ଆବଶ୍ୟକ ସାମଗ୍ରୀ: ୨ ଟେବ୍ଲସ୍ପୁନ୍ ତେଲ, ୧ ଟେବଲ୍ସ୍ପୁନ୍ ବଟର, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ୧ ଟି ସ୍ପୁନ୍ ଅଦା ଛେଚା କିମ୍ବା ବଟା, ୨-୩ କୋଲା ରସୁଣ ଛେଚା କିମ୍ବା ବଟା, ୫୦୦ଗ୍ରାମ ବୋନ୍ଲେସ୍ ଚିକେନ୍, ୨୦୦ ଗ୍ରାମ୍ ଟମାଟୋ ପେଷ୍ଟ କିମ୍ବା ସସ୍, ୧ ଟେବ୍ଲ ସ୍ପୁନ୍ ଗରମ ମସଲା, ୧ ଟିସ୍ପୁନ୍ ଲଙ୍କା ଗୁଣ୍ଡ, ୧ ଟିସ୍ପୁନ୍ ଲେଖାଏଁ ଜିରା, ମେଥି, ଲୁଣ, ୧/୪ ଟିସ୍ପୁନ୍ ଗୋଲମରିଚ, ୧ କପ୍ କ୍ରିମ୍।
ପ୍ରସ୍ତୁତି ପ୍ରଣାଳୀ: ଚୁଲାରେ ଏକ ପ୍ୟାନ୍ ଗରମ କରି ସେଥିରେ ତେଲ ଓ ବଟର ପକାନ୍ତୁ। ଏହା ଗରମ ହୋଇଗଲେ ଛୋଟ ଛୋଟ କଟା ହୋଇଥିବା ପିଆଜ ପକାଇ ୨ ମିନିଟ୍ ଭାଜନ୍ତୁ। ସେଥିରେ ରସୁଣ, ଅଦା ପକାଇ ଆଉ କିଛି ସମୟ ଭାଜନ୍ତୁ। ବର୍ତ୍ତମାନ ଚିକେନ୍, ଟମାଟୋ ସସ୍ ଏବଂ ଅନ୍ୟ ମସଲାଗୁଡିକୁ ପକାଇ ଭଲ ଭାବେ ମିଶାନ୍ତୁ ଯେପରି ସବୁକିଛି ଭଲ ଭାବେ ଭାଜି ହେବ। ବର୍ତ୍ତମାନ କ୍ରିମ୍ ଢାଳି ଭଲଭାବେ ଗୋଳାଇ ଘୋଡାଇ ଦିଅନ୍ତୁ ଏବଂ ଚୁଲାକୁ ସିମ୍ କରି ୮-୧୦ ମିନିଟ୍ ପର୍ଯ୍ୟନ୍ତ ଛାଡନ୍ତୁ। ମଝିରେ ମଝିରେ ଗୋଳାଇବାକୁ ଭୁଲନ୍ତୁ ନାହିଁ ନଚେତ୍ ମସଲା ତଳେ ଲାଗି ଜଳିଯିବ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ବଟର ଚିକେନ। ଏହାକୁ ଗରମାଗରମ ସର୍ଭ କରନ୍ତୁ।
Posted inଜୀବନଚର୍ଯ୍ୟା View All
ଉତ୍ତମ ପରିବେଶ ପାଇଁ…
ପ୍ରଦୂଷିତ ପରିବେଶ ଏବେ ଚିନ୍ତାର କାରଣ ସାଜିଛି। ଅନେକ କାରଣରୁ ଆମର ପରିବେଶ ସ୍ବାସ୍ଥ୍ୟୋପଯୋଗୀ ହେଉନାହିଁ। ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛେ।...
ଏହିସବୁ ରୋଗରେ ଆକ୍ରାନ୍ତ ଲୋକଙ୍କୁ କାଜୁ ଖାଇବା ମନା
ଭଲ ସ୍ବାସ୍ଥ୍ୟ ପାଇଁ ଲୋକେ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁର୍ସ ଖାଇଥାନ୍ତି। ତେବେ କାଜୁକୁ ଲୋକେ ତରକାରି ଓ...
ସାଧାରଣ ବ୍ୟକ୍ତି ବି କରିପାରିବେ ଜଗତକୁ ନିୟନ୍ତ୍ରଣ, ଜାଣନ୍ତୁ କେମିତି
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡ଼ିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ...
ସ୍ମରଣୀୟ କାରଲ ଲ୍ୟାଣ୍ଡଷ୍ଟେନର
୧୯୦୧ ମସିହାରେ ରକ୍ତ ବିଜ୍ଞାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ଡା. କାରଲ ଲ୍ୟାଣ୍ଡଷ୍ଟେନର ନିଜ ଶରୀରରୁ ଓ ନିଜ ଅଧୀନରେ ଗବେଷଣା କରୁଥିବା ଗବେଷକଙ୍କ...
ରହିବନି ଷ୍ଟ୍ରେଚ୍ମାର୍କ
ଅନେକ ମହିଳା ଶିଶୁ ଜନ୍ମ ପରେ ପେଟ ଏବଂ ଶରୀରର ଅନ୍ୟ କେତେକ ସ୍ଥାନରେ ହୋଇଥିବା ଷ୍ଟ୍ରେଚ୍ମାର୍କ କମ୍ କରିବାକୁ ନେଇ ବ୍ୟସ୍ତ ହୋଇପଡନ୍ତି। ହେଲେ...
ଏହିସବୁ ତେଲ ଶିଶୁଙ୍କୁ କରିଥାଏ ଶକ୍ତ
ଶିଶୁ ଜନ୍ମ ନେବା ପରେ ତାର ଲାଳନପାଳନ କ୍ଷେତ୍ରରେ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଜନ୍ମ ହେବା ପରେ ସେମାନଙ୍କୁ କ’ଣ ଖାଇବାକୁ...
ଅଣ୍ଟାବିନ୍ଧାର ଘରୋଇ ଉପଚାର
ଅଣ୍ଟାବିନ୍ଧା ଆଜିକାଲି ଏକ ସାଧାରଣ କଥା ପାଲଟି ଗଲାଣି। ତେବେ, ଏପରି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଆପଣେଇ ପାରିଲେ ଆପଣ ଏଥିରୁ କେତେକାଂଶରେ...
ବ୍ରାହ୍ମଣ ଏବଂ ସ୍ତ୍ରୀଙ୍କ ସବୁଠାରୁ ବଡ଼ ଶକ୍ତି କ’ଣ ଆପଣ ଜାଣନ୍ତି କି?
ସ୍ତ୍ରୀ ହୁଅନ୍ତୁ ଅବା ପୁରୁଷ, ସମସ୍ତଙ୍କ ପାଖରେ କିଛି ଗୁଣ, କିଛି ଶକ୍ତି ରହିଥାଏ। ଏହାଦ୍ୱାରା ସେମାନେ କାର୍ଯ୍ୟ ସିଦ୍ଧି କରନ୍ତି। ଆଚାର୍ଯ୍ୟ ଚାଣକ୍ୟ ନୀଜର...


