ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍ ରାଶନକାର୍ଡ ଜରିଆରେ ପ୍ରାୟ ୨୦୦ କୋଟି ଟଙ୍କାର ଖାଉଟି ସାମଗ୍ରୀ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ଏହିମର୍ମରେ ଲୋକାୟୁକ୍ତଙ୍କଠାରେ ଏକ ମାମଲା (ଏଲୱାଇ-୧୨୩/୨୦୨୧) ରୁଜୁ ହୋଇଛି। ଉକ୍ତ ମାମଲାକୁ ଆଧାର କରି ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ୨୨ା୪ା୨୦୨୧ରେ ଦେଇଥିବା ନିର୍ଦ୍ଦେଶକୁ ଏଯାଏ ରାଜ୍ୟ ଯୋଗାଣ ନିଗମ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କାର୍ଯ୍ୟକାରୀ କରିପାରିନାହିଁ। ଯୋଗାଣ ନିଗମର ମ୍ୟାନେଜର(ଆଇନ)ଙ୍କ ଦ୍ୱାରା ଜିଲା ଯୋଗାଣ ଅଧିକାରୀମାନଙ୍କୁ ୫ଥର ଉକ୍ତ ମାମଲା ଉପରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଉତ୍ତର ମିଳିନାହିଁ। ଏହିକ୍ରମରେ ଯୋଗାଣ ନିଗମର ମ୍ୟାନେଜର ତାଙ୍କ ପତ୍ରସଂଖ୍ୟା ୮୨୫୨/୧୮ା୬ା୨୦୨୧ରେ ବୌଦ୍ଧ, ଅନୁଗୋଳ, ଜଗତସିଂହପୁର ଓ ସୁନ୍ଦରଗଡ଼ ବ୍ୟତୀତ ଅନ୍ୟ କୌଣସି ଜିଲା ଯୋଗାଣ ଅଧିକାରୀଙ୍କଠାରୁ ରିପୋର୍ଟ ପାଇନାହାନ୍ତି ବୋଲି ତାଙ୍କ ପତ୍ରରେ ଦର୍ଶାଇଛନ୍ତି।
ଲୋକାୟୁକ୍ତଙ୍କଠାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଲକ୍ଡାଉନ ସମୟରେ ଏନ୍ଏଫ୍ଏସ୍ଏ ଓ ଏସ୍ଏଫ୍ଏସ୍ଏ ଅଧୀନରେ ରାଜ୍ୟ ସରକାର ସମସ୍ତ ଜିଲାର ପ୍ରାୟ ୯୫ ଲକ୍ଷ ପରିବାରକୁ ଚାଉଳ/ଗହମ ମୁଣ୍ଡପିଛା ୫ କେଜି ଏବଂ କିରୋସିନ ରାଶନ କାର୍ଡ ପିଛା ୨ ଲିଟର ଲେଖାଏ ବଣ୍ଟନ କରିଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ)ରେ ୨୦୨୦ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ମାଗଣାରେ ହିତାଧିକାରୀଙ୍କ ମୁଣ୍ଡପିଛା ୫ କେଜି ଚାଉଳ/ଗହମ ପ୍ରଦାନ କରାଯାଇଥିଲା। ୬ା୪ା୨୦୨୦ରେ ମୁଖ୍ୟମନ୍ତ୍ରୀ ରାଶନ କାର୍ଡ ପିଛା ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିଲେ। ତଦନୁସାରେ ରାଜ୍ୟ ସରକାର ୯୫ ଲକ୍ଷ ରାଶନକାର୍ଡଧାରୀଙ୍କ ପାଇଁ ୯୫୫ କୋଟି ଟଙ୍କା ପ୍ରଦାନ କରିଥିଲେ। ହେଲେ ଲକ୍ଡାଉନ କଟକଣା ଥିବାରୁ ହିତାଧିକାରୀଙ୍କ ଘରେ ସେହି ଅର୍ଥ (୧୦୦୦ ଟଙ୍କା) ପହଞ୍ଚାଇବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏ ସଂକ୍ରାନ୍ତରେ ସୂଚନା ଅଧିକାର ଆଇନ ବଳରେ ପ୍ରତି ଜିଲାରେ ପ୍ରଦାନ କରାଯାଇଥିବା ସେହି ସହାୟତା ରାଶି ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ତଥ୍ୟ ଅନୁଯାୟୀ, ସରକାର ପ୍ରଦାନ କରିଥିବା ସହାୟତା ରାଶି ମଧ୍ୟରୁ ୨୦ କୋଟି ୫୬ ଲକ୍ଷ ୩୮ ହଜାର ୪୩୬ ଟଙ୍କା ସରକାରଙ୍କୁ ଫେରାଇ ଦିଆଯାଇଥିଲା। ହିତାଧିକାରୀ ନ ମିଳିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅର୍ଥାତ୍ ୨ ଲକ୍ଷ ୫ ହଜାର ୬୩୮ ଜଣ ହିତାଧିକାରୀଙ୍କ ସନ୍ଧାନ ମିଳି ପାରି ନ ଥିଲା। ଅନୁସନ୍ଧାନରୁ ଜଣା ପଡିଥିଲା ଯେ, ଏହି ୨,୦୫,୬୩୮ ବ୍ୟକ୍ତିଙ୍କ ନାମରେ ଜାଲ ରାଶନକାର୍ଡ ତିଆରି କରାଯାଇ ଏନ୍ଏଫ୍ଏସ୍ଏ ଓ ଏସ୍ଏଫ୍ଏସ୍ଏ ଖାଉଟି ସାମଗ୍ରୀ ବିଭାଗୀୟ ଅଧିକାରୀ ଓ ଡିଲରଙ୍କ ଦ୍ୱାରା ବାଟମାରଣା କରାଯାଉଛି। ଯଦି ଟଙ୍କା ଦିଆଯାଇପାରିଲା ନାହିଁ ତେବେ କିପରି ଏନ୍ଏଫ୍ଏସ୍ଏ ଓ ଏସ୍ଏଫ୍ଏସ୍ଏ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ସେହି ସମୟରେ ବଣ୍ଟନ କରାଗଲା। ତେଣୁ ପ୍ରାୟ ୨୦୦ କୋଟି ଟଙ୍କାର ଖାଉଟି ସାମଗ୍ରୀ କାହିଁକି ଫେରସ୍ତ କରାଗଲା ନାହିଁ ବୋଲି ଲୋକାୟୁକ୍ତଙ୍କଠାରେ ଅଭିଯୋଗ ହୋଇଥିଲା। ଯାଜପୁର ଜିଲାକୁ ୪୦,୫୮,୧୨,୨୯୦ ଟଙ୍କା ସହାୟତା ରାଶି ଦିଆଯାଇଥିଲା। ସେଥିରୁ ୮ା୨ା୨୦୨୧ ପର୍ଯ୍ୟନ୍ତ ୩୯, ୬୩, ୧୦,୦୦୦ ଟଙ୍କାର ବିନିଯୋଗ ପତ୍ର ଦାଖଲ କରାଯାଇଛି। ବାକି ୯୫, ୦୨,୨୯୦ ଟଙ୍କା ଫେରାଇ ଦିଆଯାଇଛି। ଏଥିରୁ ଯାଜପୁରରେ ୯,୫୦୦ ଜାଲ ରାଶନ କାର୍ଡ ରହିଥିବା ଅନୁମାନ କରାଯାଉଛି। ସେହିପରି ଗଞ୍ଜାମରେ ପ୍ରାୟ ୨୯ ହଜାର, ବଲାଙ୍ଗୀରରେ ୧୩ ହଜାର, ଖୋର୍ଦ୍ଧାରେ ୨୦ ହଜାର ଜାଲକାର୍ଡ ରହିଥିବା ଅନୁମାନ କରାଯାଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଯାଜପୁର, ରାଜ୍ୟ View All
ଓଜେଇଇ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସ୍ଥଗିତ କରାଯାଇଛି। ଏହି ପରୀକ୍ଷା ସମ୍ଭବତଃ ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର...
‘ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରୁହ’
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି...
୨୦୨୨ରେ ଭୋଟ୍ ପ୍ରଚାର କରିବ ରୋବୋ
ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...
ଆବର୍ଜନାକୁ ନେଇ ବଢ଼ୁଛି ଆପତ୍ତି
ଅନୁଗୋଳ ଅଫିସ, ୧୧ା୬ ନୂଆ ଠିକା ସଂସ୍ଥା ସଫେଇ ଦାୟିତ୍ୱ ନେବା ପରେ ଅନୁଗୋଳ ସହରର ଆବର୍ଜନା ସମସ୍ୟା ଦୂର ହୋଇଯିବ ବୋଲି ଅନେକେ ଆଶା...
ଖୁସି ଖବର, ହ୍ରାସ ପାଇବ ତୃତୀୟ ଲହରର ତାଣ୍ଡବ , ଏମ୍ସ୍ ପକ୍ଷରୁ ସୂଚନା…
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ଭୂତାଣୁ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଦିଲ୍ଲୀରୁ ଖୁସି ଖବର ମିଳିଛି। କରୋନାର ଦ୍ୱିତୀୟ ଲହର ଦ୍ୱାରା ଦେଶରେ...
୩୦ ଗାଁର ପିଲାଙ୍କ ପାଠପଢାରେ ବାଧକ ସାଜିଛି ନେଟଓ୍ବର୍କ
ଲାଠୋର,୨୪।୬: ବଲାଙ୍ଗୀର ଜିଲା କରୋନା ମହାମାରୀ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସରକାର ଜୁନ ୨୧ତାରିଖରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅନଲାଇନରେ...
ଭୁବନେଶ୍ୱରରେ ୪୫୯ ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ୱର,୧୦।୬: ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ। ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩୫...
ଏମ୍କେସିଜି କୋଭିଡ୍ ହସ୍ପିଟାଲ-୧ ବନ୍ଦ
ଛତ୍ରପୁର,୨୧।୬: ଗଞ୍ଜାମ ଜିଲାର ଯେଉଁ କୋଭିଡ୍ ଚିକିତ୍ସା କେନ୍ଦ୍ରରେ କୌଣସି ରୋଗୀ ନାହାନ୍ତି ସେଗୁଡିକ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...


