ଯେତେବେଳେ ବଡ଼ ବିଲ୍ଡିଂର କଥା ଆସେ ତେବେ ଘର କେମିତି ହେବା ଦରକାର କେତେ ସମୟ ଲାଗିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ମାତ୍ର ଚାଇନାର ଏକ କମ୍ପାନୀ ୧୦ ମହଲା ବିଶିଷ୍ଟ ଏକ ବଡ଼ କୋଠା ତିଆରି ପାଇଁ ଖୁବ୍ କମ୍ ସମୟ ନେଇଥିଲା। ଉକ୍ତ କମ୍ପାନୀ ଏତେ ବଡ଼ ବିଲ୍ଡିଂ କେବଳ ୨୮ ଘଣ୍ଟା ୪୫ ମିନିଟ୍ରେ ଶେଷ କରିଥିଲା।
ଚାଇନାର ଚାଙ୍ଗ୍ସାରେ ବ୍ରାଣ୍ଡ୍ ଗ୍ରୁପ୍ ଦ୍ୱାରା ଏହି ୧୦ ମହଲା ଘର ତିଆରି କରାଯାଇଛି। ଏହି ବିଲ୍ଡିଂରେ ଅନେକ ଆବାସ ଗୃହ ନିର୍ମାଣ ହୋଇଛି। ଏତେ କମ୍ ସମୟ ମଧ୍ୟରେ ବିରାଟ ବଡ଼ ବିଲ୍ଡିଂ ଠିଆ ହେବା ଛୋଟିଆ କଥା ନୁହେଁ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହା ଦେଖିଲେ ମନରେ ଏକ ପ୍ରଶ୍ନ ଉଠେ ଏହି ନିର୍ମାଣ ପଛରେ ରହସ୍ୟ କ’ଣ ରହିଛି। ଏତେ କମ୍ ସମୟ ମଧ୍ୟରେ ନିର୍ମାଣ କରିବା ପାଇଁ ଏକ ପୂର୍ବ ନିର୍ମିତ ନିର୍ମାଣ ବ୍ୟବସ୍ଥା ବ୍ୟବହୃତ ହୋଇଛି। ଏହା ଭିତରେ ଅନେକ ଛୋଟବଡ଼ ଘର ତିଆରି ହୋଇଛି।
ପୂର୍ବ ନିର୍ମିତ ୟୁନିଟ୍ଗୁଡ଼ିକରୁ କଣ୍ଟେନରକୁ ନିର୍ମାଣସ୍ଥଳୀକୁ ଅଣାଯାଇଥିଲା। ଏହି କଣ୍ଟେନର ପରସ୍ପର ଉପରେ ବୋଲ୍ଟ ସାହାଯ୍ୟରେ ସଂଲଗ୍ନ କରାଯାଇଥିଲା। ଏହିପରି ଭାବରେ ବିଲ୍ଡିଂଟି ନିର୍ମାଣ ହୋଇଥିଲା। ପରେ ବିଦ୍ୟୁତ୍ ଏବଂ ଜଳ ସଂଯୋଗ କରାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.