କେନ୍ଦ୍ରାପଡ଼ା ଅଫିସ, ୧୪।୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପବ୍ଲିକ୍-ପ୍ରାଇଭେଟ୍-ପାର୍ଟନରଶିପ୍ (ପିପିପି) ମୋଡ୍ରେ ପାରାଦୀପ ପୋର୍ଟ ଏହାର ଉନ୍ନତୀକରଣ କରିବ। ୨୦୨୦ ଡିସେମ୍ବରରେ ଏହି ସ୍ଥାନକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ଙ୍କ ଗସ୍ତ ଓ ଏମ୍ଓୟୁ ପାଇଁ ରାଜ୍ୟ ସରକାରଙ୍କ ସହିତ ଗତ ମାର୍ଚ୍ଚରେ ଆର୍ସେଲର ମିତଲ ସହ କଥାବାର୍ତ୍ତା ଜିଲାବାସୀଙ୍କ ମନରେ ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଶା ସଞ୍ଚାର କରିଥିଲା। ଏହା ପୂର୍ବରୁ ଏଠାରେ ବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ ଏହି ଜିଲା ଗସ୍ତ ଅବସରରେ ଘୋଷଣା କରିଥିଲେ। ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ଜୁଲାଇରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ଦର ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ସେହିପରି ବାର୍ଷିକ ୧୮.୪୩ ନିୟୁତ ଟନ୍ ପଣ୍ୟ କାରବାର ହେବ ବୋଲି ପ୍ରସ୍ତାବ ରହିଥିଲା। ରାଜ୍ୟ ସରକାରଙ୍କ ବୈଠକକୁ ୩ ବର୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଅଢ଼େଇ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣକୁ ନେଇ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଫଳରେ ଏହି ନଦୀଭିତ୍ତିକ ବନ୍ଦର ନିର୍ମାଣ ନିର୍ବାଚନ ପୂର୍ବର ବରୁଣେଇ ବନ୍ଦର, ପାୱାର ପ୍ଲାଣ୍ଟ ପ୍ରତିଷ୍ଠା, କେନ୍ଦ୍ରାପଡ଼ା ସହରକୁ ଗୁଡ୍ଗଁାଓ ପରି ଗଢ଼ି ତୋଳିବା ପ୍ରତିଶ୍ରୁତି ପରି ମିଳେଇ ଯାଉଛି ବୋଲି ସ୍ଥାନୀୟ ଜିଲାବାସୀ ମତ ଦେଇଛନ୍ତି।
ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସାମାଜିକ କର୍ମୀ ଗୟାଧର ଧଳ, ସୁନୀଲ କୁମାର ଗନ୍ତାୟତ, ସୁଶୀଲ କୁମାର ରାଉତ ପ୍ରମୁଖ କହିଛନ୍ତି, ଅର୍ଥନୈତିକ ବିକାଶ କ୍ଷେତ୍ରରେ ରାଜ୍ୟର ୨୬ତମ ସ୍ଥାନରେ ଥିବା କେନ୍ଦ୍ରାପଡ଼ା ଜିଲାକୁ ସର୍ବଦା ଅବହେଳା କରାଯାଇଛି। ଲୋକସମ୍ବଳ ବିନିଯୋଗ ପାଇଁ ସୁଚିନ୍ତିତ ଯୋଜନା ନାହିଁ। ତେବେ ରାଜନେତାମାନେ ଏଠାରେ ପ୍ରତିଶ୍ରୁତି ଦେବାରେ ସିଦ୍ଧହସ୍ତ। ୨୦୦୯ରେ ଉପାନ୍ତ ଅଞ୍ଚଳରେ ଥିବା ବରୁଣେଇଠାରେ ବନ୍ଦର ହେବ ବୋଲି ପ୍ରତିଶ୍ରୁତି ମିଳିଲା। ସେହିପରି ୨୦୧୪ରେ କେନ୍ଦ୍ରାପଡ଼ା ସହରର ବିକାଶ ସହିତ ମାର୍ଶାଘାଇ ବ୍ଲକ ଅଳାଇଲୋଠାରେ ପାୱାର ପ୍ଲାଣ୍ଟ ପାଇଁ ଘୋଷଣା ନିର୍ବାଚନ ପୂର୍ବରୁ ହେଲା। ଏହି ଦୁଇ ପ୍ରକଳ୍ପ ଆରମ୍ଭ ପୂର୍ବରୁ ବନ୍ଦ ହୋଇଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ଆଖଡାଶାଳି ବନ୍ଦର ପ୍ରକଳ୍ପର ଘୋଷଣା ହେଲା। ଏହି ପ୍ରତିଶ୍ରୁତି ପାଳନ ପାଇଁ ରାଜନେତା ଓ ପ୍ରଶାସକଙ୍କ କସରତ ନିର୍ବାଚନ ପରେ ଦେଖିବାକୁ ମିଳିଥିଲା। ପାରାଦୀପ ପୋର୍ଟ ସହଯୋଗରେ ଆଖଡାଶାଳିର ଉନ୍ନତୀକରଣ ଓ ଆର୍ସେଲର ମିତଲ ସହ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଏମ୍ଓୟୁ ହେଉଥିବା ଆଲୋଚନା ହେଲା। ଏପରିକି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବନ୍ଦର