ଭୁବନେଶ୍ୱର,୫।୬(ବ୍ୟୁରୋ): ପ୍ରତିବର୍ଷ ୫ ଜୁନ୍ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି । ଏହି ଦିବସରେ ସମଗ୍ର ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ପରିବେଶ ସମସ୍ୟା ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ। ଓଡ଼ିଶାରେ ମଧ୍ୟ ସେମିନାର, ୱେବିନାର୍, ପ୍ରତିଯୋଗିତା, ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଜ୍ୟରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଆଗ୍ରହ ସୃଷ୍ଟି କରିବାକୁ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଏବଂ ସଂଗଠନକୁ ଉତ୍ସାହିତ କରାଯାଉଛି। ପ୍ରତ୍ୟେକ ବ୍ଲକ୍ରେ ପ୍ରକୃତିମିତ୍ର ଏବଂ ପ୍ରକୃତିବନ୍ଧୁ ପୁରସ୍କାର ଭାବରେ ମାନପତ୍ର ସହିତ ଯଥାକ୍ରମେ ୨୦,୦୦୦ ଏବଂ ୧୦,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଉଛି। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ୧୫୫ ପ୍ରକୃତିମିତ୍ର ଏବଂ ୧୬୮ ପ୍ରକୃତିବନ୍ଧୁଙ୍କୁ ପୁରସ୍କୃତ କରାଯିବ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବିଶ୍ୱ ପରିବେଶ ଦିବସ-୨୦୨୧ର ବିଷୟବସ୍ତୁ ହେଉଛି ‘ଇକୋସିଷ୍ଟମ୍ର ପୁନରୁଦ୍ଧାର’ ା ରାଜ୍ୟ ବାରମ୍ବାର ବାତ୍ୟା ଓ ବନ୍ୟାର ସମ୍ମୁଖୀନ ହେଉଛି, ଯାହା ଆମ ଇକୋସିଷ୍ଟମ୍କୁ ନଷ୍ଟ କରିଥାଏ। ଏହି ପ୍ରାକୃତିକ ଘଟଣାଗୁଡ଼ିକରୁ ଆମେ ଅନେକ ଜିନିଷ ଶିଖିଛୁ । ପ୍ରଭାବ ହ୍ରାସ କରିବାକୁ ପ୍ରସ୍ତୁତି ପ୍ରଣାଳୀ ଓ ମୁକାବିଲାକୁ ମଜଭୁତ କରିଛୁ । ଉପଯୁକ୍ତ ପରିଚାଳନା ହେତୁ ଅନେକ ଜୀବନ ରକ୍ଷା ହୋଇପାରୁଛି। ଯେଉଁଥିପାଇଁ ଓଡ଼ିଶା ବିଶ୍ୱରେ ଏକ ଉଦାହରଣ ପାଲଟିଛି ବେଲି ମନ୍ତ୍ରୀ କହିଛନ୍ତି। ଇକୋଟୁରିଜମ୍ ସ୍ଥାନଗୁଡ଼ିକର ବିକାଶ କରି ବୃହତ୍ ପଦକ୍ଷେପ ନିଆଯାଇଛି । ପ୍ରକୃତିବନ୍ଧୁ ଓ ପ୍ରକୃତିମିତ୍ରଙ୍କର ପରିବେଶ ସୁରକ୍ଷା ଦିଗରେ ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଛି ବୋଲି ମନ୍ତ୍ରୀ ଆରୁଖ କହିଛନ୍ତି।
ହ୍ରାସ ପାଉଛି ସବୁଜ ହୀରା ସଂଗ୍ରହ
ଆଠମଲ୍ଲିକ,୪ା୬(ଡି.ଏନ.ଏ.) ସବୁଜ ହୀରା ବା କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ପ୍ରତିବର୍ଷ ସରକାର କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି। ଏଥିପାଇଁ ସେମାନଙ୍କୁ କେରି ହିସାବରେ ଅର୍ଥ ପ୍ରଦାନ ସହ...
ସହର, ଗ୍ରାମାଞ୍ଚଳରେ ହେବ ବର୍ଜ୍ୟବସ୍ତୁ ପରିଚାଳନା
ଭୁବନେଶ୍ୱର, ୧ା୬(ବ୍ୟୁରୋ): ପୌରସଂସ୍ଥା ଏବଂ ଗ୍ରାମପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା ସହିତ ପୌରସଂସ୍ଥାଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକ ଭିତ୍ତିଭୂମି ବ୍ୟବହାର କରି...
ପାଣି ପିଇ ହେଉନି, ଖାଦ୍ୟ ରୁଚୁନି: ଲୁଣିପାଣି କବଳରେ ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ
ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୬।୬: ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ମାଟି ଅଳ୍ପ ଖୋଳିଲେ ବାହାରୁଛି ଲୁଣି ପାଣି। ସେହି ପାଣି...
ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ
କଟକ ଅଫିସ,୧୨।୬: ଝାରପଡ଼ା ଜେଲ୍ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ...
ସ୍ନାନବେଦୀରେ ମହାବାହୁଙ୍କ ମହାସ୍ନାନ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ୧୦୭ ସୁବାସିତ ଗରା...
ବାତ୍ୟା ପରେ କାଦୁଅଫିଙ୍ଗା
ଭୁବନେଶ୍ୱର,୪।୬(ବ୍ୟୁରୋ): ବାତ୍ୟା ‘ୟାସ୍’ ପରିଚାଳନାକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ବାତ୍ୟା ପରିଚାଳନା ସରକାରଙ୍କ ପ୍ରଚାର ସର୍ବସ୍ବ...
ଆର୍ପିଡିଏସିକୁ ଡର
ଯାଜପୁର ଅଫିସ,୫।୬:ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍ପିଡିଏସି) ବୈଠକ...
ଭିଡ଼ିଓ ଭାଇରାଲ ହେବାପରେ ଧରାପଡିଲେ ଇତିହାସ ଅଧ୍ୟାପକ
ବାଲେଶ୍ୱର ଅଫିସ,୨୬।୬: ବାଲେଶ୍ୱର ସହର ଆଇଟିଆଇସ୍ଥିତ ଆର୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ...


