ଅନ୍ଲାଇନ୍ ଶପିଂର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି, କିନ୍ତୁ ଲୋକେ ଅଭିଯୋଗ କରନ୍ତି ଯେ, ସେମାନେ ଓ୍ବେବ୍ସାଇଟ୍ରେ ଡ୍ରେସ୍ର ଫଟୋ ଏବଂ ରଙ୍ଗ ଦେଖନ୍ତି। ଯେତେବେଳେ ସେହି ସାମଗ୍ରୀ ଘରେ ପହଞ୍ଚେ ସେତେବେଳେ ଏହା ଅର୍ଡରଦାତାଙ୍କୁ ପସନ୍ଦ ଆସେ ନାହିଁ। ଏହାର କାରଣ ହେଉଛି ଅଧିକାଂଶ ଡ୍ରେସ୍ ପତଳା ମଡେଲଙ୍କ ଶରୀରରେ ପ୍ରଦର୍ଶିତ ହୋଇଥାଏ। ଯେହେତୁ ଏହାକୁ ପିନ୍ଧିବା ଠିକ୍ କି ନୁହେଁ ତାହା ଜାଣିବା କଷ୍ଟକର। କିନ୍ତୁ ଅନ୍ଲାଇନ୍ରେ ଡ୍ରେସ୍ ଅର୍ଡର କରିଥିବା ଜଣେ ଯୁବତୀଙ୍କ କ୍ଷେତ୍ରରେ ଏମିତି ଅଜବ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ଯୁବତୀ ଜଣଙ୍କ ଅନ୍ଲାଇନ୍ ଶପିଂ ପୋର୍ଟାଲରୁ ନିଜ ପାଇଁ ଏକ ଡ୍ରେସ୍ ଅର୍ଡର କରିଥିଲେ। ସେହି ଡ୍ରେସ୍ଟି କଳା ରଙ୍ଗ ରେଶମ କପଡ଼ାରେ ତିଆରି ହୋଇଥିବାର ଦେଖି ଅର୍ଡର କରିଥିଲେ। ମାତ୍ର ଯେତେବେଳେ ଅର୍ଡରଟି ତାଙ୍କ ଘରେ ପହଞ୍ଚିଲା ସେତେବେଳେ ଡ୍ରେସ୍ର ଡିଜାଇନ କଳା ରଙ୍ଗର ଏକ ଜରି ବ୍ୟାଗ୍ ପରି କପଡ଼ା ବାହାରିଲା। ମ୍ୟାକେଜି ନାମକ ଏହି ଯୁବତୀ ତାଙ୍କ ଶପିଂର ଏକ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଏଥିରେ କ୍ୟାପଶନ ଲେଖିଛନ୍ତି, ଏଥିରେ ଟଙ୍କା ଭର୍ତ୍ତି ହୋଇଛି। ଏମିତି ଟଙ୍କା ବ୍ୟାଗ୍ ମୁଁ ଚାହୁଁଛି।
ଜଣେ ୟୁଜର ଲେଖିଛନ୍ତି, ଯେମିତି ଲାଗୁଛି ଆପଣ ଡ୍ରେସ୍ ପିନ୍ଧି ନାହାନ୍ତି ପରଦା ଢାଙ୍କି ହୋଇଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି, ଅଳିଆ ବ୍ୟାଗ୍। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମୁଁ ବି ଏମିତି ଗୋଟିଏ ଅର୍ଡର କରିଥିଲି। ଉତ୍ତରରେ ମ୍ୟାକେଜି ଲେଖିଛନ୍ତି, ଠିକ୍ ଅଛି, ଚେତାବନୀ ପାଇଁ ସମସ୍ତଙ୍କୁ ଧନ୍ୟବାଦ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.