କଟକ ଅଫିସ,୨୨।୬: ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସତ୍କାର ଏବଂ ବାରିପଦା କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଘଟଣାକୁ ନେଇ ସୋମବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ବାରିପଦା ଓ ବଲାଙ୍ଗୀର ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ କାଳୀ ମିଶ୍ର ଏହି ମାମଲା ଦାଏର କରିଛନ୍ତି।
ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ ଖୋଲିଛନ୍ତି। କିନ୍ତୁ କେତେକ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ବାରିପଦା କୋଭିଡ୍ ହସ୍ପିଟାଲରେ ରୋଗୀ ତଳେ ଗଡୁଛନ୍ତି। ଏପରି କି ପାଇଖାନା ନିକଟରେ ଶୋଉଛନ୍ତି।
ହାଇକୋର୍ଟରେ ମାମଲା…
ରୋଗୀମାନେ ବଞ୍ଚିଥିବାବେଳେ ଅବ୍ୟବସ୍ଥାର ଶିକାର ହେଉଛନ୍ତି। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଯେଉଁମାନଙ୍କ ମୃତ୍ୟୁ ଘଟୁଛି, ସେମାନଙ୍କ ମୃତଦେହକୁ ଅସମ୍ମାନ କରାଯାଉଛି। ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ ମୃତଦେହ ସତ୍କାର କରାଯାଇଛି। ତେଣୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ କରାଯାଇ ହସ୍ପିଟାଲ ଓ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋଭିଡ୍ ହସ୍ପିଟାଲରେ ସିସିଟିଭି ଲଗାଇବା ପାଇଁ ନିବେଦନ କରାଯାଇଛି। ସେହିପରି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ ଠିକ୍ଭାବେ କାର୍ଯ୍ୟକାରୀ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ମିଶ୍ର ନିବେଦନ କରିଛନ୍ତି। ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ପାଣି ପିଇ ହେଉନି, ଖାଦ୍ୟ ରୁଚୁନି: ଲୁଣିପାଣି କବଳରେ ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ
ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୬।୬: ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ମାଟି ଅଳ୍ପ ଖୋଳିଲେ ବାହାରୁଛି ଲୁଣି ପାଣି। ସେହି ପାଣି...
ଆଜି ରାଜ୍ୟରୁ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ କମିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୭,୦୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ...
ରାଜ୍ୟରେ ଆଜି ୮,୩୯୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୭,୨୧୬ କରୋନା ଆକ୍ରାନ୍ତ...
କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍: ପୁଣି ଗଞ୍ଜାମରୁ ୩ ଜଣଙ୍କ ନେଲା ଜୀବନ
ଛତ୍ରପୁର,୧୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନାଜନିତ ମୃତ୍ୟୁରେ ବ୍ରେକ୍ ଲାଗୁନି। ପୁଣି ଜିଲାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩୭, ୪୩ ଓ...
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ
କଟକ ଅଫିସ, ୧ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଥିବା ୩ଟି ମାମଲାରେ ତାଙ୍କୁ ସୋମବାର ହାଇକୋର୍ଟରୁ ଜାମିନ ମିଳିଛି।...
ପ୍ରତି ଜିଲାରେ ହେବ ଲୋକକଳା ସ୍ବୟଂସହାୟକ ଗୋଷ୍ଠୀ
ଛତ୍ରପୁର,୧୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୋମବାର ୱେବନାର ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି ଜ଼ିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର...
କାଳ ହେଲା ମର୍ନିଂ ଓ୍ବାକ୍
ଭଞ୍ଜନଗର/ବୁଗୁଡ଼ା,୧୦।୬: ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ପ୍ରାତଃ ଭ୍ରମଣରେ ଯାଉଥିବା...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୨୦।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...


