ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ବିଭିନ୍ନ ରାଜ୍ୟରେ ଲକ୍ଡାଉନ ହୋଇଥିବାରୁ ଦୈନିକ ସଂକ୍ରମଣରେ ହ୍ରାସ ଘଟିବା ସହ ସୁସ୍ଥହାର ମଧ୍ୟ ବଢ଼ିବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟା ଏବେ ବି ଚିନ୍ତାର କାରଣ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୦,୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୯୨୧ଜଣ ବ୍ୟକ୍ତିଙ୍କ କରୋନାଜନିତ ମୃତ୍ୟୁ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ୧ଲକ୍ଷ ୧୯ହଜାର ୫୦୧ଜଣ ସୁସ୍ଥ ହୋଇଛନ୍ତି। ଅର୍ଥାତ୍ ଗତ କିଛି ଦିନରୁ ଦେଶରେ ୫୩,୦୦୧ ସକ୍ରିୟ ମାମଲା ହ୍ରାସ ପାଇଛି। ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ୫୩,୪୮୦ ମାମଲା ଚିହ୍ନଟ ହୋଇଥିଲା। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଦେଶରେ ମୋଟ ୨କୋଟି ୯୫ ଲକ୍ଷ ୧୦ହଜାର ୪୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୩.୭୪ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଦେଶରେ ସକ୍ରିୟ ମାମଲା ବି ହ୍ରାସ ପାଇଛି। ୧୦ଲକ୍ଷରୁ ତଳକୁ ଖସି ୯.୭୩ ଲକ୍ଷରେ ପହଞ୍ଚିଛି। ସୂଚନା ମୁତାବକ ଜୁନ ୧୩ ପର୍ଯ୍ୟନ୍ତ ସାରା ଦେଶରେ ୨୫କୋଟି ୪୮ଲକ୍ଷ ଲୋକଙ୍କୁ ଟିକାକାରଣ କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।
୧୦ଲକ୍ଷରୁ ତଳକୁ ଖସିଲା ସକ୍ରିୟ ମାମଲା: ଗତ ୨୪ଘଣ୍ଟାରେ ୭୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ
Posted inକରୋନା ଭାଇରସ୍, ଜାତୀୟ View All
ଟିକାଦାନ ଏବେ ଭୋଟ୍ କେନ୍ଦ୍ରରେ: ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ସରକାର…
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଧୀରେଧୀରେ ଦିଲ୍ଲୀର କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ...
ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…
କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...
୮୮୭ ମହାମାରୀ ଭୂତାଣୁ ତାଲିକା ପ୍ରସ୍ତୁତ, ୩୦ ମଧ୍ୟରେ ରହିଛି ତାଣ୍ଡବ ରଚିବା ଶକ୍ତି…
କାଲିଫର୍ନିଆ,୨୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆମେରିକାର କାଲିର୍ଫନିଆ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନା ମୈଜେଟ୍ ୮୮୭...
ୟୁଏଇ-ଭାରତ ମଧ୍ୟରେ ୨୩ରୁ ବିମାନ ସେବା ଆରମ୍ଭ
ନୂଆଦିଲ୍ଲୀ/ଦୁବାଇ,୨୧।୬: ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଏବଂ ଭାରତ ମଧ୍ୟରେ ଆସନ୍ତା ୨୩ତାରିଖରୁ ବିମାନ ସେବା ଆରମ୍ଭ ହେବ। ୟୁଏଇ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି।...
ପୁଣି ଚର୍ଚ୍ଚାରେ ‘ବାବା କି ଢାବା’: କାନ୍ତା ପ୍ରସାଦଙ୍କୁ କ୍ଷମା କରିଦେଲେ ଗୌରବ
ନୂଆଦିଲ୍ଲୀ,୧୫।୬: ‘ବାବା କି ଢାବା’ ପୁଣି ଥରେ ଚର୍ଚ୍ଚାରେ ରହିଛି। ଢାବା ମାଲିକ କାନ୍ତ ପ୍ରସାଦଙ୍କ ଦ୍ୱାରା ହୋଇଥିବା ଚୋରି ଅଭିଯୋଗର ସମ୍ମୁଖୀନ ହେଉଥିବା ୟୁଟ୍ୟୁବର୍...
କୋଭିଡ୍ ସହାୟତାରୁ ୨ଶହ କୋଟି ବାଟମାରଣା
ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍ ରାଶନକାର୍ଡ ଜରିଆରେ...
ଅବସର ପରେ କମ୍ପାନୀରେ ବାବୁଙ୍କ ନିଯୁକ୍ତି
ନୂଆଦିଲ୍ଲୀ, ୪।୬(ପି.ଟି.):ସରକାରୀ ବାବୁମାନେ ଅବସର ଗ୍ରହଣ କରିବା ପରେ ବାଧ୍ୟତାମୂଳକ କୁଲିଂ ପିରିୟଡ୍ (ଯେଉଁ ସମୟ ମଧ୍ୟରେ ସମ୍ପୃକ୍ତ କର୍ମଚାରୀ ନିଷ୍ପତ୍ତି ବଦଳାଇପାରିବେ) ପର୍ଯ୍ୟନ୍ତ ଅପେକ୍ଷା...
ଜି ୭: ଭାରତ ପାଇଁ କ’ଣ
ଲଣ୍ଡନ/ନୂଆଦିଲ୍ଲୀ,୧୨ା୬: ବ୍ରିଟେନର କର୍ନଓ୍ବାଲସ୍ଥିତ ସେଣ୍ଟ ଆଇଭେସ୍ରେ ବିଶ୍ୱର ପ୍ରମୁଖ ୭ ଧନୀ ରାଷ୍ଟ୍ର ଏକତ୍ରିତ ହୋଇଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଓ...


