ଆଡିସ୍ ଆବାବା,୧୨ା୬: ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସରକାରୀ ବଳ ଓ ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ଟିଗ୍ରେ ଅଞ୍ଚଳ ପାଇଁ ବିପତ୍ତିକୁ ଡାକି ଆଣିଛି। ଫଳରେ ଉକ୍ତ ଅଞ୍ଚଳର ୩,୫୦,୦୦୦ ଜଣ ଦୁର୍ଭିକ୍ଷ ମୁହଁକୁ ଠେଲିହୋଇ ଯାଇଛନ୍ତି। ଜାତିସଂଘ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଯୁଦ୍ଧ ପ୍ରଭାବିତ ଇଥିଓପିଆକୁ ନେଇ ଚିନ୍ତା ବଢ଼ିଯାଇଛି।
ଟିଗ୍ରେ, ଆମ୍ହରା ଓ ଅଫାର୍ ସ୍ଥିତିକୁ ନେଇ ସମନ୍ବିତ ପର୍ଯ୍ୟାୟ ବର୍ଗୀକରଣ(ଆଇପିସି) ଫେଜ୍ ୫ ରିପୋର୍ଟକୁ ବିଶ୍ଳେଷଣ କରିବା ପରେ ଜାତିସଂଘର ହ୍ୟୁମାନିଟାରିଆନ୍ ମୁଖ୍ୟ ମାର୍କ ଲୋକକ୍ ଦୁର୍ଭିକ୍ଷ ବିଷୟରେ ଘୋଷଣା କରିଛନ୍ତି। ଏଥିଯୋଗୁ ମେ’ରୁ ଜୁନ୍ ମଧ୍ୟରେ ସାଢ଼େ ୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ଆଗକୁ ସ୍ଥିତି ଆହୁରି ବିଗିଡ଼ିପାରେ ବୋଲି ସେ ଚେତାଇ ଦେଇଛନ୍ତି। ଏହି ବିସ୍ତୃତ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିପନ୍ନ ହୋଇ ବିପତ୍ତି ସୃଷ୍ଟି ହୋଇଛି, ଯାହାକି ଆଗକୁ ଅନାହାର ଓ ମୃତ୍ୟୁର ବିଭୀଷିକାର କାରଣ ହେବ ବୋଲି ଆଇପିସି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଦୁର୍ଭିକ୍ଷର ନିର୍ଦ୍ଦିଷ୍ଟ ସଂଜ୍ଞା ଥିବାରୁ ଏହାକୁ ଦୁର୍ଭିକ୍ଷ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।
ଦେଶରେ ଦୁର୍ଭିକ୍ଷ ହୋଇଛି ବୋଲି ଘୋଷଣା କରିବା ଲାଗି ମୃତ୍ୟୁ ହାର, କୁପୋଷଣ ଓ କ୍ଷୁଧାକୁ ଆଧାର କରି ଅନୁଶୀଳନ କରାଯାଏ। ଅନୂ୍ୟନ ୨୦% ପରିବାର ଅତି ଖାଦ୍ୟ ସଙ୍କଟକୁ ସାମ୍ନା କଲେ, ସମ୍ପୃକ୍ତ ଦେଶର ୩୦% ଲୋକ କୁପୋଷଣର ଶିକାର ହେଲେ ଏବଂ ଦିନକୁ ପ୍ରତି ୧୦,୦୦୦ ଜଣରେ ମୃତ୍ୟୁସଂଖ୍ୟା ୨ରୁ ଅଧିକ ରହିଲେ ଦୁର୍ଭିକ୍ଷ ଘୋଷଣା କରାଯାଇଥାଏ। ଇଥିଓପିଆରେ ଦୁର୍ଭିକ୍ଷ ହୋଇଥିବା ଘୋଷଣା କରାଗଲେ ଜୀବନରକ୍ଷକ ସହାୟତା ପ୍ରଦାନ ଜରୁରୀ ହୋଇପଡ଼ିବ। ସହାୟତା ନିମନ୍ତେ ଏହା ବିଶ୍ୱ ସମୁଦାୟର ଧ୍ୟାନ ଆକର୍ଷଣ କରିବ। ୧୯୮୪ରେ ମରୁଡ଼ି ଓ ଯୁଦ୍ଧ ଯୋଗୁ ଟିଗ୍ରେ ତଥା ପଡ଼ୋଶୀ ଓଲୋ ପ୍ରଦେଶ ଦୁର୍ଭିକ୍ଷର କେନ୍ଦ୍ରସ୍ଥଳ ପାଲଟିଥିଲା। ସେତେବେଳେ ୬ ଲକ୍ଷରୁ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା।
Posted inଅନ୍ତର୍ଜାତୀୟ View All
ବ୍ରିଟେନରେ ଡେଲ୍ଟା ଭାରିଆଣ୍ଟ ଭୟ
ଲଣ୍ଡନ, ୧୬ା୬: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟ ଏବେ ଡେଲ୍ଟା ପ୍ଲସ୍ର ରୂପ ନେଇଛି। ଏହି ଷ୍ଟ୍ରେନ୍ ବ୍ରିଟେନରେ ଆତଙ୍କ...
