ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ବିପଦ ଉପରେ ପୁଣି ବିପଦ ମାଡ଼ି ଆସୁଛି। ଭାରତରେ ଆଲ୍ଫା, ବିଟା, ଗାମା ଏବଂ ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ କରୋନା ଭୂତାଣୁର ନୂଆ ମାରାତ୍ମକ ଭାରିଆଣ୍ଟ୍ ଚିହ୍ନଟ କରାଯାଇଛି। ଏହାକୁ ବି-୧-୧-୨୮-୨ ଭାରିଆଣ୍ଟ୍ ଭାବେ ନାମିତ କରାଯାଇଛି। ଏହାର ସଂକ୍ରମଣ ହେବାର ୭ ଦିନ ମଧ୍ୟରେ ଶରୀରରେ ପ୍ରଭାବ ପ୍ରକାଶ ପାଇବା ଆରମ୍ଭ କରିଥାଏ। ଆକ୍ରାନ୍ତଙ୍କ ଶରୀର ଓଜନ ଅଚାନକ ଭାବେ କମିବା ଆରମ୍ଭ କରିଥାଏ। ପରବର୍ତ୍ତୀ ସମୟରେ ଏହି ଭାରିଆଣ୍ଟ୍ ଶରୀରର ଏକାଧିକ ଅଙ୍ଗକୁ ଅକାମୀ କରିଥାଏ। ଏହି ଭାରିଆଣ୍ଟ୍ ପ୍ରଥମେ ବ୍ରାଜିଲ୍ରେ ଚିହ୍ନଟ ହୋଇଥିଲା। ଭାରତକୁ ବ୍ରାଜିଲ୍ରୁ ଗୋଟିଏ ଭାରିଆଣ୍ଟ୍ ଭାରତ ଆସିଥିବା ପୂର୍ବରୁ କୁହାଯାଇଥିଲା। ତେବେ ଏହି ନୂଆ ବି-୧-୧-୨୮-୨ ଭାରିଆଣ୍ଟ୍ ମଧ୍ୟ ଭାରତକୁ ଆସିସାରିଛି ବୋଲି ବିଶେଷଜ୍ଞ କହିଛନ୍ତି। ଏହି ଭାରିଆଣ୍ଟ୍କୁ ସିରିଆର ହେମଷ୍ଟର ପ୍ରଜାତିର ୯ଟି ମୂଷାଙ୍କଠାରେ କରାଯାଇଥିଲା। ଜଣାପଡ଼ିଥିଲା ସଂକ୍ରମଣ ହେବାର ୭ ଦିନ ମଧ୍ୟରେ ଆକ୍ରାନ୍ତ ମୂଷାଙ୍କ ଶରୀର ଓଜନ କମିବାରେ ଲାଗିଥିଲା। ଏହା ସହିତ ଆକ୍ରାନ୍ତ ମୂଷାଙ୍କ ଫୁସ୍ଫୁସ୍ ସଂକ୍ରମିତ ହେବା ସହିତ ଶରୀରରେ ଆଣ୍ଟିବଡ଼ି ପରିମାଣ କମିବାରେ ଲାଗିଥିଲା। ଭାରତରେ ବି-୧-୧-୨୮-୨ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହା ବ୍ୟାପିବାର ଆଶଙ୍କା ମଧ୍ୟ ଥିବା ରିପୋର୍ଟରେ ପ୍ରକାଶ ପାଇଛି।
Posted inକରୋନା ଭାଇରସ୍, ଜାତୀୟ View All
୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩
ନୂଆଦିଲ୍ଲୀ, ୧୦।୬(ପି.ଟି.): ବିଶ୍ୱର ୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩ଟି ସ୍ଥାନ ପାଇଛି। ବୁଧବାର ପ୍ରକାଶିତ କ୍ୟୁଏସ୍ ଓ୍ବାଲର୍ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସରେ ଇଣ୍ଡିଆନ ଇନ୍ଷ୍ଟଚ୍ୟୁଟ୍...
୮୧ ଦିନ ପରେ ୬୦ ହଜାର ତଳକୁ ଖସିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୧ ଦିନ ପରେ ଦେଶରେ ନୂଆ...
ମାଆବାପା ପଜିଟିଭ୍ ହେଲେ କର୍ମଚାରୀଙ୍କୁ ୧୫ ଦିନ ସ୍ବତନ୍ତ୍ର ଛୁଟି
ନୂଆଦିଲ୍ଲୀ, ୧୦।୬(ପି.ଟି.): କୌଣସି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କର ମାଆବାପା, କିମ୍ବା ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟ ଯଦି କୋଭିଡ୍ ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ...
ମୋଦି ସରକାରଙ୍କୁ ୩୫ ହଜାର କୋଟିର ହିସାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨।୬: କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ବୁଧବାର ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ଟିକାକରଣ ପାଇଁ ବଜେଟ୍ରେ ୩୫ ହଜାର କୋଟି ଟଙ୍କା ଆଗତ...
୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀରେ ଆଧୁନିକ ବଙ୍ଗଳା: ମାସକୁ ଭଡ଼ା ୫ ହଜାରରୁ କମ୍…
ନୂଆଦିଲ୍ଲୀ,୮।୬: ଦେଶର ୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ରାଜଧାନୀ ଦିଲ୍ଲୀର ଲୁଟିୟେନ୍ସ୍ ଜୋନ୍ରେ ଆଧୁନିକ ବଙ୍ଗଳା ଯୋଗାଇ ଦିଆଯାଇଛି।...
ତଥ୍ୟ ଦେଲେ ୮୦୦ ଓଟିଟି ପ୍ଲାଟଫର୍ମ
ନୂଆଦିଲ୍ଲୀ, ୧୪।୬: ଭିଡିଓ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ନେଟ୍ଫ୍ଲିକ୍ସ, ହଟ୍ଷ୍ଟାର ଭଳି ୮୦୦ରୁ ଊର୍ଦ୍ଧ୍ୱ ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ୍...
ସହାୟତାର ହାତ ବଢ଼ାଇଲା ଶତ୍ରୁ…
ଜେରୁଜେଲମ୍୍,୧୯।୬: କରୋନା ସଙ୍କଟରେ ଭେଦଭାବ ଭୁଲି ଜଣେ ଶତ୍ରୁ ଅନ୍ୟ ଜଣଙ୍କୁ ସହାୟତାର ହାତ ବଢ଼ାଇଛି। ପାଲେଷ୍ଟାଇନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଦୀର୍ଘଦିନ ଧରି ଲଢ଼େଇ...
‘ଜୟ ଶ୍ରୀ ରାମ’ ନ କହିବାରୁ ମାଡ଼ ଘଟଣା, ମିଛ କହୁଛି ୟୁପି ପୋଲିସ
ନୂଆଦିଲ୍ଲୀ,୧୬।୬: ‘ଜୟଶ୍ରୀ ରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଘଟଣା ବୁଧବାର ନୂଆ ମୋଡ଼ ନେଇଛି। ଟୁଇଟର ଓ ଜର୍ନାଲିଷ୍ଟ, କଂଗ୍ରେସ ନେତାଙ୍କ...


