ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ),୧୪ା୬: ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବାବେଳେ କୋଭିଡ୍ ରୋଗୀଙ୍କ ଚିକିତ୍ସାରୁ ବାହାରୁଥିବା ବ୍ୟବହୃତ ଡାକ୍ତରୀ ଉପକରଣର ଗଦା ଗଦା ଆବର୍ଜନା ସାରା ଦେଶ ପାଇଁ ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ ଏପ୍ରିଲରୁ ମେ’ ମାସ ମଧ୍ୟରେ ଏଭଳି ବାୟୋମେଡିକାଲ୍ ଓ୍ବେଷ୍ଟ (ବିଏମ୍ଡବ୍ଲ୍ୟୁ/ବି-ଓ୍ବେଷ୍ଟ)ରେ ୫୦% ବୃଦ୍ଧି ଘଟିଛି। ସର୍ବାଧିକ ସଂକ୍ରମଣ ବୋଝ ସହିଥିବା ରାଜ୍ୟଗୁଡ଼ିକ ପାଇଁ ଏହା ବେଶି ବିପଦ ସାଜିଛି। ଚଳିତବର୍ଷ ସୃଷ୍ଟି ହୋଇଥିବା ବି-ଓ୍ବେଷ୍ଟ ମଧ୍ୟରୁ ଅଧା କେବଳ ୫ଟି ରାଜ୍ୟରେ ରହିଛି। ଏକ ରିପୋର୍ଟ ଅନୁସାରେ ଓଡ଼ିଶାରେ ଦିନକୁ ୬.୬୫ ଟନ୍ ବାୟୋମେଡିକାଲ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ତେଣୁ ଆଗକୁ ସେଗୁଡ଼ିକୁ ବୈଜ୍ଞାନିକ ଉପାୟରେ ନଷ୍ଟ କରା ନ ଗଲେ ବିଷାକ୍ତ ଆବର୍ଜନା ଉଭୟ ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ହାନିକାରକ ହେବ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ମତ ଦେଇଛନ୍ତି।
କୋଭିଡ୍ ଚିକିତ୍ସାରେ ବ୍ୟବହୃତ ସିରିଞ୍ଜ, ଗ୍ଲୋଭ୍ସ, ଫେସ୍ ଶିଲ୍ଡ, ପିପିଇ କିଟ୍, ଡିସ୍ପୋଜେବୁଲ ବେଡ୍ଶିଟ୍ ଆଦିର ଉପଯୁକ୍ତ ଟ୍ରିଟ୍ମେଣ୍ଟ କରାଯାଉ ନାହିଁ। ସଂକ୍ରମଣର ଦ୍ୱିତୀୟ ଲହରରେ ଏଭଳି ବର୍ଜ୍ୟବସ୍ତୁ ଏଣେତେଣେ ପଡ଼ିରହିଥିବା ଦେଖିବାକୁ ମିଳୁଛି। ଏହା ଆଗକୁ ସଂକ୍ରମଣ ବୃଦ୍ଧିର କାରଣ ସାଜିପାରେ। ଏହା କରୋନା ଭଳି ଜନସ୍ବାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇପାରେ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବାୟୋମେଡିକାଲ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ରୁଲ୍ସ, ୨୦୧୬ ଅନୁସାରେ ଦୂରନ୍ତ ସ୍ଥାନରେ ଗଭୀର ଗାତ ଖୋଳି ଏଭଳି ଆବର୍ଜନାକୁ ବୈଜ୍ଞାନିକ ଉପାୟରେ ପୋତି ନଷ୍ଟ କରାଯିବା ପାଇଁ ନିୟମ ରହିଛି। ତେବେ ଅନେକ ରାଜ୍ୟ ମ୍ୟୁନିସିପାଲିଟି ଗାଡ଼ିରେ ସେଗୁଡ଼ିକୁ ବୋହି ନଈନାଳ ଓ ଖୋଲାପଡ଼ିଆରେ ଫୋପାଡ଼ିଦେଉଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସଂଗୃହୀତ ତଥ୍ୟାନୁସାରେ ୨୦୨୧ ମେ’ରେ କୋଭିଡ୍ଜନିତ ବାୟୋମେଡିକାଲ ଆବର୍ଜନା ଦୈନିକ ୨୦୩ ଟନ୍ (ଟିପିଡି) ସୃଷ୍ଟି ହୋଇଛି। ଅଣକୋଭିଡ୍ ସମୟ ତୁଳନାରେ ଏହା ୩୩% ଅଧିକ। ଏଥିରୁ କେବଳ କେରଳ, ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ ଓ କର୍ନାଟକରେ ୫୦% ବି-ଆବର୍ଜନା ସୃଷ୍ଟି ହୋଇଛି। ମେ’ ୧୦ରେ ସର୍ବାଧିକ ୨୫୦ ବିଏମ୍ଡବ୍ଲ୍ୟୁ ସୃଷ୍ଟି ହୋଇଥିଲା। ୨୦୨୦ରେ ମହାମାରୀର ପ୍ରଥମ ଲହର ବେଳେ ଏହାର ପରିମାଣ ଥିଲା ୧୮୦-୨୦୦ ଟିପିଡି। ୨୦୨୧ ଫେବୃୟାରୀରେ ଦ୍ୱିତୀୟ ଲହର ଆରମ୍ଭ ହେବା ପରେ କୋଭିଡଜନିତ ବିଏମ୍ଡବ୍ଲ୍ୟୁ ୫୩ ଟିପିଡି ଥିବାବେଳେ ଗତ ମାସରେ ଏହା ୨୦୩ ଟିପିଡିରେ ପହଞ୍ଚତ୍ଥିଲା। ସେଥିରୁ ଦୈନିକ କେରଳରେ ୨୩.୭୧ ଟନ୍, ଗୁଜରାଟ ୨୧.୯୮ ଟନ୍, ମହାରାଷ୍ଟ୍ର ୧୯.୦୨ ଟନ୍ ଓ ଦିଲ୍ଲୀରେ ୧୮.୭୯ ଟନ୍ ଆବର୍ଜନା ବାହାରିଥିଲା। ସେହିପରି ଦୈନିକ ୫ ଟନରୁ ଊର୍ଦ୍ଧ୍ୱ କୋଭିଡ୍ ଆବର୍ଜନା ସୃଷ୍ଟିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ (୯.୯୯), ହରିୟାଣା (୧୩.୧୧), କର୍ନାଟକ (୧୬.୯୧), ମଧ୍ୟପ୍ରଦେଶ (୭.୩୨), ଓଡ଼ିଶା (୬.୬୫), ତାମିଲନାଡୁ (୧୩.୫୭), ଉତ୍ତରପ୍ରଦେଶ (୧୫.୯୧) ଓ ପଶ୍ଚିମବଙ୍ଗ (୫.୭୨)। ଏହି ରାଜ୍ୟଗୁଡ଼ିକରେ ମୋଟ ୧୯୮ଟି କମନ୍ ବାୟୋମେଡିକାଲ ଓ୍ବେଷ୍ଟ ଟ୍ରିଟ୍ମେଣ୍ଟ ଫାସିଲିଟି ରହିଛି। ସେଥିରୁ ସର୍ବାଧିକ ୨୯ଟି ମହାରାଷ୍ଟ୍ରରେ ଥିବାବେଳେ କର୍ନାଟକରେ ୨୬ ଓ ଗୁଜରାଟରେ ୨୦ଟି ରହିଛି। ସର୍ବାଧିକ ଆବର୍ଜନା ସୃଷ୍ଟିକାରୀ ରାଜ୍ୟ କେରଳରେ ମାତ୍ର ଗୋଟିଏ କମନ୍ ଫାସିଲିଟି ରହିଛି। ଏର୍ନାକୁଲମ୍ ଜିଲାରେ ଦ୍ୱିତୀୟ ଫାସିଲିଟି ନିର୍ମାଣ ପାଇଁ ଉଦ୍ୟମ ଚାଲିଛି।
ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନ୍ଭାଇରନ୍ମେଣ୍ଟ (ସିଏସ୍ଇ) ପକ୍ଷରୁ ନିକଟରେ ଜାରି ୨୦୨୧ ଷ୍ଟେଟ୍ ଅଫ୍ ଇଣ୍ଡିଆଜ୍ ଏନ୍ଭାଇରନ୍ମେଣ୍ଟ ରିପୋର୍ଟ ଅନୁସାରେ ଦେଶରେ ବାୟୋମେଡିକାଲ ଟ୍ରିଟ୍ମେଣ୍ଟ ସୁବିଧାର ବହୁ ଅଭାବ ରହିଛି। ୨୦୧୭ରେ ୫୫୯ ଟିପିଡି ବାୟୋମେଡିକାଲ ଆବର୍ଜନା ସୃଷ୍ଟି ହୋଇଥିବାବେଳେ ୨୦୧୯ରେ ଏହା ୬୧୯ରେ ପହଞ୍ଚତ୍ଥିଲା। ଏହି ସମୟ ମଧ୍ୟରେ ବିଏମ୍ଡବ୍ଲ୍ୟୁ ଟିଟ୍ମେଣ୍ଟ ୯୨.୮%ରୁ ୮୮%କୁ ଖସିଆସିଥିଲା। ବିହାରରେ ୬୯% ଏବଂ କର୍ନାଟକରେ ୪୭% ବିଏମ୍ଡବ୍ଲ୍ୟୁକୁ ଟ୍ରିଟ୍ମେଣ୍ଟ କରାଯାଇ ନ ଥିଲା। ପ୍ରାଇଭେଟ ହସ୍ପିଟାଲ୍ସ ଆଣ୍ଡ ନର୍ସି ହୋମ୍ସ ଆସୋସିଏଶନ (ପିଏଚ୍ଏ) ଅଧ୍ୟକ୍ଷ ଏଚ୍.