ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ ହରାଇ ପାଲଟିଛି ବାପଛେଉଣ୍ଡ। ଅନ୍ୟ କେଉଁଠି ମା’ ବାପା ଦୁଇ ଜଣଙ୍କୁ ହରାଇ ପିଲାମାନେ ପାଲଟିଛନ୍ତି ଅନାଥ। ଏଭଳି ମା’ ବାପାଙ୍କୁ ହରାଇଥିବା ୭ ବର୍ଷର ଝିଅ ହେଉଛନ୍ତି କ୍ରିଷ୍ଣା। ତାଙ୍କ ଘର ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନିମାତ୍ପୁର ଗାଁରେ। ନିଜେ ମା’ କୋଳରେ ବସି ଗେହ୍ଲା ହେବା ବୟସରେ ତାଙ୍କ କାନ୍ଧରେ ଏବେ ଦେଢମାସର ଭାଇର ଦାୟିତ୍ୱ। ଭାଇକୁ ଖୁଆଇବାଠାରୁ ଆରମ୍ଭ କରି ଦୋଳି କରି ଝୁଲାଇବା ପର୍ଯ୍ୟନ୍ତ ସେ ସବୁକିଛି କରୁଛନ୍ତି। ଦୁଇ ପିଲାଙ୍କ ଭବିଷ୍ୟତ ନେଇ ସ୍ଥାନୀୟ ବାସିନ୍ଦା ଏବେ ଚିନ୍ତାରେ।
କମଳେଶ ପଣ୍ଡା (୩୬) ଓ ତାଙ୍କ ସ୍ତ୍ରୀ ସ୍ମିତା (୨୮)ଙ୍କ ଅକାଳ ମୃତ୍ୟୁ ହେବା ପରେ କ୍ରିଷ୍ଣା ଓ ଦେଢମାସର ଭାଇ ଏବେ ସ୍ନେହ ମମତାକୁ ଝୁରି ହେଉଛନ୍ତି। ଅନ୍ୟକୁ ଦେଖିଲେ କ୍ରିଷ୍ଣା ଆଖି ଛଳ ଛଳ କରି ଲୁହ ଗଡାଉଛି। ଦେଢ଼ମାସର ଭାଇ କ୍ଷୀର ପାଇଁ କାନ୍ଦୁଥିବା ବେଳେ ସେ ତା’ ଭାଇ ପାଇଁ ବଡ଼ମା’ ଓ ବଡ଼ବାପାଙ୍କଠାରୁ ଗାଈ କ୍ଷୀର ଆଣି ଖୁଆଉଛି। ଭାଇକୁ କାନ୍ଧରେ ପକାଇ ନାନା ବାୟା ଗୀତ ଗାଇ ଶୁଣାଉଛି। ବଡ଼ମା’ ଓ ବଡ଼ବାପାଙ୍କ ପାଖରେ ରହୁଥିଲେ ମଧ୍ୟ ମା’ବାପାଙ୍କ କଥା ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି। ବଡ଼ମା’ ଓ ବଡ଼ବାପା ଅଭାବ ଅନାଟନ ମଧ୍ୟରେ ଦିନ କାଟୁଥିବା ବେଳେ କ୍ରିଷ୍ଣା ପାଠ ପଢ଼ିବାକୁ ଇଚ୍ଛା ପ୍ରକାଶ କରିଛି। ନିଜେ ପାଠ ପଢ଼ି ଭାଇକୁ ପାଠ ପଢ଼ାଇବ ବୋଲି ସେ କାନ୍ଦି କାନ୍ଦି କହୁଛି।
Posted inଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ View All
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୫ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧୩।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...
୭ ଜିଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଗତ ୨୩ ଦିନରେ ଅର୍ଥାତ୍ ଗତ ୧ରୁ ୨୩ତାରିଖ...
କମୁଛିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୩୯ ଜୀବନ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ଗତ ୨୪ ଘଣ୍ଟାରେ...
ଦରବୃଦ୍ଧି ପ୍ରତିବାଦରେ ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ
ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଂଗ୍ରେସ ତରଫରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସାଙ୍ଗକୁ ଆର୍ଥିକ...
ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ଭାଜପାର ବିରୋଧ
ଛତ୍ରପୁର,୨୫।୬(ଡି.ଏନ୍.ଏ.): କେନ୍ଦ୍ର ସରକାର ଦେଶବାସୀଙ୍କୁ ମାଗଣା ଟିକା ଯୋଗାଉଥିବା ବେଳେ ରାଜ୍ୟରେ ବିଜେଡି ନେତୃତ୍ୱଧିନ ସରକାର ହୀନ ରାଜନୀତି କରୁଥିବା ନେଇ ଛତ୍ରପୁର ଭାଜପା ଅଭିଯୋଗ...
ଅମାନବୀୟ: ପଥରରେ ଛେଚି ପ୍ରେମିକାଙ୍କ ଗର୍ଭପାତ, ବିବାହିତ ଥିବା କଥା ଲୁଚାଇଥିଲେ
ପରଜଙ୍ଗ, ୧୩।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣରେ ୯ମାସର ଗର୍ଭବତୀ ଥିବା...
ରାସ୍ତାକୁ ଚାଲି ଆସିଲା ଗାଈ, ଓଲଟିଲା କାର
ସୁନ୍ଦରଗଡ଼,୧୩।୬: ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥ-୧୦ର କରମଡିହି ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ କାରରେ...
କୋଭିଡ୍ ସହାୟତାରୁ ୨ଶହ କୋଟି ବାଟମାରଣା
ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍ ରାଶନକାର୍ଡ ଜରିଆରେ...


