ନାପିତାଉ, ୧୩ା୬(ଆଇଏଏନ୍ଏସ୍): ମ୍ୟାନ୍ମାରରେ ଗଣତନ୍ତ୍ର ଫେରାଇ ଆଣିବାକୁ ସେନା ଶାସନ ବିରୋଧରେ ଫେବୃୟାରୀ ୧ରୁ ଲୋକେ ଆନ୍ଦୋଳନ ଜାରି ରଖିଥିବାବେଳେ ଏବେ ଧୀରେ ଧୀରେ ଏଥିରେ ସୈନିକଙ୍କ ଯୋଗଦାନ ବଢ଼ୁଛି। ଇଚ୍ଛା ବିରୋଧରେ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳିଚାଳନା କରିବା ନିର୍ଦ୍ଦେଶ ପାଳନ କରିବାକୁ ଚାହୁଁ ନ ଥିବା ଅନେକ ସୈନ୍ୟ ଏବେ ଲୋକଙ୍କ ସହ ସାମିଲ ହେଉଥିବା ଜଣାଯାଇଛି। ଥାନଖା ଗ୍ଲୋବାଲ ଆଲାଏନ୍ସ ସାମାଜିକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ଏକ ଅନ୍ଲାଇନ ଆଲୋଚନାରେ ଇଣ୍ଡୋ ଏସିଆନ୍ ନ୍ୟୁଜ୍ ସର୍ଭିସ୍(ଆଇଏଏନ୍ଏସ୍) ଭାଗ ନେଇଥିଲା। ପ୍ରାୟ ୮ ଶହରୁ ଊର୍ଦ୍ଧ୍ୱ ସୈନିକ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି। ଫଳରେ ସେଠାକାର ସେନା ୨ ଭାଗରେ ବିଭକ୍ତ ହୋଇଛନ୍ତି। ମ୍ୟାନ୍ମାରର ପ୍ରାୟ ୪ ଲକ୍ଷ ସେନା ମଧ୍ୟରୁ ୨୦ ପ୍ରତିଶତ ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିବା ସେନାର ପୂର୍ବତନ କ୍ୟାପ୍ଟେନ୍ ନାଇ ଥୁଣ୍ଟା କହିଛନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରୁ ପ୍ରାୟ ୮ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ସେନା କାର୍ଯ୍ୟାନୁଷ୍ଠାନରେ ମୃତ୍ୟୁ ଘଟିଲାଣି। ଏଭଳି ନରସଂହାରକୁ କେତେ ଜଣ ସେନା ଅଧିକାରୀ ମଧ୍ୟ ବିରୋଧ କରୁଥିବା ଜଣାପଡ଼ିଛି।
Posted inଅନ୍ତର୍ଜାତୀୟ View All
୩.୫ ଘଣ୍ଟାରେ ନ୍ୟୁୟର୍କରୁ ଲଣ୍ଡନ
ନ୍ୟୁୟର୍କ, ୫।୬: ଆମେରିକାର ନ୍ୟୁୟର୍କରୁ ବ୍ରିଟେନ ରାଜଧାନୀ ଲଣ୍ଡନକୁ ବିମାନରେ ଯାତ୍ରା କରିବାକୁ ହେଲେ ମାତ୍ର ୩.୫ ଘଣ୍ଟା ଲାଗିବ। ଏହି ଅନ୍ତର୍ଜାତୀୟ ଯାତ୍ରାକୁ ସୁଗମ...
ଶାରଳା ଆମେରିକାରେ ବିଚାରପତି
ଭାରତୀୟ ବଂଶୋଦ୍ଭବ ଶାରଳା ବିଦ୍ୟା ନାଗଲାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କନେକ୍ଟିକଟ୍ ରାଜ୍ୟରେ ବିଚାରପତି ନିଯୁକ୍ତ କରିଛନ୍ତି। ନାଗଲା ୨୦୧୭ରୁ କନେକ୍ଟିକଟ୍ ଜିଲାର ଆମେରିକା...
ଜିନ୍ସ୍ ପିନ୍ଧିଲେ-ବିଦେଶୀ ଫିଲ୍ମ ଦେଖିଲେ ମିଳିବ ମୃତ୍ୟୁଦଣ୍ଡ: ସରକାର …
ପୋୟାଙ୍ଗୟାଙ୍ଗ୍,୭।୬: ଏବେ ଜିନ୍ସ୍ ପିନ୍ଧିଲେ ଏବଂ ବିଦେଶୀ ଫିଲ୍ମ ଦେଖିଲେ ଉତ୍ତର କୋରିଆ ନାଗରିକଙ୍କ ଉପରେ କଡ଼ା ଦଣ୍ଡାଦେଶ କରାଯିବ। ଏନେଇ ଏକ ଛତ୍ରବାଦୀ ଶାସକ...
ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ଲାଗିଥିଲେ ଦମକଳବାହିନୀ-ପୋଲିସ: ହେଲେ ଶେଷରେ ଘଟିଲା ଏପରି
ଟୋକିଓ,୨୩।୬: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡ଼ିଯାଇଛି। ଜଣେ ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦମକଳ...
ଏଲିଅନ୍ ୫୦୦୦ ବର୍ଷ ଧରି ପୃଥିବୀ ଉପରେ ରଖିଛନ୍ତି କଡ଼ା ନଜର…
ଓ୍ବାଶିଂଟନ,୨୪।୬: ଗତ ୫୦୦୦ ବର୍ଷ ଧରି ଏଲିଅନ୍ ପୃଥିବୀ ଉପରେ ଟେଲିସ୍କୋପ୍ ଦ୍ୱାରା କଡ଼ା ନଜର ରଖିଛନ୍ତି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...
ଦୁର୍ଭିକ୍ଷ ଆଁରେ ଇଥିଓପିଆ
ଆଡିସ୍ ଆବାବା,୧୨ା୬: ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସରକାରୀ ବଳ ଓ ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ଟିଗ୍ରେ ଅଞ୍ଚଳ ପାଇଁ ବିପତ୍ତିକୁ ଡାକି ଆଣିଛି। ଫଳରେ...
ମାସ୍କ୍ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଜେରୁଜେଲମ୍,୨୪।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ବ୍ୟବଧାନରେ ହାତଧୋଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ...
ମୁଁ ଆଇନକୁ ମାନୁଥିବା ନାଗରିକ- ଚୋକ୍ସି
ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା...


