E-Paper
  • logo
  • Friday 27th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅପରାଧ, ଆମ ଜିଲା ଖବର, କେନ୍ଦ୍ରାପଡ଼ା

ଡାକ୍ତରଙ୍କ ଆକାଉଣ୍ଟରୁ କାଟି ନେଲେ ୧୦ ଲକ୍ଷ
11:15 amJune 14, 2021June 27, 2021

ଆଳି,୧୪।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ବାଦଲ କୁମାର ମହାନ୍ତି ସାଇବର ଠକଙ୍କ ଶିକାର ହୋଇଛନ୍ତି। ଆଳି ଥାନା ଅନ୍ତର୍ଗତ ବଡାମ୍ବିଳା ଗାଁର ଡା. ବାଦଲ ବିଟ୍‌ କଏନ ନାମକ ଏକ ଠକ ସଂସ୍ଥାର ମେସେଜ୍‌ରେ ପ୍ରଲୋଭିତ ହୋଇ ନିଜ ଘର ତିଆରି ପାଇଁ କରିଥିବା ଋଣ ଟଙ୍କାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛନ୍ତି। ଏ ନେଇ ସେ ଜୁନ୍‌ ୨ରେ କଟକ ସାଇବର ସେଲ୍‌ର ଦ୍ୱାରସ୍ଥ ହୋଇଛନ୍ତି।
କଟକ ସାଇବର ସେଲ୍‌ରେ ଅଭିଯୋଗ ଅନୁଯାୟୀ, ମେ’ ୧ରେ ଡାକ୍ତର ବାଦଲଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ବିଟ୍‌ କଏନ ନାମକ ଏକ ସଂସ୍ଥାର ମେସେଜ୍‌ ଆସିଥିଲା। କମ୍‌ ବ୍ୟୟରେ ଅଧିକ ଅର୍ଥ ଦେବ ବୋଲି ଲୋଭ ଦେଖାଇ ଟଙ୍କା ଜମା କରିବାକୁ ତାଙ୍କୁ ସେହି ମେସେଜ୍‌ରେ ପ୍ରଲୋଭିତ କରାଯାଇଥିଲା। ୧୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରା ଅନୁଯାୟୀ ୯୦୦୦ ଟଙ୍କା ଦେଲେ ୧୩୦୦ ଡଲାର(୧ଲକ୍ଷ)ଟଙ୍କା ମିଳିବ ବୋଲି ମେସେଜ ଆସିଥିଲା। ପରେ ସେ ମେ’ ୩ ରେ ତାଙ୍କ ଆକାଉଣ୍ଟରୁ ୧୦୦ ଡଲାର ବା ୯ ହଜାର ଟଙ୍କା ଉକ୍ତ କମ୍ପାନୀ ଆକାଉଣ୍ଟରେ ଜମା କରିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ସେହିମାସ ୯ତାରିଖରେ ୭୩ ହଜାର, ୧୦ ତାରିଖରେ ୭୩ ହଜାର,୧୧ ତାରିଖରେ ୪୫ ହଜାର,୧୭ ତାରିଖରେ ୬୦ହଜାର,୨୧ ତାରିଖରେ ୧ ଲକ୍ଷ,୨୪ ତାରିଖରେ ଦେଢ ଲକ୍ଷ,୨୭ ତାରିଖରେ ୧ ଲକ୍ଷ, ୨୮ ତାରିଖରେ ୮୩ ହଜାର, ୩୦ ତାରିଖରେ ୧ଲକ୍ଷ ୪୫ ହଜାର ସହ ଅନ୍ୟ ଚାର୍ଜକୁ ମିଶାଇ ମୋଟ ୧୦ ଲକ୍ଷ ୫୨ ହଜାର ୧୦୦ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟି ଯାଇଥିଲା। ବାରମ୍ବାର ଟଙ୍କା କଟିବା ପରେ ମଧ୍ୟ ତାଙ୍କ ଆକାଉଣ୍ଟକୁ କୌଣସି ରିଟର୍ନ ନ ଆସିବାରୁ ସେ ସମ୍ପୃକ୍ତ ସଂସ୍ଥାର ହ୍ବାଟସ୍‌ଆପ୍‌ ନମ୍ବରରେ ଟଙ୍କା ପାଇଁ କହିବାରୁ ତୁମ ନାମରେ ଲିଡସ କମରସିଆଲ ନାମକ ଏକ ବ୍ୟାଙ୍କରେ ଆକାଉଣ୍ଟ ଖୋଲା ଯାଇଥିବା ଜଣାଇଥିଲେ। ସେହି ବ୍ୟାଙ୍କ ମାଧ୍ୟମରେ ସେ ଟଙ୍କା ପାଇବେ ବୋଲି ସୂଚନା ଦେଇଥିଲେ। ସେହି ବ୍ୟାଙ୍କ ସହ ଯୋଗାଯୋଗ କରିବା ପରେ ଆରଟିସି ଓ ଟ୍ୟାକ୍ସ କୋଡ୍‌ ପାଇଁ ଆଉ ୫ଲକ୍ଷ ୫୦ ହଜାର ଟଙ୍କା ଡିପୋଜିଟ କଲେ ସୁଧ ସହ ଲାଭାଂଶ ପାଇବେ ବୋଲି ସୂଚନା ମିଳିଥିଲା। ଏଥିରେ ସନ୍ଦେହ ହେବାରୁ ସେ ଆଉ ଟଙ୍କା ଡିପୋଜିଟ କରି ନ ଥିଲେ। ଏହାପରେ ଉକ୍ତ ବ୍ୟାଙ୍କ ଓ କମ୍ପାନୀ ସମ୍ପର୍କରେ ଇଣ୍ଟରନେଟରୁ ସର୍ଚ୍ଚ କରି ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସେ ଜୁନ ୨ରେ କଟକ ସାଇବର ସେଲର ଦ୍ୱାରସ୍ଥ ହୋଇ ଠକ୍‌ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଅପରାଧ, ଆମ ଜିଲା ଖବର, କେନ୍ଦ୍ରାପଡ଼ା View All

