ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ‘ଡେଲ୍ଟା ପ୍ଲସ୍’ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଲାଣି। ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ଡେଲ୍ଟା ପ୍ଳସ୍ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ସଜାଗ ରହିଥିବା କହିଛନ୍ତି ଡିଏମ୍ଇଟି ଡା. ସିବିକେ ମହାନ୍ତି। ଏହି ଭାରିଆଣ୍ଟର ସଂକ୍ରମଣ ଓ ଗୁରୁତର ଅସୁସ୍ଥ କରିବାର କ୍ଷମତା ଏବଂ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ଏପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି, ଆସନ୍ତା ୪ରୁ ୬ ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯଦି ଏହି ସମୟ ମଧ୍ୟରେ ଡେଲ୍ଟା ପ୍ଳସ୍ ସଂକ୍ରମଣ ବଢ଼ିଲେ ତୃତୀୟ ଲହର ଆଗୁଆ ଆସିପାରେ। ଏ ନେଇ ଭୁବନେଶ୍ୱର ଏମ୍ସ ପୂର୍ବତନ ନିର୍ଦ୍ଦେଶ ଡା. ଅଶୋକ ମହାପାତ୍ର କହିଛନ୍ତି ଯେ, ଏହି ଭାରିଆଣ୍ଟର ଆକ୍ରାନ୍ତ ବହୁ କମ୍। ତେଣୁ ଏହା ସମ୍ପର୍କରେ ଅଧିକ ତଥ୍ୟ ନାହିଁ। ତେବେ ପ୍ରଚଳିତ ଟିକା ‘ଡେଲ୍ଟା’ ଭ୍ୟାରିଆଣ୍ଟ ବିରୋଧରେ କାମ କରୁଥିବାରୁ ‘ଡେଲ୍ଟା ପ୍ଳସ୍’ ବିରୋଧରେ ମଧ୍ୟ କାମ କରିବ ବୋଲି ଆଶା କରାଯାଉଛି।
ପୁଅର ମୃତଦେହ ଛୁଇଁଲେନି ବାପା
ବୌଦ୍ଧ,୨୧।୬: ପୁଅର ମୃତ୍ୟୁ ପରେ ବାପା ମୃତଦେହ ଛୁଇଁଲେନି କି ସଂସ୍କାର ପାଇଁ ନେଲେନାହିଁ। ଫଳରେ ପୁତ୍ରବଧୂ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୁଝାଶୁଝା କରିବାରୁ...
ଜୁଲାଇ ୨୫ ପର୍ଯ୍ୟନ୍ତ ମିଳିବ ନାହିଁ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୧୬।୬: ପୁରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ଜୁନ ୧୭ ପର୍ଯ୍ୟନ୍ତ...
ତାରାପ୍ରସାଦ ବାହିନୀପତି ଅସୁସ୍ଥ
ଭୁବନେଶ୍ୱର,୬ା୬(ବ୍ୟୁରୋ): ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ...
ଦିନକୁ ୧ କୋଟିଙ୍କୁ ଟିକା ଦିଅ: କଂଗ୍ରେସ
ଭୁବନେଶ୍ୱର,୫।୬(ବ୍ୟୁରୋ): ନିଃଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ୧ କୋଟି ଭାରତୀୟଙ୍କୁ ଟିକା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ...
କରୋନା ତୃତୀୟ ଲହର ଚିନ୍ତା: ପ୍ରଭାବିତ ହୋଇପାରନ୍ତି ଶିଶୁ; ପୂର୍ବରୁ ପ୍ରସ୍ତୁତ ରହିବା ଉପରେ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁତ୍ୱ
ଭୁବନେଶ୍ୱର,୮।୬(ବ୍ୟୁରୋ): ଦ୍ୱିତୀୟ ଲହର ପରେ ଏବେ କରୋନାର ତୃତୀୟ ଲହର ଚିନ୍ତା। ଏସବୁ ମଧ୍ୟରେ ମଙ୍ଗଳବାର ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ପର୍କରେ ଭିଡିଓ କନ୍ଫେରେନ୍ସି ଜରିଆରେ...
ମାଷ୍ଟରକ୍ୟାଣ୍ଟିନ୍ ଛକରୁ ସ୍ଥାନାନ୍ତର ହେବ ଘୋଡ଼ା ମୂର୍ତ୍ତି
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ହେବ। ଏହା ରାଜଭବନ ଛକକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ...
ଆଗକୁ ବିପଦ କୋଭିଡ୍ ଆବର୍ଜନା
ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ),୧୪ା୬: ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବାବେଳେ କୋଭିଡ୍ ରୋଗୀଙ୍କ ଚିକିତ୍ସାରୁ ବାହାରୁଥିବା ବ୍ୟବହୃତ ଡାକ୍ତରୀ ଉପକରଣର ଗଦା ଗଦା ଆବର୍ଜନା...
ପାଠକ ବାପାପୁଅଙ୍କୁ ମିଳିଲା ଜାମିନ: ହେଲେ ବାହାରିପାରିବେନି ଜେଲ୍ରୁ
ଭୁବନେଶ୍ୱର, ୯।୬(ବ୍ୟୁରୋ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ପାଠକ ବାପାପୁଅ ଗତ ବର୍ଷ ଗିରଫ ହୋଇଥିଲେ। ତେବେ ବୁଧବାର ତାଙ୍କୁ ସାମାନ୍ୟ...


