ଥିରୁଭାନନ୍ତପୁରମ,୨୫ା୬: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁପ୍ତଚର ମାମଲାରେ ସିବିଆଇ ଗୁରୁବାର ୧୮ ଜଣଙ୍କ ନାଁରେ ଥିରୁଭାନନ୍ତପୁରମ୍ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟରେ ଏଫ୍ଆଇଆର ରୁଜୁ କରିଛି। ସେମାନଙ୍କ ମଧ୍ୟରେ କେରଳର ୨ ପୂର୍ବତନ ପୋଲିସ ଅଧିକାରୀ ରହିଛନ୍ତି। ସମ୍ପୃକ୍ତ ୨ ଅଧିକାରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିବା ଏବଂ ଜାଲ୍ ଦସ୍ତାବିଜ୍ ପ୍ରସ୍ତୁତ କରିବା ଅଭିଯୋଗ ରହିଛି। ଇସ୍ରୋ ବୈଜ୍ଞାନିକ ପଦ୍ମ ବିଭୂଷଣ ଏସ୍. ନମ୍ବିନାରାୟଣଙ୍କୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯିବା ପଛରେ ପୋଲିସ୍ ଅଧିକାରୀଙ୍କ ଷଡଯନ୍ତ୍ରର ତଦନ୍ତ ପାଇଁ ଗତ ବର୍ଷ ସୁପ୍ରିମକୋର୍ଟ ୩ ଜଣିଆ କମିଟି ଗଠନ କରିଥିଲେ। କମିଟି ରିପୋର୍ଟ ପରେ ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ଡିଜିପି ଆର୍. ବି. ଶ୍ରୀକୁମାରଙ୍କ ସମେତ ଏସ୍. ବିଜୟନ, ଥମ୍ପି ଏସ୍. ଦୁର୍ଗାଦତ୍ତ, କେ. କେ. ଜୋସୀ ପ୍ରମୁଖ ପୋଲିସ ଅଧିକାରୀ ରହିଛନ୍ତି। ଇସ୍ରୋର ତଥ୍ୟକୁ ନେଇ ଗୁପ୍ତଚରଗିରି କରିବା ମାମଲାରେ ୧୯୯୪ରେ ନମ୍ବିନାରାୟଣଙ୍କୁ ଗିରଫ କରାଯାଇଥିଲା। ୧୯୯୫ରେ ତାଙ୍କୁ ସିବିଆଇ ତାଙ୍କୁ ଛାଡ଼ିଥିଲା। ଏହାପରେ ସେ ଦୀର୍ଘଦିନରୁ ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ମିଥ୍ୟା ଅଭିଯୋଗରେ ଜେଲ ପଠାଯିବା ସହ ତାଙ୍କୁ ଅପମାନିତ କରାଯାଇଥିବାରୁ କେରଳ ସରକାରଙ୍କ ସମେତ ଅନ୍ୟାନ୍ୟ ଏଜେନ୍ସିରୁ ନମ୍ବିନାରାୟଣ ୧.୯୦ କୋଟି କ୍ଷତିପୂରଣ ରାଶି ପାଇଛନ୍ତି।
ରାଜ୍ୟପାଳଙ୍କୁ ‘ଅଙ୍କଲ ଜୀ’ କହିଲେ ଟିଏମ୍ସି ଏମ୍ପି
ନୂଆଦିଲ୍ଲୀ,୬।୬ : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଟୁଇଟ୍ କରି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଥିଲେ ରାଜ୍ୟପାଳ ଜଗଦୀପ ଧାଙ୍କର।...
ପୁଣି ବିପଦ ମାଡ଼ି ଆସୁଛି: ଭାରତରେ ମାରାତ୍ମକ ନୂଆ ଭାରିଆଣ୍ଟ୍ ଚିହ୍ନଟ…
ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ବିପଦ ଉପରେ ପୁଣି...
ଆଇସିୟୁରେ ଭର୍ତ୍ତି ହେଲେ ମିଲ୍ଖା ସିଂ: ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୪।୬: ଭାରତର ମହାନ ଧାବକ ମିଲ୍ଖା ସିଂଙ୍କୁ ଆଇସିୟୁ ଭର୍ତ୍ତି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇ ସ୍ବାସ୍ଥ୍ୟ...
ବାରମ୍ବାର କଟୁଥିଲା ବିଜୁଳି, ଯାଞ୍ଚ ପାଇଁ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଆଉ ତା’ ପରେ…
ଭୋପାଳ,୧୯ା୬: ଗ୍ବାଲିୟରରେ ବାରମ୍ବାର ବିଜୁଳି କଟୁଥିବାରୁ ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର ଯାଞ୍ଚ କରିବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଥିଲେ। ଶିଡ଼ି ସାହାଯ୍ୟରେ ଖୁଣ୍ଟରେ ଚଢ଼ି...
ଇନ୍ଦୋରରେ ଗ୍ରୀନ୍ ଫଙ୍ଗସ୍
ଇନ୍ଦୋର,୧୬।୬: କରୋନା ସଂକ୍ରମଣରୁ ଠିକ୍ ହେବା ପରେ ବ୍ୟକ୍ତିଙ୍କ ନିକଟରେ ଏବେ ବ୍ଲାକ୍, ହ୍ବାଇଟ ଓ ୟେଲୋ ଫଙ୍ଗସ୍ ପରେ ଏବେ ଗ୍ରୀନ୍ ପଙ୍ଗସ୍ ଲକ୍ଷଣ...
ଟୁଇଟର୍କୁ ଆଉ ମିଳିବନି ଆଇନଗତ ସୁରକ୍ଷା…
ନୂଆଦିଲ୍ଲୀ,୧୬।୬: ଭାରତରେ ଏଣକି ଟୁଇଟର୍କୁ ଆଉ ଆଇନଗତ ସୁରକ୍ଷା ମିଳିବନି। ନୂଆ ଆଇଟି ଆଇନର ପାଳନ ନ କରିବାକୁ ଭାରତ ସରକାର ଉପଲବ୍ଧ ଆଇନଗତ ସୁରକ୍ଷା...
୫ ଥର ବିବାହ କରି ବି ୩୨ ଯୁବତୀଙ୍କ ସହ ଚାଲିଥିଲା ଚାଟ୍, ଏମିତି ପଡ଼ିଲେ ଧରା, ଆଉ ତା’ ପରେ…
ଲକ୍ଷ୍ନୌ,୧୯ା୬: ଉତ୍ତରପ୍ରଦେଶ କାନପୁରର ଜଣେ ଭଣ୍ଡ ବାବାଙ୍କ କଳାକାରନାମା ଏବେ ପଦାରେ ପଡ଼ିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କଥିତ ଭଣ୍ଡ ବାବା ସୋସିଆଲ ମିଡିଆ...
ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା
କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...


