ନୂଆଦିଲ୍ଲୀ, ୧୦।୬(ପି.ଟି.): କୌଣସି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କର ମାଆବାପା, କିମ୍ବା ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟ ଯଦି କୋଭିଡ୍ ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ସମ୍ପୃକ୍ତ କର୍ମଚାରୀଙ୍କୁ ୧୫ ଦିନ ସ୍ବତନ୍ତ୍ର ଛୁଟି (ଏସ୍ସିଏଲ୍) ମିଳିପାରିବ। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ପରିବାର ସଦସ୍ୟ କିମ୍ବା ମାଆବାପା ଯଦି ୧୫ ଦିନରୁ ଅଧିକ ଚିକିତ୍ସାଧୀନ ରହନ୍ତି, ତେବେ ସେ ହସ୍ପିଟାଲ ଛାଡ଼ିବା ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଅନ୍ୟାନ୍ୟ ଛୁଟି (ଯାହା ତାଙ୍କର ପ୍ରାପ୍ୟ) ମିଳିପାରିବ । ସରକାରୀ କର୍ମଚାରୀ ନିଜେ କୋଭିଡ୍ ପଜିଟିଭ ହେଲେ ତାଙ୍କୁ ୨୦ ଦିନ ପରିବର୍ତ୍ତିତ ଛୁଟି (କମ୍ୟୁଟେଡ୍ ଲିଭ୍) ଦିଆଯିବ ଓ ସେ ହୋମ୍ କ୍ୱାରାଣ୍ଟାଇନରେ ରହିବେ କିମ୍ବା ହସ୍ପିଟାଲରେ ଭର୍ତ୍ତି ହୋଇପାରିବେ। ଯଦି ୨୦ ଦିନ ପରେ ହସ୍ପିଟାଲରେ ରହିବାକୁ ହୁଏ, ତେବେ ଏହାର ପ୍ରମାଣ ଭାବେ ଆବଶ୍ୟକ ଦସ୍ତାବିଜ୍ ଦେଖାଇଲେ କମ୍ୟୁଟେଡ୍ ଲିଭ୍ ଦିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୦୦୦ ଟପିଲା
ଭୁବନେଶ୍ୱର,୭ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ୪୧ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...
୯୩୪୬ ଶିଶୁଙ୍କୁ ଅନାଥ କରିଛି କରୋନା: ଉତ୍ତରପ୍ରଦେଶରେ ସର୍ବାଧିକ…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ୯୩୪୬ ଶିଶୁ ମାତାପିତାଙ୍କୁ ହରାଇ ଅନାଥ...
ରାଜ୍ୟରେ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ପ୍ରତିଦିନ ନୂଆ ଦୈନିକ ସଂକମ୍ରଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରେ ୫ହଜାରରୁ...
ଆଇଟି ନିୟମ ପ୍ରତ୍ୟାହାର କର
ନୂଆଦିଲ୍ଲୀ,୨୦ା୬: ନୂଆ ଆଇଟି ନିୟମ ଆଣି ଟୁଇଟର ଓ ଫେସ୍ବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ର ସରକାରଙ୍କୁ ଶନିବାର ଜାତିସଂଘରୁ ଶକ୍ତ...
ରାଜସ୍ଥାନରୁ ପ୍ରଥମ ଡେଲ୍ଟା ପ୍ଲସ୍ ଭାରାଆଣ୍ଟ ରୋଗୀ ଚିହ୍ନଟ
ଜୟପୁର,୨୬।୬: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଦେଶର ଅନେକ ରାଜ୍ୟରେ ଏବେ କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ମାମଲା ସାମ୍ନାକୁ ଆସୁଛି।...
୮ ଭାଇଭଉଣୀଙ୍କ ସହ ପିତାମାତାଙ୍କୁ କରି ଦିଆଯାଇଥିଲା ହତ୍ୟା, ପାକିସ୍ତାନରୁ ଭାରତ ଚାଲି ଆସି କୀର୍ତ୍ତିମାନ ରଚିଥିଲେ…
ନୂଆଦିଲ୍ଲୀ,୧୯।୬: କିମ୍ବଦନ୍ତୀ ଧାବକ ମିଲ୍ଖା ସିଂହଙ୍କ ପରଲୋକ ସହ ଏକ ଯୁଗର ଅବସାନ ହୋଇଛି। ଶୁକ୍ରବାର ରାତିରେ ସେ ଶେଷ ନିଶ୍ୱାସ ନେଇଥିବା ଖବର ଜଣାପଡ଼ିବା...
୮୧ ଦିନ ପରେ ୬୦ ହଜାର ତଳକୁ ଖସିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୧ ଦିନ ପରେ ଦେଶରେ ନୂଆ...
ଭୟଭୀତ କରାଉଛି କରୋନା: ରେଡ ଜୋନ୍ରେ ୧୬ଗାଁ, ୬ଓ୍ବାର୍ଡ
ଛତ୍ରପୁର,୧୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ କରୋନା ସଂକ୍ରମଣ ହ୍ରାସ ହେବାର ନା ନେଉନି। ଜିଲାର ବ୍ରହ୍ମପୁର ସହର ବ୍ୟତୀତ ଅନ୍ୟ ସ୍ଥାନରେ କରୋନା ସଂକ୍ରମିତଙ୍କ...


