ଭଞ୍ଜନଗର/ବୁଗୁଡ଼ା,୧୦।୬: ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ପ୍ରାତଃ ଭ୍ରମଣରେ ଯାଉଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ଗ୍ରାମର ବାଞ୍ଛାନିଧି ସେଠୀ (୭୦)। ସେହିପରି କେଳାପଙ୍କାଳ ଗ୍ରାମର ସବିତା ପରିଡ଼ା ଗାଧୋଇ ଯାଉଥିବା ବେଳେ ହାତୀପଲ ହାବୁଡ଼ରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଭଞ୍ଜନଗର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି।
ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳରେ ହାତୀପଲ ଘୂରି ବୁଲୁଥିବା ବେଳେ ରବିବାର ରାତିରେ ୧୧ କେ.ଭି. ବିଦ୍ୟୁତ୍ ତାରରେ ଲାଗି ଏକ ଦନ୍ତାର ମୃତ୍ୟୁ ଘଟିଥିଲା। ପରେ ଉକ୍ତ ପଲରେ ଥିବା ଆଉ ୭ଟି ହାତୀ ଏବେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି। ଗୁରୁବାର ଜିଲିବା ଗ୍ରାମର ବାଞ୍ଛାନିଧିଙ୍କ ସମେତ ବହୁ ଲୋକ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ କୁରେଇଶୁଣି ପାହାଡ଼ ପଟୁ ହାତୀପଲ ରାସ୍ତାକୁ ଚାଲି ଆସିଥିଲେ। ହାତୀ ଦେଖି ଲୋକେ ଦୌଡାଦୌଡ଼ି କରିଥିଲେ। ବାଞ୍ଛାନିଧି ଯାଇ ନ ପାରିବାରୁ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ହାତୀପଲ ଯିବାପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେଉରା, ରେଞ୍ଜର ଫକୀର ଚରଣ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ବେଲଗୁଣ୍ଠା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାର କିଛି ସମୟ ପରେ କେଳାପଙ୍କାଳର ସବିତା ନଦୀକୁ ଗାଧୋଇବାକୁ ଯିବାବେଳେ ହାତୀପଲ ହାବୁଡ଼ରେ ପଡ଼ି ଆହତ ହୋଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ View All
ଟିକାକୁ ନେଇ ଟଣାଓଟରା: ଓଡ଼ିଶାରେ ୬୦୦ କେନ୍ଦ୍ର ବନ୍ଦ
ଭୁବନେଶ୍ୱର,୭।୬(ବ୍ୟୁରୋ): କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ କୋଭିଡ୍ ଭାକ୍ସିନ ଯୋଗାଇ ଦେଉଛୁ ବୋଲି ଦାବି କରୁଥିବା ବେଳେ ଓଡ଼ିଶାରେ ଟିକା ଅଭାବରୁ ପ୍ରାୟ ୬୦୦ଟିକାକରଣ କେନ୍ଦ୍ର...
ଅଣ୍ଡାକୁ ଶତ୍ରୁ କବଳରୁ ଜଗିଛି ମା’ କୁମ୍ଭୀର
ମହାକାଳପଡ଼ା,୧୪ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ନଦୀ ଓ ଯୋର ଆଦି ସ୍ଥାନରେ କୁମ୍ଭୀରଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥାଏ। ବିଶେଷକରି ଉପକୂଳ ଅଞ୍ଚଳର...
ଭାଜପା-ବିଜେଡିର ଟୁଇଟ୍ ଯୁଦ୍ଧ
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ...
କଣ୍ଠଶିଳ୍ପୀ ତପୁଙ୍କୁ ମିଳିଲା ସହାୟତା
ଭୁବନେଶ୍ୱର,୧୮।୬: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ଶୁକ୍ରବାର ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ରାଜ୍ୟ...
ବେଦାନ୍ତ ପାଉଁଶ ଡମ୍ପିଂ ବିରୋଧରେ ମହିଳା ଏକାଠି
ଝାରସୁଗୁଡ଼ା ଅଫିସ,୧୬ା୬: ଝାରସୁଗୁଡ଼ା ଭୁର୍କାମୁଣ୍ଡାଠାରେ ଥିବା ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ଜିଲାବାସୀଙ୍କୁ ଅତିଷ୍ଠ କରିଛି। ପରିସ୍ଥିତି ଏପରି ହୋଇଛି ଯେ ଏହା ବିରୋଧରେ ଝାରସୁଗୁଡ଼ା...
ଡିଭାଇଡରରେ ପିଟିହେଲା କାର୍: ଏକାସାଙ୍ଗରେ ଚାଲିଗଲେ ମା’, ପୁଅ
ବ୍ରହ୍ମପୁର ଅଫିସ,୨୪।୬: ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ମା’ ପୁଅଙ୍କ ଏମ୍କେସିଜି ମେଡିକାଲରେ ଗୁରୁବାର ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ର ପି.ଲକ୍ଷ୍ମୀ (୪୫)...
କଟକଣାରେ ପୁରୀ ରଥଯାତ୍ରା: ଥରେ ନୁହେଁ ସମ୍ପୃକ୍ତ ଲୋକଙ୍କ ହେବ ୪ ଥର କରୋନା ଟେଷ୍ଟ
ଭୁବନେଶ୍ୱର,୧୮।୬: କରୋନା କଟକଣା ମଧ୍ୟରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ତେବେ ଏହି ରଥଯାତ୍ରାରେ ସମ୍ପୃକ୍ତ...
ଅଜଣା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ୨ବର୍ଷର ଶିଶୁ ପୁତ୍ର ଗୁରୁତର
ମହାକାଳପଡ଼ା,୨୬।୬(ଡି.ଏନ୍.ଏ): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧିନ ଜମ୍ବୁ ପଞ୍ଚାୟତରେ ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଛି। ମା’ ମୃତଦେହ ପାଖରେ ପଡ଼ିରହିଛି ଗୁରୁତର ଶିଶୁପୁତ୍ର।...