ଦୁର୍ଘଟଣାରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ, ନିଜ କାର୍‌ ଅଟକାଇ ଗୁରୁତରଙ୍କୁ ହସ୍ପିଟାଲ ପଠାଇଲେ ବିଧାୟକ

କୋରାପୁଟ,୫ା୬(ସ୍ବ.ପ୍ର.): କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ଶନିବାର ରାସ୍ତା ଦୁର୍ଘଟଣାରେ ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା...

ପାନ ଛେପ ପକାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଚାଲିଗଲା ଜଣଙ୍କ ଜୀବନ

ଚାନ୍ଦବାଲି,୫।୬: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଗୋପିନାଥପୁର ପଞ୍ଚାୟତ କର୍ଡୁଆସାହି ଗଁାରେ ଶନିବାର ଛେପ ପକାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ...

ଭିଡ଼ିଓ ଭାଇରାଲ ହେବାପରେ ଧରାପଡିଲେ ଇତିହାସ ଅଧ୍ୟାପକ

ବାଲେଶ୍ୱର ଅଫିସ,୨୬।୬: ବାଲେଶ୍ୱର ସହର ଆଇଟିଆଇସ୍ଥିତ ଆର୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ...

୩୦ ଗାଁର ପିଲାଙ୍କ ପାଠପଢାରେ ବାଧକ ସାଜିଛି ନେଟଓ୍ବର୍କ

ଲାଠୋର,୨୪।୬: ବଲାଙ୍ଗୀର ଜିଲା କରୋନା ମହାମାରୀ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସରକାର ଜୁନ ୨୧ତାରିଖରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅନଲାଇନରେ...

କରୋନାରେ ମାହାଙ୍ଗାର ପୂର୍ବତନ ବିଧାୟକଙ୍କ ପରଲୋକ

ନିଶ୍ଚିନ୍ତକୋଇଲି,୫ା୬(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବିଧାନସଭା କ୍ଷେତ୍ରର ପ୍ରାକ୍ତନ ବିଧାୟକ ବିକ୍ରମକେଶରୀ ବର୍ମାଙ୍କ କରୋନାରେ ଶନିବାର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେବ ଭୁବନେଶ୍ୱରର ଏକ...

ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ଛତ୍ରପୁର,୧୧।୬(ଡି.ଏନ୍‌.ଏ.): କେନ୍ଦ୍ରସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି। ଏହିପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି...

କୋଭିଡ୍‌ ସହାୟତାରୁ ୨ଶହ କୋଟି ବାଟମାରଣା

ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍‌ ରାଶନକାର୍ଡ ଜରିଆରେ...

ସ୍ବାମୀଙ୍କଠାରୁ ଛାଡ଼ପତ୍ର କଥା ଶୁଣି ସ୍ତ୍ରୀ ନେଲେ ଚରମ ପଦକ୍ଷେପ, ଜାଣିଲେ…

ବ୍ରାସିଲିଆ,୧୨ା୬: ବ୍ରାଜିଲରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ କହିବାରୁ ସ୍ତ୍ରୀ ରାଗି କି ଏମିତି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ନଦୀଭିତ୍ତିକ ବନ୍ଦର ସ୍ବପ୍ନ
Next Post Next post:
ତଥ୍ୟ ଦେଲେ ୮୦୦ ଓଟିଟି ପ୍ଲାଟଫର୍ମ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts