ଆଜ୍ମା ଏକ ଶ୍ୱାସଜନିତ ସମସ୍ୟା। ଏହାର ସ୍ଥାୟୀ ଉପଚାର ନାହିଁ। ତେଣୁ ନିୟମିତ ସମୟ ଅନ୍ତରାଳରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହେବାକୁ ପଡ଼ିଥାଏ। ଓଜନ ବୃଦ୍ଧି ବା ମେଦବହୁଳତା ଯୋଗୁ ଏପରି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ଜଣେ ଆଜ୍ମା ରୋଗୀ ନିଜ ଖାଦ୍ୟପେୟ ପ୍ରତି ଯେତିକି ସତର୍କ ରହିବା ଦରକାର ତା’ସହ ନିଜର ଓଜନ କିପରି ସନ୍ତୁଳିତ ରହିବ ସେ ନେଇ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଲଣ୍ଡନ ୟୁନିଭର୍ସିଟିର ଛାତିରୋଗ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ରୋଗୀ ନିଜ ଖାଦ୍ୟ ତାଲିକାରେ ପ୍ରୋଟିନ୍ଯୁକ୍ତ ଖାଦ୍ୟ ସାମିଲ କରିବା ଦରକାର। ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ତଟକା ଫଳମୂଳ ସାମିଲ କରନ୍ତୁ। ଯଦି ବାହାରକୁ ବୁଲିବାକୁ ଯାଉଛନ୍ତି ତେବେ ନାକ ଏବଂ ପାଟିକୁ ପରିଷ୍କାର କପଡା କିମ୍ବା ମାସ୍କରେ ଢାଙ୍କିବାକୁ ଭୁଲନ୍ତୁ ନାହିଁ। କାରଣ ବାହାରର ଧୂଳିକଣା ଶରୀର ଭିତରକୁ ପ୍ରବେଶ କଲେ ଏହି ସମସ୍ୟା ଆହୁରି ବଢ଼ିଯିବାର ଆଶଙ୍କା ରହିଛି। ଯଦି ଆପଣ ଆଜ୍ମା ଦ୍ୱାରା ଆକ୍ରାନ୍ତ ତେବେ ଏ ନେଇ ନିଜକୁ ଚିନ୍ତାଗ୍ରସ୍ତ ରଖନ୍ତୁ ନାହିଁ। କାରଣ ଏହାଦ୍ୱାରା ମନରେ ନକାରାତ୍ମକ ମାନସିକତା ଅଧିକ ସକ୍ରିୟ ହୋଇଥାଏ।
Posted inଜୀବନଚର୍ଯ୍ୟା View All
ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..
ଆଜିକାଲି ସମୟରେ କିଡନୀ ଷ୍ଟୋନ୍ ଏକ ସାଧାରଣ ସମସ୍ୟା ପାଲଟିଛି। ହେଲେ ପୋଷକ ତତ୍ତ୍ୱ କମ୍ ହେବା କାରଣରୁ ମଧ୍ୟ ଏହି ଷ୍ଟୋନ୍ ହୋଇଥାଏ। ସ୍ବାସ୍ଥ୍ୟ...
ନିଉଟନୀୟ ଓ ଆଇନଷ୍ଟାଇନୀୟ ମାଧ୍ୟାକର୍ଷଣ
ଆମେ ଟେକାଟିଏ ଫିଙ୍ଗିଲେ ତାହା ଉଚ୍ଚକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ପୃଥିବୀ ପୃଷ୍ଠକୁ ଖସି ପଡୁଛି। ଫଳଟିଏ ପାଚିଲେ ଗଛରୁ ଛିଣ୍ଡିଯାଇ ତଳେ ପଡୁଛି।...
ସାଧାରଣ ବ୍ୟକ୍ତି ବି କରିପାରିବେ ଜଗତକୁ ନିୟନ୍ତ୍ରଣ, ଜାଣନ୍ତୁ କେମିତି
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡ଼ିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ...
ମେକ୍ସିକାନ୍ ଫ୍ରାଏଡ୍ ରାଇସ୍
ଆବଶ୍ୟକ ସାମଗ୍ରୀ: ୨ କପ୍ ଭାତ, ୧/୪ କପ୍ ଛୋଟ ଛୋଟ କଟା ହୋଇ ସିଝା ହୋଇଥିବା ବିନ୍ସ, ସିଝା ରାଜ୍ମା, ଗୋଟିଏ କଟା ପିଆଜ,...
ବର୍ଷାଦିନିଆ ସଂକ୍ରମଣରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ସବୁ ଜିନିଷ
ବର୍ଷାଦିନେ ସଂକ୍ରମଣ ସମସ୍ୟା ଅଧିକ ଦେଖାଯାଇଥାଏ। ଏ ନେଇ ଆମର ପୂର୍ବରୁ ପ୍ରସ୍ତୁତ ନ ହେବା ଫଳରେ ଅନେକ ସମସ୍ୟା ଉପୁଜିଥାଏ। ବଦଳୁଥିବା ସିଜନ୍ରେ ନିଜକୁ...
ଏହି ୫ ଭୁଲ୍ କରୁଛନ୍ତି କି, ହୋଇଯିବେ ବରବାଦ: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ..
ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ...
ଜୀବନରେ କିଛି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି କି? ନିଜକୁ ପଚାରିନିଅନ୍ତୁ ଏହି ୩ ପ୍ରଶ୍ନ..
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, କୌଣସି କାର୍ଯ୍ୟ...
କେମିତି ବଢ଼ିବ ବାପା-ପୁଅଙ୍କ ଭିତରେ ସମ୍ପର୍କ
ଅନେକ ସମୟରେ ଛୋଟଛୋଟ କଥାକୁ ନେଇ ବାପା-ପୁଅଙ୍କ ଭିତରେ ମନମତାନ୍ତର ହେଉଥିବାର ଦେଖିବାକୁ ମିଳିଥାଏ। ଏହା ପଛରେ ବି ବାସ୍ତୁଦୋଷ ରହୁଥିବା ଅନୁମାନ କରାଯାଏ। ତେବେ...


