ଆବୁଜା, ୧ା୬: କେତେଜଣ ବନ୍ଧୁକଧାରୀ ରବିବାର ନାଇଜେରିଆର ନାଇଜର୍ ପ୍ରଦେଶରେ ଥିବା ଏକ ଇସ୍ଲାମିକ୍ ସ୍କୁଲରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନେଇଛନ୍ତି। ଏ ନେଇ ନାଇଜର ରାଜ୍ୟ ସରକାରଙ୍କ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ନାଇଜେରିଆର ଏକ ୟୁନିଭର୍ସିଟିରୁ ଅପହୃତ ହୋଇଥିବା ୧୪ ଛାତ୍ରୀଛାତ୍ରଙ୍କୁ ୪୦ ଦିନ ଧରି ବନ୍ଦୀ ରଖି ମୁକ୍ତ କରିବା ପରେ ଏହି ଘଟଣା ଘଟିଛି। ଅପହରଣକାରୀମାନେ ଅପରାହ୍ନ ପ୍ରାୟ ୩ଟାରେ ମୋଟରସାଇକେଲରେ ଆସି ତେଗିନା ସହରରେ ଗୁଳି ଚଳାଇଥିଲେ। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଥିବା ସେଠାକାର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନେ ସାଲିହୁ ତାନ୍କୋ ଇସ୍ଲାମିକ୍ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଅପହରଣ କରିବା ବେଳେ ଚାଲି ପାରୁ ନ ଥିବା ଛୋଟ ପିଲାଙ୍କୁ ଛାଡ଼ି ଦେଇଥିଲେ। ଉକ୍ତ ସ୍କୁଲରେ ପ୍ରାୟ ୩ ଶହ ଛାତ୍ରୀଛାତ୍ର ଥିଲେ।
ନାଇଜେରିଆରେ ବନ୍ଧୁକଧାରୀଙ୍କ ଆତଙ୍କ ଜାରି ରହିଛି। ଏହି ଘଟଣାକୁ ବାଦ୍ ଦେଲେ ୨୦୨୦ ଡିସେମ୍ବର ପରଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୭୩୦ ଛାତ୍ରୀଛାତ୍ରଙ୍କୁ ଅପହରଣ କରାଯାଇଛି। ମୁଖ୍ୟତଃ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ସେମାନେ ଅପହରଣକୁ ମାଧ୍ୟମ କରୁଛନ୍ତି।
Posted inଅନ୍ତର୍ଜାତୀୟ View All
ଜୁନ୍ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ
ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍...
ଆତଙ୍କବାଦୀ ହାଫିଜ୍ ସୟିଦ୍ଙ୍କ ଘର ପାଖରେ ବିସ୍ଫୋରଣ: ୧୦ ଆହତ
ଲାହୋର,୨୩।୬: ପାକିସ୍ତାନ ଲାହୋରର ଜୋହର ଟାଉନ ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ, ଆଖପାଖ ଘରର...
ଆଇଜାକ୍ ହର୍ଜୋଗ୍ ଇସ୍ରାଏଲ ରାଷ୍ଟ୍ରପତି
ଜେରୁଜେଲମ, ୩ା୬: ଇସ୍ରାଏଲରେ ବୁଧବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଅଭିଜ୍ଞ ରାଜନେତା ଆଇଜାକ୍ ହର୍ଜୋଗ୍ ବିଜୟୀ ହୋଇଛନ୍ତି। ଇସ୍ରାଏଲ ପାର୍ଲାମେଣ୍ଟ ‘ନେସେଟ୍’ରେ ୧୨୦ ଜଣ ସଦସ୍ୟ...
୧୮ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଲା…
କାବୁଲ,୧୫।୬: ଆଫଗାନିସ୍ତାନରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ହେଲମଣ୍ଡ୍ ପ୍ରଦେଶର ନହର-ଇ-ସାରାଜ ଏବଂ ନାଦ ଆଲି ଜିଲାରେ ହୋଇଥିବା ଆତଙ୍କବାଦ ବିରୋଧୀ ଅପରେଶନ୍ରେ...
ଆମେରିକାରୁ କରୋନା ଭୂତାଣୁ ଉତ୍ପତ୍ତି, କହିଲା ଚାଇନା…
ଓ୍ବାଶିଂଟନ/ବେଜିଂ,୧୭।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ଭୂତାଣୁର ଉତ୍ପତ୍ତି ନେଇ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି।...
କିମ୍ଙ୍କ ଶାସନରେ ଭୟଙ୍କର ଖାଦ୍ୟ ସଙ୍କଟ: ୩୦୦୦ ଟଙ୍କାରେ ବିକ୍ରି ହେଉଛି ୧ କିଗ୍ରା କଦଳୀ
ପ୍ୟୋଙ୍ଗୟାଙ୍ଗ,୧୮।୬: ବେଳକୁ ବେଳ ଉତ୍ତର କୋରିଆର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଏନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଥିବା ବେଳେ ଏବେ ଦେଶର ଶାସକ...
ଭାରତ ସୀମାରେ ଚାଇନାର ବୁଲେଟ ଟ୍ରେନ୍
ବେଜିଂ, ୨୫।୬: ଚାଇନା ପ୍ରଥମ ଥର ପାଇଁ ତିବ୍ବତକୁ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବୁଲେଟ ଟ୍ରେନ୍ ଚଳାଇଛି। ଏହି ଟ୍ରେନ୍ ପ୍ରାଦେଶିକ ରାଜଧାନୀ ଲାସାରୁ ଅରୁଣାଚଳକୁ ଲାଗିଥିବା...
ଏଲିଜାବେଥ୍ଙ୍କ ଜନ୍ମଦିନ ସମ୍ମାନ ତାଲିକାରେ ଭାରତୀୟ ବଂଶୋଦ୍ଭବ
ଲଣ୍ଡନ, ୧୩ା୬: କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଭାରତୀୟ ବଂଶୋଦ୍ଭବ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନାଁ ବ୍ରିଟେନ ମହାରାଣୀ ଏଲିଜାବେଥ୍ ୨ୟଙ୍କ ଜନ୍ମଦିନ ସମ୍ମାନ ତାଲିକାରେ...


