ବମ୍ବେ: ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସୁକନ୍ୟା ହେଉଛନ୍ତି ଆଲିଆ। ତାଙ୍କର ଅନ୍ୟଜଣେ ଝିଅ ପୂଜା ମଧ୍ୟ ଅଛନ୍ତି। ହେଲେ ଏକାଧିକ ବାର ମହେଶ ଏବଂ ପୂଜାଙ୍କ ଝିଅ ଆଲିଆ ବୋଲି ଗୁଜବ ଉଠିଛି। ଉଭୟ ସାବତ ଭଉଣୀ ହୋଇଥିବା ବେଳେ କ’ଣ ପାଇଁ ଏଭଳି ଆଲୋଚନା ହୋଇଥାଏ ସେ ବିଷୟରେ ଜଣାପଡ଼ିନାହିଁ। ହେଲେ ପୂର୍ବରୁ ମହେଶଙ୍କ ବିବାଦୀୟ ବୟାନ ଯୋଗୁ ଏଭଳି ଗୁଜବର ସୁତ୍ରପାତ ହୋଇଥିବା ଚର୍ଚ୍ଚା ହୁଏ। ଆଲିଆ ମଧ୍ୟ ନିଜେ ଏନେଇ ମୁହଁ ଖୋଲି ରୋକଠୋକ୍ ଏଭଳି ଗୁଜବକୁ ବନ୍ଦ କରିବାକୁ କହିଛନ୍ତି।
ଏକଦା ମହେଶ ଝିଅ ପୂଜାଙ୍କୁ ବିବାହ କରିବା କଥା କହିଥିଲେ। ଯଦି ସେ ତାଙ୍କ ଝିଅ ହୋଇ ନ ଥାନ୍ତେ ତେବେ ବିବାହ କରିବାରେ ଅସୁବିଧା ନ ଥିବା ମଧ୍ୟ କହିଥିଲେ। ଏପରିକି ଉଭୟ ଅନେକ ବୋଲ୍ଡ ଫଟୋରେ ନଜର ଆସିଥିଲେ। ସେତେବେଳ ସମୟରେ ମହେଶଙ୍କ ଏଭଳି କଥା ପାଣିରେ ନିଆଁ ଲଗାଇବା ଭଳି ଚର୍ଚ୍ଚାର ପରିସରକୁ ଆସିଥିଲା। ହେଲେ ପରବର୍ତ୍ତୀ ସମୟରେ ସେ ପୂଜାଙ୍କୁ ଝିଅ ବୋଲି କହି ତାଙ୍କ କଥାର ଭିନ୍ନ ଅର୍ଥ କଢ଼ାଯାଇଥିବା ସଫେଇ ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.