ନୂଆଦିଲ୍ଲୀ, ୩।୬ : ବିଭିନ୍ନ ଦେଶରେ କୋଭିଡ୍ ପରିଚାଳନାଗତ ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଲେଣି। ଇକୁଏଡର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ରୋଡଲ୍ଫ ଫାର୍ଫାନ ନିଯୁକ୍ତ ହେବାର ୩ ସପ୍ତାହ ପରେ ଗତ ମାର୍ଚ୍ଚରେ ଇସ୍ତଫା ଦେଇଥିଲେ। ଟିକାକରଣ ଅଭିଯାନରେ ତାଙ୍କ ବିରୋଧରେ ପ୍ରିୟାପ୍ରୀତି ତୋଷଣ ଅଭିଯୋଗ ହୋଇଥିଲା, ଯାହାର ତଦନ୍ତ ଜାରି ରହିଛି। ତାଙ୍କ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ଜୁଆନ୍ କାର୍ଲୋସ ଜେଭାଲୋସ୍ ମଧ୍ୟ ମାସେ ପୂର୍ବରୁ ଟିକାକରଣ ଅନିୟମିତତାକୁ ନେଇ ଇସ୍ତଫା ଦେଇଥିଲେ। କୋଭିଡ୍କୁ ନେଇ ଅତ୍ୟଧିକ ଚାପ ହେତୁ ଏପ୍ରିଲ ୧୩ରେ ଅଷ୍ଟ୍ରିଆ ସ୍ବାସ୍ଥ୍ୟମନ୍ତ୍ରୀ ରୁଡଲ୍ଫ ଆନ୍ସୋବର ଇସ୍ତଫା ଦେଇଥିଲେ। ଇରାକର ଏକ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୮୦ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ହାସନ ଅଲତାମିମି ଗତ ମେ’ ମାସରେ ଇସ୍ତଫା ଦେଇଥିଲେ। ଟିକାକରଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗରେ ଆର୍ଜେଣ୍ଟିନା ସ୍ବାସ୍ଥ୍ୟମନ୍ତ୍ରୀ ଗତ ଫେବୃୟାରୀରେ ଇସ୍ତଫା ଦେଇଥିଲେ। ସରକାରୀ ହସ୍ପିଟାଲରେ ୬ ରୋଗୀଙ୍କ ମୃତ୍ୟୁ ହେବାରୁ ମାର୍ଚ୍ଚ ମାସରେ ଜୋର୍ଡାନ ସ୍ବାସ୍ଥ୍ୟମନ୍ତ୍ରୀ ନାଜିର ଓବେଇଡାଟ୍ ପଦ ଛାଡ଼ିଥିଲେ। ପେରୁରେ ସାଧାରଣ ଜନତାଙ୍କୁ ଟିକା ମିଳିବା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଟିକା ନେବାକୁ ନେଇ ସମାଲୋଚନା ହେବାରୁ ସ୍ବାସ୍ଥ୍ୟମନ୍ତ୍ରୀ ଡ. ପିଲାର ମାଜେଟ୍ଟି ଇସ୍ତଫା ଦେଇଥିଲେ। ମହାମାରୀ ପରିଚଳାନାରେ ବିଫଳତା ଅଭିଯୋଗ ହେବାରୁ ସ୍ଲୋଭାକିଆ ସ୍ବାସ୍ଥ୍ୟମନ୍ତ୍ରୀ ମାରେକ୍ କ୍ରାଜି ପଦ ଛାଡ଼ିଥିଲେ। ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ବେପରୁଆ ମନୋଭାବ ଯୋଗୁ ମଙ୍ଗୋଲିଆରେ ଜଣେ ମହିଳା ଓ ତାଙ୍କ ନବଜାତ ଶିଶୁ କୋଭିଡ୍ରେ ପ୍ରାଣ ହରାଇବାରୁ ପ୍ରଧାନମନ୍ତ୍ରୀ ଖୁରେଲସୁଖ ଉଖ୍ନା କ୍ୟାବିନେଟ ସହ ଇସ୍ତଫା ଦେଇଥିଲେ।
Posted inଅନ୍ତର୍ଜାତୀୟ View All
ଭାକ୍ସିନ୍ର ୨ ଡୋଜ୍ ନେଇ ବି ସହରରେ ୪୦୦୦ ଜଣଙ୍କୁ କରୋନା…
ଓ୍ବାଶିଂଟନ,୨୩।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାକ୍ସିନ୍ ପ୍ରଦାନ କରାଯାଉଛି। ଆମେରିକାର ମାସାଚୁସେଟସ୍ ସହରରେ କରୋନା ଭାକ୍ସିନ୍ର ୨ ଡୋଜ୍ ନେବା ପରେ...
