ମୁମ୍ବାଇ,୧।୬: ଅନେକ ଟିଭି ସିରିୟଲ୍ରେ କାମ କରି ବେଶ୍ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କରନ ମେହେରାଙ୍କୁ ପାରିବାରିକ ହିଂସା ମାମଲାରେ ଜାମିନ ମିଳିଛି। ସୋମବାର କରନ ତାଙ୍କ ପତ୍ନୀ ନିଶା ରାଓ୍ବଲଙ୍କ ସହ ଘରୋଇ ହିଂସା ଘଟାଇଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଗତ କିଛି ଦିନରୁ ଅଭିନେତା କରନ ଓ ନିଶା ରାଓ୍ବଲଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା ନେଇ ଖବର ଆସିଥିଲା। କିନ୍ତୁ ଏହି ଅଭିଯୋଗକୁ ଦୁହେଁ ଖଣ୍ଡନ କରିଥିଲେ। ହେଲେ ସୋମବାର କରନ ନିଶାଙ୍କ ସହ ମାରପିଟ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ନିଶା ଗୋରେଗାଓଁ ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏହାପରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରି ବୟାନ ରେକର୍ଡ କରିଥିଲା। ତେବେ କିଛି ସମୟ ପରେ କରନଙ୍କୁ ପୋଲିସ ଛାଡ଼ିଦେଇଥିବା ଜଣାପଡ଼ିଛି।
ଏହି ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟରେ ପାଗଳ ଥିଲେ ଏମ୍ଏଫ୍ ହୁସେନ୍
ବଲିଉଡ୍ ଅଭିନେତ୍ରୀ ଅମୃତା ରାଓ ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅମୃତା ଇଶ୍କ-ଭିସ୍କ, ମେଁ ହୁଁ ନା, ବିବାହ, ମସ୍ତି ଏବଂ ଜଲି...
ଜୁନ ୭ରୁ ୧୦୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସମସ୍ତ ଘରୋଇ, ସରକାରୀ କାର୍ଯ୍ୟାଳୟ
ଅହମଦାବାଦ, ୪।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଏବେବି ଜାରି ରହିଛି। ହେଲେ ଦୈନିକ ସଂକ୍ରମଣର ପଜିଟିଭ୍ ହାର ତଳକୁ ଖସିଛି। ଗତ ୨...
ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା
ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି।...
ଦିନେ ଟିକା ନେବାକୁ ମନା କରୁଥିଲେ ଅଖିଳେଶ: ଏବେ କହିଲେ, ମୁଁ ବି ନେବି ଟିକା
ଲକ୍ଷ୍ନୌ,୮।୬: ଶେଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଙ୍ଗଳବାର କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ...
ଆଜି ଭାଜପାରେ ଯୋଗ ଦେବେ ଜଣେ ବଡ ନେତା
ନୂଆଦିଲ୍ଲୀ,୯।୬: ବୁଧବାର ନୂଆଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ କଂଗ୍ରେସର ଜଣେ ବଡ ନେତା ଭାଜପାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ...
ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ: ଏଣିକି ଜିନ୍ସ,ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେନି କର୍ମଚାରୀ
ନୂଆଦିଲ୍ଲୀ,୪।୬: ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ସିବିଆଇ କର୍ମଚାରୀ ଫର୍ମାଲ ଲୁକ୍ରେ ନଜର ଆସିବେ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଯାଞ୍ଚ ବ୍ୟୁରୋ(ସିବିଆଇ)ର ନୂଆ...
ମାଆବାପା ପଜିଟିଭ୍ ହେଲେ କର୍ମଚାରୀଙ୍କୁ ୧୫ ଦିନ ସ୍ବତନ୍ତ୍ର ଛୁଟି
ନୂଆଦିଲ୍ଲୀ, ୧୦।୬(ପି.ଟି.): କୌଣସି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କର ମାଆବାପା, କିମ୍ବା ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟ ଯଦି କୋଭିଡ୍ ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ...
ମଡେଲ ଟେନାନ୍ସି ଆଇନକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଘରଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ...


