ଭୁବନେଶ୍ୱର,୭।୬(ବ୍ୟୁରୋ): ଏସ୍ସିବି ମେଡିକାଲରେ ଏକ୍ମୋ ଚିକିତ୍ସା ସେବା ଖୁବ୍ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ୬ଟି ମେଶିନ ଆସିବାକୁ ଥିବାବେଳେ କାର୍ଡିଓଥେରାସିସ୍ ବିଭାଗରେ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡିଏମ୍ଇଟି ସିବିକେ ମହାନ୍ତି ରବିବାର ସୂଚନା ଦେଇଛନ୍ତି। ଫଳରେ ଏଣିକି ଏହି ଚିକିତ୍ସା ଆବଶ୍ୟକ କରୁଥିବା ଗୁରୁତର କରୋନା ରୋଗୀଙ୍କ ପାଇଁ ଏହା ସଞ୍ଜୀବନୀ ହେବ। ତେବେ ଏହି ଚିକିତ୍ସା ପାଇଁ ରାଜ୍ୟରେ କୁଶଳୀ ବ୍ୟକ୍ତିଙ୍କ ଅଭାବ ରହିଥିବା ଜଣାପଡିଛି। ଏ ସମ୍ପର୍କରେ ସୂଚନାଦେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଆବଶ୍ୟକ ମାନବସମ୍ବଳର ବ୍ୟବସ୍ଥା କରାଯାଉଛି। ଏଥିସହ ସବୁ ମେଡିକାଲ କଲେଜରେ ଏହି ଚିକିତ୍ସା ସେବା ଆରମ୍ଭ ପାଇଁ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି।
ଗୁରୁତର ରୋଗରେ ପୀଡିତ ଫୁସ୍ଫୁସ୍ ଓ ହୃତ୍ପିଣ୍ଡ ଠିକ୍ରେ କାମ କରୁ ନ ଥିଲେ ଏକ୍ମୋ ମେଶିନର ଆବଶ୍ୟକ ପଡ଼େ। ବାହାରୁ ଅକ୍ସିଜେନ ଦିଆଗଲେ ବି ଯଦି ଫୁସଫୁସ୍ ଶରୀରକୁ ଯୋଗାଇବାରେ ବିଫଳ ହୁଏ କିମ୍ବା ଭେଣ୍ଟିଲେଟର ଲାଗିବା ପରେ ଯଦି ଶରୀରରୁ ଅଙ୍ଗାରକାମ୍ଳ ନିର୍ଗତ ନ ହୁଏ, ଯେତେବେଳେ ହୃତ୍ପିଣ୍ଡ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଯୋଗାଣରେ ବିଫଳ ହୁଏ, ସେତେବେଳେ ମଧ୍ୟ ଏକ୍ମୋ ମେଶିନ ବ୍ୟବହାର ହୋଇଥାଏ। ଏହି ଚିକିତ୍ସା ଲାଗି ଦୈନିକ ପ୍ରାୟ ୨ଲକ୍ଷରୁ ଅଧିକ ଟଙ୍କା ଦରକାର। ତେବେ ମେଶିନ କେତେଦିନ ବ୍ୟବହାର ହେବ, ତାହା ରୋଗୀଙ୍କ ଅବସ୍ଥା ଏବଂ ମିଳୁଥିବା ଚିକିତ୍ସାକୁ ଶରୀର କିଭଳି ପ୍ରତିକ୍ରିୟା ଦେଖାଉଛି ତା’ ଉପରେ ନିର୍ଭର କରେ।
ସୂଚନାଯୋଗ୍ୟ, ଗୁରୁତର ଥିବା କରୋନା ରୋଗୀଙ୍କ ପାଇଁ ଏକ୍ମୋ ଚିକିତ୍ସା ଆବଶ୍ୟକ ପଡୁଛି। ଏହି ଜରୁରୀ ଚିକିତ୍ସା ପାଇଁ ରାଜ୍ୟରେ ମେଶିନ ନ ଥିବାରୁ ରୋଗୀଙ୍କ ଜୀବନ ରକ୍ଷା ସମ୍ଭବ ହେଉନି। ଦେଶର ଦୁଇଟି ରାଜ୍ୟରେ କେବଳ ଦୁଇଟି ଘରୋଇ ହସ୍ପିଟାଲରେ ଏହି ଚିକିତ୍ସା ସେବା ମିଳୁଥିବାବେଳେ କୌଣସି ସରକାରୀ ହସ୍ପିଟାଲରେ ଏକ୍ମୋ ମେଶିନ ନାହିଁ। ଫଳରେ ରୋଗୀ ଓଡ଼ିଶା ବାହାରକୁ ଚିକିତ୍ସା ପାଇଁ ଧାଉଁଛନ୍ତି। ନିକଟରେ ପୂର୍ବତନ ମନ୍ତ୍ରୀ ନବୀନ ନନ୍ଦଙ୍କ ପୁଅଙ୍କ ଲାଗି ଏହି ଚିକିତ୍ସାର ଆବଶ୍ୟକତା ଥିଲା। ମାତ୍ର ଏକ୍ମୋ ମେଶିନ ନ ଥିବାରୁ ପୁଅର ମୃତ୍ୟୁ ଘଟିଥିବା ନିଜେ ନବୀନ ନନ୍ଦ ଟୁଇଟ୍ କରି ସୂଚନା ଦେଇଥିଲେ। ସେହିପରି ଗଞ୍ଜାମ ଅମ୍ରିତ ଏହି ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିବାବେଳେ ଭଞ୍ଜନଗରର ରମେଶ କୋଲକାତା ଯାଇଛନ୍ତି।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ଆଜି ମାଟ୍ରିକ ପରୀକ୍ଷାଫଳ
କଟକ ଅଫିସ,୨୫।୬: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ଚିଲିକାରୁ ଚୋରି ହେଉଛି ପାଣି
ଖୋର୍ଦ୍ଧା ଅଫିସ,୨୨।୬: ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ‘ଚିଲିକା’ରୁ ପାଣି ଚୋରି ହେଉଛି। ଚିଲିକାକୁ ଲାଗି ରହିଥିବା ଶତାଧିକ ଏକର ଜମିକୁ କେତେକ ମାଫିଆ...
ଯୁବ ବିଜେଡି ଉପସଭାପତି ଗିରଫ
ପାଟଣା,୨୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୁବ ବିଜେଡି ଉପସଭାପତି କରୁଣା ସାଗର ଖଟୁଆ ମଙ୍ଗଳବାର ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ସୋମବାର ସାହାରପଡା ବ୍ଲକ କାର୍ଯ୍ୟାଳୟ ପରିସରରେ...
ଅଭୟ ପାଠକଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର,୧୭।୬: ବୈଦ୍ୟନାଥପୁର ଥାନା ମାମଲାର ବିଚାର କରି ଗୁରୁବାର ହାଇକୋର୍ଟ ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ଏବଂ...
କିନ୍ନର ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍, ପ୍ରଶଂସା
ଛେଣ୍ଡିପଦା,୫।୬(ସ୍ବ.ପ୍ର.): ୫୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଫୋନ୍ କଲ୍ଟିଏ ପାଇ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସଂସ୍କାର ନିମନ୍ତେ ପହଞ୍ଚିଯାଉଥିବା ଅନୁଗୋଳ ଜିଲା ଜରପଡ଼ାର ସାମାଜିକ...
ଭିଡ଼ିଓ ଭାଇରାଲ ହେବାପରେ ଧରାପଡିଲେ ଇତିହାସ ଅଧ୍ୟାପକ
ବାଲେଶ୍ୱର ଅଫିସ,୨୬।୬: ବାଲେଶ୍ୱର ସହର ଆଇଟିଆଇସ୍ଥିତ ଆର୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ...
ତାରାପ୍ରସାଦ ବାହିନୀପତି ଅସୁସ୍ଥ
ଭୁବନେଶ୍ୱର,୬ା୬(ବ୍ୟୁରୋ): ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ...