୧୬ ବର୍ଷର ଛାତ୍ରଙ୍କ ପ୍ରେମରେ ପାଗଳ ଶିକ୍ଷୟିତ୍ରୀ, ମାମଲା ପହଞ୍ଚିଲା କୋର୍ଟରେ, ଜାଣିଲେ…
ଓ୍ବାଶିଂଟନ,୨୫ା୬: ଆମେରିକାର ଟେକ୍ସାସରେ ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ପ୍ରେମରେ ପାଗଳ ହୋଇ ଶ୍ରେଣୀ ଶିକ୍ଷୟିତ୍ରୀ ହରଡ଼ଘଣାରେ ପଡ଼ିଛନ୍ତି। ଯେତେବେଳେ ଛାତ୍ର ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ...
ନେଫ୍ଟାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଜେରୁଜେଲମ୍, ୧୪।୬: ଇସ୍ରାଏଲକୁ ସର୍ବାଧିକ କାଳ ଶାସନ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଯୁଗର ଅବସାନ ହୋଇଛି। ଦୀର୍ଘଦିନ ଧରି ଅଚଳାବସ୍ଥା ଲାଗି ରହିବା ପରେ...
ସ୍ବିସ୍ ବ୍ୟାଙ୍କ୍ରେ ୨୦ ହଜାର କୋଟି ଟପିଲା ଭାରତୀୟଙ୍କ ଜମାରାଶି
ନୂଆଦିଲ୍ଲୀ,୧୭।୬: ସ୍ବିସ୍ ବ୍ୟାଙ୍କରେ ଗଚ୍ଛିତ ଥିବା ଭାରତୀୟଙ୍କ ଜମାରାଶି ୨୦୨୦ ବର୍ଷ ସୁଦ୍ଧା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ଦେଶର ବ୍ୟକ୍ତିବିଶେଷ ଓ...
ଏହି ଦେଶରେ ୫ ଲକ୍ଷ ଟପିଲା କୋଭିଡ୍ ମୃତ୍ୟୁ
ବ୍ରାସିଲିଆ,୨୦।୬: ବ୍ରାଜିଲ୍ରେ କରୋନାଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ସେଠାରେ ୨,୩୦୧ ଜଣଙ୍କ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁସଂଖ୍ୟା...
ଗଣତନ୍ତ୍ର ସପକ୍ଷରେ ମ୍ୟାନ୍ମାର ସୈନ୍ୟ
ନାପିତାଉ, ୧୩ା୬(ଆଇଏଏନ୍ଏସ୍): ମ୍ୟାନ୍ମାରରେ ଗଣତନ୍ତ୍ର ଫେରାଇ ଆଣିବାକୁ ସେନା ଶାସନ ବିରୋଧରେ ଫେବୃୟାରୀ ୧ରୁ ଲୋକେ ଆନ୍ଦୋଳନ ଜାରି ରଖିଥିବାବେଳେ ଏବେ ଧୀରେ ଧୀରେ ଏଥିରେ...
ଆମେରିକାରେ ୫୦% ଭାରତୀୟ ବୈଷମ୍ୟର ସମ୍ମୁଖୀନ
ଓ୍ବାଶିଂଟନ, ୧୧।୬:ଆମେରିକାରେ ଦ୍ୱିତୀୟ ସର୍ବାଧିକ ପ୍ରବାସୀ ଭାବେ ଜଣାଶୁଣା ଭାରତୀୟମାନେ ନିୟମିତ ଭାବେ ବୈଷମ୍ୟ ଓ ଧ୍ରୁବୀକରଣର ଶିକାର ହେଉଥିବା ଏକ ସର୍ଭେରୁ ଜଣାପଡ଼ିଛି। ୟୁଏସ୍ରେ...
ଜେନେଭାରେ ବାଇଡେନ୍-ପୁଟିନ୍ ସମିଟ୍
ଜେନେଭା, ୧୭।୬: ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘ ବର୍ଷ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେଭା ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରପତି ଜୋ ବାଇଡେନ୍...