ପ୍ରତିଷ୍ଠା ହେବ ବୋଲି ଜିଲା ଗସ୍ତରେ ଆସି ଦୃଢ଼ ପ୍ରତିଶ୍ରୁତି ଦେଇଗଲେ। ଇଣ୍ଡଷ୍ଟ୍ରିଆଲ କରିଡର ପାଇଁ ହୋଇଥିବା ଏହି କସରତର ଫଳ ଜିଲାବାସୀଙ୍କ ପାଇଁ ଏବେବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିତଲଙ୍କ ଇସ୍ପାତ କାରଖାନା କେଉଁଠି ହେବ, ଏହାର ନିର୍ମାଣ କାର୍ଯ୍ୟ କେବେଠାରୁ ଆରମ୍ଭ ହୋଇ ଶେଷ ହେବ, କଞ୍ଚାମାଲ କେଉଁଠୁ ଆସିବ, କାରଖାନାରୁ କେବେ ଉପତ୍ାଦ ବାହାରିବ ଆଦି ପ୍ରଶ୍ନର ଉତ୍ତର ଅଦ୍ୟାବଧି ଜିଲାବାସୀ ପାଇ ପାରୁନାହାନ୍ତି। ଏହି ବନ୍ଦର ପ୍ରତିଷ୍ଠା ହୋଇଥିଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜିଲାର ୧୫ ହଜାରରୁ ଅଧିକ ଲୋକଙ୍କୁ କର୍ମନିଯୁକ୍ତି ମିଳିବାର ଆଶା ଥିଲା ବୋଲି ସେମାନେ ମତ ଦେଇଛନ୍ତି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା, ରାଜ୍ୟ View All
ଭୂତାଣୁର ପରିବର୍ତ୍ତିତ ସଂକ୍ରମଣ ଉପରେ ନିର୍ଭର କରେ ତୃତୀୟ ଲହର
ଭୁବନେଶ୍ୱର, ୧୪।୬: ରାଜ୍ୟରେ କେବଳ ସଂକ୍ରମଣ ହାର ସହ କମୁଛି କୋଭିଡ୍ ୧୯ ନମୂନାରେ ଭାଇରାଲ ଲୋଡ୍। ଏ ନେଇ ସୋମବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍ଏସ୍)...
ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ: ୧୦ ଆହତ
ସୋର,୧୭ା୬(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନସ୍ଥ ଆଟପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ...
ସବୁ ଜିଲାରେ ଗାଡ଼ି ପଞ୍ଜୀକରଣ, ବିକ୍ରୟକୁ ଅନୁମତି
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ଲକ୍ଡାଉନ୍ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ସମସ୍ତ ଜିଲାରେ ଅଟୋମୋବାଇଲ୍ ଶୋ’ରୁମ୍ଗୁଡ଼ିକ ଖୋଲାଯିବା ସହ ନୂତନ ଗାଡ଼ି ପଞ୍ଜୀକରଣ ଓ ବିକ୍ରୟ...
୩ ପରୀକ୍ଷାଫଳ ଆଧାରରେ ମୂଲ୍ୟାୟନ
ଭୁବନେଶ୍ୱର,୧୭ା୬ (ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନ ପଦ୍ଧତି କ’ଣ ରହିବ ତାହାକୁ ନେଇ ଏବେ...
ପ୍ରତି ଜିଲାରେ ହେବ ଲୋକକଳା ସ୍ବୟଂସହାୟକ ଗୋଷ୍ଠୀ
ଛତ୍ରପୁର,୧୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୋମବାର ୱେବନାର ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି ଜ଼ିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର...
୧୯ ଜିଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍
ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୬୫,୮୪୫ ନମୂନା ପରୀକ୍ଷା ହୋଇଥିବା ବେଳେ ୩,୪୫୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ କରୋନା ତଳମୁହାଁ ହୋଇଥିବା ବେଳେ ୧୯ଟି...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ଘରେ ପଶି ନାବାଳିକାଙ୍କୁ ବଳାତ୍କାର
ବୁଗୁଡ଼ା,୨୫ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଗୁରୁବାର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲା କ୍ରମେ ପୋଲିସ...


