କୋଲକାତା,୧।୬: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଛାଡ଼ି ବହୁ ନେତା ଭାଜପାରେ ଯୋଗଦେଇଥିଲେ। ଏବେ ନିର୍ବାଚନ ଶେଷ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଗଠନ ହୋଇଛି। ଭାଜପାରେ ଯୋଗଦେଇଥିବା ନେତା ଏବେ ତୃଣମୂଳ କଂଗ୍ରେସ ମୁହାଁ ହୋଇଛନ୍ତି। ଦିପେନ୍ଦୁ ବିଶ୍ୱାସ ଏବେ ଦିଦିଙ୍କ ଶିବିରକୁ ବାହୁଡ଼ି ଆସିବାକୁ ଚାହୁଁଛନ୍ତି। ଭାଜପାରେ ଯୋଗଦେବା ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ତୃଣମୂଳରୁ ଟିକଟ ନ ମିଳିବାରୁ ସେ ଭାଜପାରେ ଯୋଗଦେଇଥିଲେ। ତେବେ ଭାଜପା ଟିକଟରେ ଲଢ଼ି ସେ ପରାଜିତ ହେବା ପରେ ତାଙ୍କର ମୋହଭଙ୍ଗ ହୋଇଥିବା କହିଛନ୍ତି। ଏନେଇ ସେ ମମତା ବାନାର୍ଜୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ନିର୍ବାଚନ ପରେ ଇତିମଧ୍ୟରେ ସୋନାଲୀ ଗୁହା ଏବଂ ସରଲା ମୁର୍ମୁ ତୃଣମୂଳକୁ ବାହୁଡ଼ି ଆସିଛନ୍ତି। ଏବେ ଦିପେନ୍ଦୁ ଘର ବାହୁଡ଼ିବାକୁ ଦିଦିଙ୍କ ଅନୁମତି ଲୋଡ଼ିଛନ୍ତି।
ଘର ବାହୁଡ଼ିବାକୁ ଦିଦିଙ୍କ ଅନୁମତି ଲୋଡିଲେ ଦିପେନ୍ଦୁ, କହିଲେ ଭାଜପାରେ ଯୋଗଦେବା ଥିଲା ଭୁଲ୍ ନିଷ୍ପତ୍ତି…
ଭାଜପାରେ ଫାଟ: ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦଳୀୟ ପୋଷ୍ଟରରୁ ବସୁନ୍ଧରା ହଟିଲେ…
ଜୟପୁର,୧୩।୬: ରାଜସ୍ଥାନ ଭାଜପାରେ ଧୀରେ ଧୀରେ ଫାଟ ବଢ଼ିବାରେ ଲାଗିଛି। ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦଳୀୟ ପୋଷ୍ଟରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ...
ହୋଟେଲରେ ଚରସ ନେଇ ଧରାପଡ଼ିଲେ ଟଲିଉଡ୍ ସୁନ୍ଦରୀ
ମୁମ୍ବାଇ,୧୫।୬: ଟଲିଉଡର ଜଣାଶୁଣା ଅଭିନେତ୍ରୀ ନାଇରା ଶାହ ମୁମ୍ବାଇର ଏକ ୫ ତାରକା ହୋଟେଲରେ ଚରସ ନେଉଥିବାବେଳେ ଧରାପଡ଼ିଥିଲେ। ଏଥି ନେଇ ତାଙ୍କୁ ଓ ତାଙ୍କର...
ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧।୬: ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ବସିବ। ଏଥିରେ ପରୀକ୍ଷା ହେବ କି...
ଭାକ୍ସିନ୍ ନେଇ ଜୀବନ ଗଲେ କ୍ଷତି ପୂରଣ ଦେବନି କମ୍ପାନୀ: ମର୍ଡନା-ଫାଇଜର ପରେ ଏବେ ଦାବି କଲା ସେରମ୍…
ନୂଆଦିଲ୍ଲୀ,୩।୬:ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ...
୫ ବର୍ଷରୁ କମ୍ ବୟସ୍କ ଛୋଟପିଲା ମାସ୍କ୍ ପିନ୍ଧିବା ନୁହେଁ ଜରୁରୀ: ଡିଜିଏଚଏସ୍…
ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ସୁରକ୍ଷା ଲାଗି ସାର୍ବଜନୀକ ଟିକାକରଣ ଜାରି ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...
ଡାକ୍ତରଙ୍କୁ ଆକ୍ରମଣ ହେଲେ ମାମଲା କର
ନୂଆଦିଲ୍ଲୀ, ୨୦।୬(ପି.ଟି.): ଡାକ୍ତର ଏବଂ ସ୍ବାସ୍ଥ୍ୟସେବା ପେସାଦାରଙ୍କୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମହାମାରୀ ରୋଗ (ସଂଶୋଧନ) ଆଇନ, ୨୦୨୦ ବଳରେ ମାମଲା ରୁଜୁ କରିବାକୁ...
୭୬ ଦିନ ପରେ ଦେଶରେ ଆଜି ସବୁଠୁ କମ୍ କରୋନା ସଂକ୍ରମଣ ଚିହ୍ନଟ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...
ଅଯୋଧ୍ୟା ଜମି ଦୁର୍ନୀତିର ତଦନ୍ତ ହେଉ
ନୂଆଦିଲ୍ଲୀ, ୨୧।୬: ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଏହାର ତଦନ୍ତ ଦାବି କରିଛି। ସତ୍ୟ ପଦାକୁ ଆଣିବାକୁ...


