ଆବୁଜା, ୧ା୬: କେତେଜଣ ବନ୍ଧୁକଧାରୀ ରବିବାର ନାଇଜେରିଆର ନାଇଜର୍ ପ୍ରଦେଶରେ ଥିବା ଏକ ଇସ୍ଲାମିକ୍ ସ୍କୁଲରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନେଇଛନ୍ତି। ଏ ନେଇ ନାଇଜର ରାଜ୍ୟ ସରକାରଙ୍କ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ନାଇଜେରିଆର ଏକ ୟୁନିଭର୍ସିଟିରୁ ଅପହୃତ ହୋଇଥିବା ୧୪ ଛାତ୍ରୀଛାତ୍ରଙ୍କୁ ୪୦ ଦିନ ଧରି ବନ୍ଦୀ ରଖି ମୁକ୍ତ କରିବା ପରେ ଏହି ଘଟଣା ଘଟିଛି। ଅପହରଣକାରୀମାନେ ଅପରାହ୍ନ ପ୍ରାୟ ୩ଟାରେ ମୋଟରସାଇକେଲରେ ଆସି ତେଗିନା ସହରରେ ଗୁଳି ଚଳାଇଥିଲେ। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଥିବା ସେଠାକାର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନେ ସାଲିହୁ ତାନ୍କୋ ଇସ୍ଲାମିକ୍ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଅପହରଣ କରିବା ବେଳେ ଚାଲି ପାରୁ ନ ଥିବା ଛୋଟ ପିଲାଙ୍କୁ ଛାଡ଼ି ଦେଇଥିଲେ। ଉକ୍ତ ସ୍କୁଲରେ ପ୍ରାୟ ୩ ଶହ ଛାତ୍ରୀଛାତ୍ର ଥିଲେ।
ନାଇଜେରିଆରେ ବନ୍ଧୁକଧାରୀଙ୍କ ଆତଙ୍କ ଜାରି ରହିଛି। ଏହି ଘଟଣାକୁ ବାଦ୍ ଦେଲେ ୨୦୨୦ ଡିସେମ୍ବର ପରଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୭୩୦ ଛାତ୍ରୀଛାତ୍ରଙ୍କୁ ଅପହରଣ କରାଯାଇଛି। ମୁଖ୍ୟତଃ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ସେମାନେ ଅପହରଣକୁ ମାଧ୍ୟମ କରୁଛନ୍ତି।
Posted inଅନ୍ତର୍ଜାତୀୟ View All
ଇସ୍ତଫା ଦେଲେଣି ୮ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୩।୬ : ବିଭିନ୍ନ ଦେଶରେ କୋଭିଡ୍ ପରିଚାଳନାଗତ ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଲେଣି। ଇକୁଏଡର ସ୍ବାସ୍ଥ୍ୟମନ୍ତ୍ରୀ...
ବାବା ରାମଦେବଙ୍କୁ ଝଟ୍କା ଦେଲା ନେପାଳ
କାଠମାଣ୍ଠୁ,୯।୬: ନେପାଳ ସରକାର ଦେଶରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କିଟ୍ର ବିତରଣ ଉପରେ ରୋକ ଲଗାଇଛନ୍ତି। ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଉପହାର...
କ୍ୟାମେରା ଆଗରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା
ପ୍ୟାରିସ୍,୮ା୬: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନଙ୍କୁ ଭିଡ଼ ଭିତରେ ଜଣେ ଚାପୁଡ଼ା ମାଡ଼ ହୋଇଛି। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ରାଷ୍ଟ୍ରପତିଙ୍କ...
ଫାଇଜର-ମର୍ଡେନା ଭାକ୍ସିନ୍କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …
ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍...
ଚାଇନାର ହାତୀପଲ ସୋସିଆଲ ମିଡ଼ିଆରେ ଭାଇରାଲ: ୨୦ କୋଟିରୁ ଅଧିକ ଥର ଦେଖାଗଲାଣି…
ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ...
ଲିନା ଏଫ୍ଟିସି ମୁଖ୍ୟ
ଫେସ୍ବୁକ୍, ଗୁଗଲ, ଆମାଜନ, ଆପଲ୍ ଭଳି ଟେକ୍ କମ୍ପାନୀଗୁଡ଼ିକର ପ୍ରମୁଖ ସମାଲୋଚିକା ତଥା ପାକିସ୍ତାନ ବଂଶୋଦ୍ଭବ ଲିନା ଖାନ୍(୩୨)ଙ୍କୁ ଆମେରିକା ଫେଡେରାଲ ଟ୍ରେଡ୍ କମିଶନ(ଏଫ୍ଟିସି)ର ମୁଖ୍ୟ...
ଗୋଟିଏ ଭୁଲ୍ ପାଇଁ କ୍ଷତି ହେଲା ୩୦ ହଜାର କୋଟି…
ଲିସବନ୍,୧୬।୬: ଗୋଟିଏ ଭୁଲ୍ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍...
ସ୍ବାମୀଙ୍କଠାରୁ ଛାଡ଼ପତ୍ର କଥା ଶୁଣି ସ୍ତ୍ରୀ ନେଲେ ଚରମ ପଦକ୍ଷେପ, ଜାଣିଲେ…
ବ୍ରାସିଲିଆ,୧୨ା୬: ବ୍ରାଜିଲରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ କହିବାରୁ ସ୍ତ୍ରୀ ରାଗି କି ଏମିତି...