ଏମ୍. ପ୍ରସନ୍ନଙ୍କ ମତରେ ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ବେଳେ ଅଧିକ ପରିମାଣର ବାୟୋମେଡିକାଲ ଓ୍ବେଷ୍ଟ ସୃଷ୍ଟି ହୋଇଛି। ପ୍ରାକ୍ କୋଭିଡ୍ ସମୟ ତୁଳନାରେ ବର୍ତ୍ତମାନ ଏହାର ପରିମାଣ ୪ରୁ ୫ଗୁଣ ଅଧିକ। ପୂର୍ବରୁ ଏହାକୁ ଯଥାସ୍ଥାନରେ ଫୋପାଡ଼ି ନଷ୍ଟ କରିବା ପାଇଁ କିଲୋ ପିଛା ୧୦-୧୩ ଟଙ୍କା ଖର୍ଚ୍ଚ ହେଉଥିଲା। ବର୍ତ୍ତମାନ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)କୁ ବାଦ୍ ଦେଇ କିଲୋ ପ୍ରତି ୫୮ ଟଙ୍କା ଖର୍ଚ୍ଚ ହେଉଛି। ଏକ ଛୋଟ ହସ୍ପିଟାଲରୁ ଦୈନିକ ଏଭଳି ୧୦୦ କେ.ଜି ଆବର୍ଜନା ବାହାରୁଛି। ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ରୋଗୀଙ୍କ ଚିକିତ୍ସାରେ ଏପରି ଉପକରଣର ବ୍ୟବହାର ମଧ୍ୟ ବଢ଼ିଛି। ତେଣୁ ଜିଲାଗୁଡ଼ିକରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି।
ପାଠକ ବାପାପୁଅଙ୍କୁ ମିଳିଲା ଜାମିନ: ହେଲେ ବାହାରିପାରିବେନି ଜେଲ୍ରୁ
ଭୁବନେଶ୍ୱର, ୯।୬(ବ୍ୟୁରୋ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ପାଠକ ବାପାପୁଅ ଗତ ବର୍ଷ ଗିରଫ ହୋଇଥିଲେ। ତେବେ ବୁଧବାର ତାଙ୍କୁ ସାମାନ୍ୟ...
ଇନ୍ଦୋରରେ ଗ୍ରୀନ୍ ଫଙ୍ଗସ୍
ଇନ୍ଦୋର,୧୬।୬: କରୋନା ସଂକ୍ରମଣରୁ ଠିକ୍ ହେବା ପରେ ବ୍ୟକ୍ତିଙ୍କ ନିକଟରେ ଏବେ ବ୍ଲାକ୍, ହ୍ବାଇଟ ଓ ୟେଲୋ ଫଙ୍ଗସ୍ ପରେ ଏବେ ଗ୍ରୀନ୍ ପଙ୍ଗସ୍ ଲକ୍ଷଣ...
ଦ୍ୱାଦଶ ମୂଲ୍ୟାୟନ ସୂତ୍ରକୁ ମୋହର
ଭୁବନେଶ୍ୱର, ୨୩ା୬(ବ୍ୟୁରୋ): କରୋନା ଯୋଗୁ ବାତିଲ ହୋଇଯାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ...
ଟ୍ରିବ୍ୟୁନାଲ ଅବଧି ଆଉ ୨ ବର୍ଷ ବଢ଼ିଲା
ଭୁବନେଶ୍ୱର,୧୧ା୬(ବ୍ୟୁରୋ):ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ୨୦୧୮...
ଭାଜପାର ଚିନ୍ତା ବଢ଼ାଇଲେ ମୁକୁଲ
କୋଲକାତା, ୯।୬: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ପରେ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଟିଏମ୍ସିର ବହୁ ପୂର୍ବତନ ନେତାଙ୍କ ଭଳି ବରିଷ୍ଠ ନେତା ମୁକୁଲ ରୟ...
ଆଜି ମାଟ୍ରିକ ପରୀକ୍ଷାଫଳ
କଟକ ଅଫିସ,୨୫।୬: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା...
୨୨ ଜିଲାରେ ହେବ ୧୮ରୁ ୪୪ବର୍ଗଙ୍କ ଟିକାକରଣ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି। ଏଥିରେ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି। ତେବେ ଏହା କେବଳ...
୮ ଜିଲାରେ ଅକ୍ସିଜେନ୍ ପ୍ଲାଣ୍ଟ ଶିଳାନ୍ୟାସ
ଭୁବନେଶ୍ୱର, ୧୯।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ରାଜ୍ୟର ୮ ଜିଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ କରିବା ସହ ତରଳ...


