ମୁମ୍ବାଇ, ୧୨।୬: ପଶ୍ଚିମବଙ୍ଗରେ ଟିଏମ୍ସିକୁ ବିଜୟୀ କରାଇଥିବା ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) ଏନ୍ସିପି ନେତା ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଏନ୍ସିପି ମୁଖ୍ୟଙ୍କ ଘରେ ପ୍ରଶାନ୍ତ କିଶୋର ମଧ୍ୟାହ୍ନଭୋଜନ କରିବା ଘଟଣାରୁ ଏହା ତାଙ୍କର ମିଶନ ୨୦୨୪ ବା ପରବର୍ତ୍ତୀ ଜାତୀୟ ନିର୍ବାଚନ ପାଇଁ ପ୍ରସ୍ତୁତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ତେବେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ନିର୍ବାଚନ ବିଜୟ ପରେ ଏହା ଧନ୍ୟବାଦ ପ୍ରଦାନ ଲାଗି ଗସ୍ତ ବୋଲି ପ୍ରଶାନ୍ତଙ୍କ ଘନିଷ୍ଠ ସୂତ୍ରରୁ କୁହାଯାଇଛି। ଅନ୍ୟପକ୍ଷରେ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧୀ ମିଳିତ ଭାବେ ଚ୍ୟାଲେଞ୍ଜ କରିବା ପାଇଁ ଆଲୋଚନା ଆରମ୍ଭ ହୋଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳ ଆସିବା ପରେ ନିର୍ବାଚନ ରଣନୀତିକାର ପଦ ଛାଡ଼ିଦେବେ ବୋଲି ପ୍ରଶାନ୍ତ ଘୋଷଣା କରିଥିଲେ। ଦୀର୍ଘଦିନ ହେଲା ସେ ଯେଉଁ କାର୍ଯ୍ୟ କରିଆସୁଥିଲେ, ତାହା ଆଉ କରିବାକୁ ଚାହୁଁନାହାନ୍ତି। ଜୀବନରେ ଅନ୍ୟ କିଛି କରିବା ପାଇଁ ଏବେ ସମୟ ଆସିଛି। ଆଗକୁ କ’ଣ କରିବାକୁ ହେବ ସେ ଚିନ୍ତା କରିବେ ବୋଲି କହିଥିଲେ। ତେବେ ସେ ରାଜନୀତିରେ ବଡ଼ ଭୂମିକା ନେଇପାରନ୍ତି ବୋଲି ଅନେକେ ବିଶ୍ୱାସ କରୁଥିଲେ।
କୋଭିଡ୍ ମୃତ୍ୟୁ: ପରିବାରକୁ ମିଳିପାରେ ୪ ଲକ୍ଷ
ନୂଆଦିଲ୍ଲୀ, ୧୨।୬(ଆଇଏଏନ୍ଏସ୍): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି...
ଅଯୋଧ୍ୟା ଜମି ଦୁର୍ନୀତିର ତଦନ୍ତ ହେଉ
ନୂଆଦିଲ୍ଲୀ, ୨୧।୬: ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଏହାର ତଦନ୍ତ ଦାବି କରିଛି। ସତ୍ୟ ପଦାକୁ ଆଣିବାକୁ...
ଇସ୍ରୋ ଗୁପ୍ତଚର କେସ୍: ପୂର୍ବତନ ପୋଲିସ ଅଧିକାରୀଙ୍କ ନାଁରେ ମାମଲା
ଥିରୁଭାନନ୍ତପୁରମ,୨୫ା୬: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁପ୍ତଚର ମାମଲାରେ ସିବିଆଇ ଗୁରୁବାର ୧୮ ଜଣଙ୍କ ନାଁରେ ଥିରୁଭାନନ୍ତପୁରମ୍ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟରେ...
କଶ୍ମୀରକୁ ଫେରିବ କି ରାଜ୍ୟ ମାନ୍ୟତା
ନୂଆଦିଲ୍ଲୀ/ଶ୍ରୀନଗର,୨୧ା୬: ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ। ଉପଯୁକ୍ତ...
କରୋନାର ତୃତୀୟ ଲହରରେ କେମିତି ରହିବେ ସୁରକ୍ଷିତ: ଏମ୍ସ ପ୍ରଫେସର୍ ଦେଲେ ଟିପ୍ସ
ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରର ଗତି ବହୁତ ମନ୍ଥର ହୋଇଛି। ଗତ ଏକ ସପ୍ତାହ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷରୁ...
ଜନ୍ମମାଟିକୁ ଟ୍ରେନରେ ଆସିବେ ରାଷ୍ଟ୍ରପତି କୋବିନ୍ଦ
ଲକ୍ଷ୍ନୌ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକବ୍ରାର ଉତ୍ତରପ୍ରଦେଶର କାନପୁର ସ୍ଥିତ ନିଜ ଜନ୍ମସ୍ଥାନକୁ ଗସ୍ତ କରିବେ। ଆଉ ଏହି ଗସ୍ତ ସେ ରେଳଯାତ୍ରାରେ କରିବେ ବୋଲି...
୨୦୨୨ରେ ଭୋଟ୍ ପ୍ରଚାର କରିବ ରୋବୋ
ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...
ଡୋମିନିକାରେ ୮ ଜଣିଆ ଟିମ୍
ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ...