ଜୁନ୍ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ
ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍...
ପୁଅ ବାହା ହେବାକୁ ମନା କରିବାରୁ ମା-ବାପା ନେଲେ ଏମିତି ଚରମ ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ତେହେରାନ,୯ା୬: ଇରାନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବୃଦ୍ଧ ଦମ୍ପତି ତାଙ୍କର ୪୭ ବର୍ଷୀୟ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ଜଣକ ଫିଲ୍ମନିର୍ମାତା...
ଲିନା ଏଫ୍ଟିସି ମୁଖ୍ୟ
ଫେସ୍ବୁକ୍, ଗୁଗଲ, ଆମାଜନ, ଆପଲ୍ ଭଳି ଟେକ୍ କମ୍ପାନୀଗୁଡ଼ିକର ପ୍ରମୁଖ ସମାଲୋଚିକା ତଥା ପାକିସ୍ତାନ ବଂଶୋଦ୍ଭବ ଲିନା ଖାନ୍(୩୨)ଙ୍କୁ ଆମେରିକା ଫେଡେରାଲ ଟ୍ରେଡ୍ କମିଶନ(ଏଫ୍ଟିସି)ର ମୁଖ୍ୟ...
ସାବଧାନ ! ସ୍ମାର୍ଟଫୋନ୍ରୁ ଶୀଘ୍ର ଡିଲିଟ୍ କରନ୍ତୁ ଏସବୁ ଆପ୍…
ଓ୍ବାଶିଂଟନ/ ନୂଆଦିଲ୍ଲୀ,୧୯।୬: ଗୁଗଲକୁ ପୁଣି ଥରେ ଜୋକର ଭାଇରସ୍ ଫେରିଛି। ଏହା ମୁଖ୍ୟତଃ ୮ଟି ଆଣ୍ଡ୍ରଏଡ୍ ଆପ୍କୁ ଟାର୍ଗେଟ୍ କରିଛି। ଏସବୁ ଆପ୍କୁ ଶୀଘ୍ର ନିଜ...
ପ୍ରବାସୀ ଖୋଜୁଛି ସବୁଠୁ ଖୁସି ଦେଶ
ହେଲ୍ସିଙ୍କି,୨୩ା୬: ଫିନ୍ଲାଣ୍ଡକୁ ବିଶ୍ୱର ସବୁଠୁ ଖୁସି ଦେଶ ଭାବେ ଅଭିହିତ କରାଯାଇଥାଏ। ‘ଓ୍ବାଲର୍ଡ ହାପିନେସ୍ ରିପୋର୍ଟ’ରେ ଲଗାତର ସର୍ବାଗ୍ରେ ରହୁଥିବା ଏହି ଦେଶରେ କାମ କରିବା...
ପରଲୋକରେ ଜାମ୍ବିଆର ପ୍ରଥମ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୮ା୬: ଜାମ୍ବିଆର ପ୍ରଥମ ରାଷ୍ଟ୍ରପତି କେନେଥ୍ କଉଣ୍ଡାଙ୍କ ପରଲୋକ ହୋଇଯାଇଛି। ଜାମ୍ବିଆ ରାଷ୍ଟ୍ରପତି ଏଡ୍ଗାର ଲୁଙ୍ଗା ଫେସ୍ବୁକ୍ରେ ଏହି ସୂଚନା ଦେଇଛନ୍ତି। ଆଫ୍ରିକୀୟ ସ୍ବାଧୀନତା ଆନ୍ଦୋଳନ...
୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା
ଲଣ୍ଡନ,୪।୬: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହି ସଙ୍କଟରୁ ଶୀଘ୍ର ମୁକୁଳିବା ପାଇଁ ସମଗ୍ର ଦେଶ ଟିକାକରଣକୁ ଗୁରୁତ୍ୱ ଦେଇ ଏହି ଅଭିଯାନକୁ...


