଭିଡ୍...
ଯୁବକଙ୍କୁ ହତ୍ୟା ପରେ ଇବ୍ନଦୀରେ ଭସାଇ ଦେଲେ
ଝାରସୁଗୁଡ଼ା ଅଫିସ,୨୬ା୬: ଝାରସୁଗୁଡ଼ା ସଦର ଥାନା ଲହଣ୍ଡାବୁଡ ନିକଟ ଇବ୍ନଦୀରେ ଭାସୁଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ଶନିବାର ଉଦ୍ଧାର କରିଛି ା...
ଦ୍ୱିତୀୟ ଭଳି ଗମ୍ଭୀର ହୋଇପାରେ ତୃତୀୟ ଲହର
ନୂଆଦିଲ୍ଲୀ, ୩।୬: କରୋନାରେ ଦ୍ୱିତୀୟ ଲହର ଭଳି ଭାରତରେ ତୃତୀୟ ଲହର ମଧ୍ୟ ଅନୁରୂପ ଭୟାବହ ସ୍ଥିତି ସୃଷ୍ଟି କରିପାରେ। ଏହା ୯୮ ଦିନ ପର୍ଯ୍ୟନ୍ତ...
ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବ ନାହିଁ ରଥଯାତ୍ରା: ହାଇକୋର୍ଟ
କଟକ ଅଫିସ,୨୩ା୬: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ପିଟିଶନକୁ ଖାରଜ କରିଛନ୍ତି...
ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍
ଭୁବନେଶ୍ୱର, ୨।୬(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଶେଷରେ ରାଜଧାନୀ ଭୁବନେଶ୍ୱରରେ ବୁଧବାରଠାରୁ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ପାଇଁ ୨ୟ ଡୋଜ୍ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ...
ହସ୍ପିଟାଲରେ ମୃତଦେହ ଗଦା: ପରିବାର ସଦସ୍ୟଙ୍କୁ ଗୋଟି ଗୋଟି କରି ପଡୁଛି ଖୋଜିବାକୁ…
ଚେନ୍ନାଇ,୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ବିଭିନ୍ନ...
ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ରାଜ୍ୟରେ ନକଲି ଔଷଧ କାରବାରକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...


