ନୂଆଦିଲ୍ଲୀ, ୧୯।୬(ପି.ଟି.): ଦେଶର ଲକ୍ଷେରୁ ଊର୍ଦ୍ଧ୍ୱ କୋଭିଡ୍ ଯୋଦ୍ଧାଙ୍କୁ କୁଶଳୀ ତଥା ଅତିକୁଶଳୀ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସଂକ୍ଷିପ୍ତ ଶିକ୍ଷା ପାଠ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। କରୋନା ଭୂତାଣୁ ଏବେ ବି ଆମ ଭିତରେ ରହିଛି ଏବଂ ଏହା ନୂଆ ରୂପ ନେବା ସମ୍ଭାବନା ଥିବାରୁ ସମସ୍ତେ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଜୁନ୍ ୨୧ରୁ ସମସ୍ତଙ୍କୁ ମାଗଣାରେ କୋଭିଡ୍ ଟିକା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ଆଗକୁ ଆସିବାକୁ ଥିବା ଚ୍ୟାଲେଞ୍ଜର ମୁକାବିଲା ଲାଗି ଆମର ପ୍ରସ୍ତୁତିକୁ ଆହୁରି ବଢ଼ାଇବାକୁ ହେବ। ଏହାକୁ ଲକ୍ଷ୍ୟରେ ରଖି ୧ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କୁ ପ୍ରସ୍ତୁତି କରାଇବା ନିମନ୍ତେ ଦେଶରେ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। ୧୫୦୦ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସବୁ ଜିଲାରେ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଉଦ୍ୟମ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସଂକ୍ଷିପ୍ତ ପାଠ୍ୟକ୍ରମ ଜରିଆରେ କୋଭିଡ୍ ଯୋଦ୍ଧାମାନଙ୍କୁ ଗୃହ ଯତ୍ନ, ମୌଳିକ ଯତ୍ନ, ଅଗ୍ରିମ ଯତ୍ନ, ଜରୁରୀ ଯତ୍ନ, ନମୁନା ସଂଗ୍ରହ ଏବଂ ମେଡିକାଲ ଉପକରଣ ସହାୟତା ଉପରେ ତାଲିମ ଦିଆଯିବ। ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା ୩.୦ରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏଥିପାଇଁ ୨୭୬ କୋଟି ଟଙ୍କା ବ୍ୟୟ ହେବ ବୋଲି ପିଏମ୍ଓ ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ବନ୍ଧ୍ୟାକରଣ ଅପରେଶନ୍ କରିଦେଲେ ଡାକ୍ତର…
ରାଞ୍ଚି,୨୦।୬: ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କର ବନ୍ଧ୍ୟାକରଣ ଅପରେଶନ୍ କରି ଡାକ୍ତର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ମହିଳା ତାଙ୍କ ପରିବାରର ଅନ୍ୟ...
କରୋନାରେ ଡ୍ରିମ୍ଗର୍ଲ ଫେମ୍ ରିଙ୍କୁ ସିଂଙ୍କ ପରଲୋକ
ମୁମ୍ବାଇ,୪।୬: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...
ବିଦେଶ ଯାଉଥିବା ଲୋକଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣକୁ ପ୍ରାଧାନ୍ୟ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ପାଠ ପଢ଼ିବା, ଚାକିରି ଓ ଟୋକିଓ ଅଲିମ୍ପିକ୍ସରେ ଯୋଗଦେବା ପାଇଁ ବିଦେଶ ଯିବାକୁ ଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ କୋଭିଶିଲ୍ଡ ଟିକାକରଣ ନିମନ୍ତେ...
ଘର ବାହୁଡ଼ିବାକୁ ଦିଦିଙ୍କ ଅନୁମତି ଲୋଡିଲେ ଦିପେନ୍ଦୁ, କହିଲେ ଭାଜପାରେ ଯୋଗଦେବା ଥିଲା ଭୁଲ୍ ନିଷ୍ପତ୍ତି…
କୋଲକାତା,୧।୬: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଛାଡ଼ି ବହୁ ନେତା ଭାଜପାରେ ଯୋଗଦେଇଥିଲେ। ଏବେ ନିର୍ବାଚନ ଶେଷ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ...
ଭାକ୍ସିନ୍ ନେଲେ ହ୍ରାସ ପାଉଛି ପ୍ରଜନନ କ୍ଷମତା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କଲା ଖଣ୍ଡନ…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...
ଘର ବାହୁଡ଼ା ପରେ ହଟିଲା ଜେଡ୍ ସିକ୍ୟୁରିଟି
କୋଲକାତା,୧୭।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ଭାଜପାର ହାତ ଧରିଥିଲେ ମୁକୁଲ ରୟ। ହେଲେ ନିକଟରେ ପୁଣି ଥରେ ତାଙ୍କର ଘର...
ନିର୍ବାଚନ ପୂର୍ବରୁ ବାଡ଼ଡିଆଁ…
ନୂଆଦିଲ୍ଲୀ,୯।୬: ଆସନ୍ତା ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଶକ୍ତି ବୃଦ୍ଧି କରିବା ଲାଗି ଅଣ୍ଟାଭିଡ଼ିବା ଆରମ୍ଭ କରିଛି।...
ଖୁସି ଖବର: ଭାକ୍ସିନ୍ ମିକ୍ସିଂରେ ପରାଜିତ ହେବ କରୋନା…
ନୂଆଦିଲ୍ଲୀ,୧୨।୬: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ...


